ଶେରଗଡ,୨୧ା୭(ଡି.ଏନ.ଏ.)-ଶେରଗଡ ବ୍ଲକ ମିଳିତ ଶିକ୍ଷକ ସଂଘର ଏକ ବୈଠକ ଶନିବାର ସ୍ଥାନୀୟ ଜୟଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଇଓ ଭାସ୍କର ଲେଙ୍କା ଛଦ୍ମବେଶରେ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକଙ୍କୁ ହଇରାଣ କରୁଥିବାରୁ ତୁରନ୍ତ ତାଙ୍କୁ ଜିଲା ବାହାରକୁ ବଦଳି କରିବାକୁ ଦାବି ଜୋର ଧରିଛି। ୭ଦିନ ମଧ୍ୟରେ ବଦଳି ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ବିଇଓଙ୍କ ୧୨ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଗଞ୍ଜାମ ଜିଲାପାଳ, ଭଞ୍ଜନଗର ଉପଜିଲାପାଳ, ଶେରଗଡ ବିଡିଓ ଓ ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ବିଇଓ ୩ଦିନ ଅଫିସରେ ରହି ଅନ୍ୟ ୩ଦିନ ତାଙ୍କ ଘର ଖୋର୍ଦ୍ଧାରେ ରହୁଛନ୍ତି, ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଛୁଟି ଦେବାରେ ହଇରାଣ କରିବା, ଛୁଟି ନେଲେ କୈଫିୟତ ତଲବ କରିବା, ପରିଦର୍ଶନ ବେଳେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନାଲିଆଖି ଦେଖାଇବା ଆଦି ଉଲ୍ଲେଖ ରହିଛି। ସରକାରଙ୍କ ନିୟମ ଅନୁଯାୟୀ, ଦଣ୍ଡମୁକ୍ତ ଓ ଭୟମୁକ୍ତ ଅଞ୍ଚଳ ବିଦ୍ୟାଳୟ ପରିସରରେ କିପରି ବିଇଓ ଛଦ୍ମବେଶରେ ପଶିଲେ, ତାହା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭୟ ସଂଚାର କଲା ବୋଲି ଅଭିଯୋଗ କରିଛନ୍ତି।
ନେଇ ବିଇଓ ଲେଙ୍କାଙ୍କୁ ପଚାରିବାରୁ, ମୋ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ମୁଁ ଏହାର ବିଧିବଦ୍ଧ ତଦନ୍ତ ଦାବି କରୁଛି। ବିଦ୍ୟାଳୟକୁ ଠିକ୍ ସମୟରେ ଶିକ୍ଷକ ଆସୁ ନ ଥିବାରୁ ପରିଦର୍ଶନରେ ଯାଇଥିଲି। ବ୍ୟବସ୍ଥାରେ ସୁଧାର ଆଣିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି। ମୁଁ କୌଣସି କାମ ପାଇଁ କେବେ ଅର୍ଥ ଦାବି କରିନାହିଁ, ବରଂ ବିଭିନ୍ନ ଅନୁଷ୍ଠାନକୁ ପକେଟରୁ ଅର୍ଥ ପ୍ରଦାନ କରିଛି ଯାହା ତଦନ୍ତ କଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି।

କରୋନା ମୁକାବିଲା: ଅଚାନକ ଆହାରକେନ୍ଦ୍ର ଯାଞ୍ଚ କଲେ ଉପଜିଲାପାଳ, ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ
ଛତ୍ରପୁର,୧୪।୩(ଡି.ଏନ୍.ଏ.): କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଏହାକୁ...

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣା :ଏମ୍କେସିଜିରେ ଜେଡିଏର କାମ ବନ୍ଦ, ରୋଗୀ ହଇରାଣ
ବ୍ରହ୍ମପୁର ଅଫିସ,୧୮ା୬-ପଶ୍ଚିମବଙ୍ଗର ଜୁନିୟର ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାର ଆନ୍ଦୋଳନ ଏବେ ବ୍ୟାପିବାରେ ଲାଗିଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ମଧ୍ୟ ଜୁନିୟର ଡ଼ାକ୍ତର ଏସୋସିଏଶନ୍ (ଜେଡିଏ) ତରଫରୁ...

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆ ହୋଇ ପରିବା କିଣିବାକୁ ପରାମର୍ଶ
ପାଟପୁର,୨୬।୩(ଡି.ଏନ୍.ଏ.): ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍ଡାଉନ୍...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ
ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି...
ଜମା ସଂଗ୍ରହକୁ ଗୁରୁତ୍ୱ, ଋଣ ପ୍ରଦାନ ନୈରାଶ୍ୟଜନକ
ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ୨୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨୬୨ ଶାଖାରେ କାରବାର ହେଉଛି । କେବଳ ଗ୍ରାହକଙ୍କଠାରୁ ଜମା (ଡିପୋଜିଟ) ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା...

ବ୍ୟବସାୟୀଙ୍କୁ ଟିକା
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ସେହି ତୁଳନାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କରୋନାର ଦ୍ୱିତୀୟ ଷ୍ଟ୍ରେନ ଭୟଙ୍କର...

ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଛତ୍ରପୁର,୨୮ା୧୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି ା ବ୍ଲକର ୪୭ ସରପଞ୍ଚ ଓ ସମିତିସଭ୍ୟ ଗୁରୁବାର...

୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ଗୋଲାପ, ଚକୋଲେଟ୍ ଦେଇ ସଚେତନ
ବ୍ରହ୍ମପୁର ଅଫିସ,୧୧।୧: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଅନୁଷ୍ଠିତ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ଶନିବାର ଉଦ୍ଘାଟନ କରିଛନ୍ତି।...