ବାସନ ମାଜି ଚଳୁଛନ୍ତି ପୂର୍ବତନ ସରପଞ୍ଚ

ଆଠମଲ୍ଲିକ, ୮ା୩(ଡି.ଏନ.ଏ.) – ଦିନେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ସହ ସେମାନଙ୍କ ଅସୁବିଧାରେ ପାଖରେ ଛିଡା ହେଉଥିବା ଜଣେ ପୂର୍ବତନ ସରପଞ୍ଚ ଏବେ ଦି ଓଳି ଖାଇବାକୁ ସଂଘର୍ଷ କରୁଛନ୍ତି। ରହିବାକୁ ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା ଚାଳିଆରେ ପଡିରହିଥିବାବେଳେ ପେଟ ପାଇଁ ଅନ୍ୟ ଘରେ ବାସନ ମାଜିବାକୁ ପଡୁଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁଶିଳା ନାଏକ ଦୀର୍ଘ ୭ ବର୍ଷ ହେଲା ଏଭଳି ଦୁର୍ଦ୍ଦଶାରେ ବଞ୍ଚୁଥିଲେ ବି ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ତାଙ୍କ ପାଇଁ କରାଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁଶିଳା ୧୯୯୭ରେ ଅଏଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୫ ବର୍ଷ ମଧ୍ୟରେ ସେ ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଅନେକ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଇଛନ୍ତି। ହେଲେ ଏବେ ନିଜେ ଦି ଓଳି ଖାଇବା ଓ ରହିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ୨୦୧୨ରେ ଦୁଶିଳାଙ୍କ ସ୍ବାମୀ ନରେନ୍ଦ୍ରଙ୍କ ପରଲୋକ ଘଟିଥିଲା। ଏହାପରଠାରୁ ହିଁ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରିବା ସହ ଭୁବନେଶ୍ବର ଯାଇ ପର ଘରେ କଂସାବାସନ ମଧ୍ୟ ମାଜୁଛନ୍ତି। ଏ ବିଷୟରେ ଦୁଶିଳା କୁହନ୍ତି, ସରପଞ୍ଚ ଥିବା ବେଳେ ସରକାର ଅଳ୍ପ ସଂଖ୍ୟକ ଇନ୍ଦିରା ଆବାସ ପଞ୍ଚାୟତକୁ ଯୋଗାଉ ଥିଲେ। ଗରିବ ଲୋକଙ୍କୁ ସେହି ଘର ବାଣ୍ଟି ଦେଉଥିଲି। ଘରଟିଏ ପାଇଁ କେବେ ଆବେଦନ କରିନାହିଁ। ସରକାର ଏତେ ସର୍ଭେ କରି ମଧ୍ୟ ମୋ ଗାଁ ବାହାଳି ଟିକିରା ସାହିର ଅନେକ ଗରିବ ବିଧବାଙ୍କ ନାମ ସର୍ଭେ ଲିଷ୍ଟରେ ରଖିପାରିନାହାନ୍ତି। ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କୁହନ୍ତି, ୨୦୨୨ ସୁଦ୍ଧା ରାଜ୍ୟ ସରକାର ଚାଳ ଘର ଥିବା ଲୋକଙ୍କୁ ପକ୍କା ଘର ଯୋଗାଇଦେବେ। ଏ ନେଇ ସର୍ଭେ ସରିଛି। ଯଦି ଦୁଶିଳାଙ୍କ ନାମ ତାଲିକାରେ ଥିବା ତେବେ ତାଙ୍କୁ ଘର ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri