ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍‌ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ ହେଲେ ୫୪ବର୍ଷୀୟ ଶିରିଷ ଦିକ୍ଷିତ। ସୂଚନାଯୋଗ୍ୟ, ଶିରିଷଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନ ଥିବା ବେଳେ ୨-୩ ପୂର୍ବରୁ ତାଙ୍କର ଯାଞ୍ଚ କରାଯାଇଥିଲା। ମଙ୍ଗଳବାର ସକାଳେ ହଠାତ୍‌ ତାଙ୍କ ଦେହ ଖରାପ୍‌ ହୋଇଥିବା ବେଳେ ବାସଭବନରେ ଡାକ୍ତର ପହଞ୍ଚିବା ପୂର୍ବରୁ ଶିରିଷଙ୍କ ମୃତ୍ୟୁ ଘଟିଥିଲା। ତେବେ ମଙ୍ଗଳବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ଏହାପରେ ତାଙ୍କ ଘରର ଅନ୍ୟ ୩ଜଣ ସଦସ୍ୟଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶିରିଷ ବିଏମ୍‌ସିର ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଜଳ ଯୋଗାଣ ବିଭାଗରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ...

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ପଜିଟିଭ ସଂଖ୍ୟା ହେଲା ୪୦

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ବର୍ଷୀୟ ଏହି ଆକ୍ରାନ୍ତ ଯୁବକ କେନ୍ଦ୍ରାପଡ଼ାର ବୋଲି ସୂଚନା ମିଳିଛି। ସେ ଗତ...

୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ...

‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’

କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ...

ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ...

ରାଜଧାନୀରେ ବୁଭୁକ୍ଷୁ ମଣିଷ,ପଶୁ,ପକ୍ଷୀଙ୍କ ବିକଳଚିତ୍ର: ଗାଡି ଲାଗିଲେ ଖାଇବା ପାଇଁ ଦୌଡ଼ି ଆସୁଛନ୍ତି

ଭୁବନେଶ୍ୱର, ୪।୪(ବ୍ୟୁରୋ):-ରାଜଧାନୀରେ ସଟ ଡାଉନ ଲାଗୁ ହେବାପରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୋଲିସର କଡା ପାଇଁତରା ମଧ୍ୟରେ ରାଜପଥ ଠାରୁ ଆରମ୍ଭ କରୀ...

ଏକ୍‌ଜିଟ୍‌ ପୋଲ୍‌ ପରେ ଆକ୍ସନ ମୁଡ୍‌ରେ ମାୟାବତୀ

ଲକ୍ଷ୍ନୌ,୨୧।୫: ଏକ୍‌ଜିଟ୍‌ ପୋଲ ଆସିବା ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ମାୟାବତୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳର ପୁରୁଣା ସଦସ୍ୟ ରାମବୀର ଉପାଧ୍ୟୟଙ୍କୁ...

ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

ନୂଆଦିଲ୍ଲୀ, ୩୦।୧୨: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ସୂଚନା...

Advertisement
Archives

Model This Week