Posted inଖେଳ

ବାସନ୍ଦାଦେଶରୁ ବର୍ତ୍ତିଲେ ଉମର ଆକମଲ

କରାଚୀ,୧୫।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଅଳ୍ପକେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦାଦେଶରୁ ବର୍ତ୍ତି ଯାଇଛନ୍ତି। ସେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହି ଘଟଣା ଗତ ମାସରେ ଘଟିଥିଲା। ମୁଖ୍ୟ କୋଚ୍‌ ମିଶବା ଉଲ ହକ୍‌ଙ୍କ ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ର ଓ ଘରୋଇ ଚୁକ୍ତି ବଦ୍ଧ ଖେଳାଳିଙ୍କୁ ଏନ୍‌ସିଏଠାରେ ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଜୁନିୟର ଆକମଲଙ୍କ ଖରାପ ବ୍ୟବହାର ସମ୍ପର୍କରେ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ମିଶବାଙ୍କୁ ରିପୋର୍ଟ କରାଯାଇଥିଲା। ସେ ବୋର୍ଡକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିନିୟର ଅଫିସିଆଲ ଓ ର୍ପୂବତନ ଓପନର ହାରୁନ ରଶିଦଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ ହେବା ପରେ ଉମରଙ୍କୁ ବାସନ୍ଦାଦେଶ କିମ୍ବା ବଡ଼ ଆର୍ଥିକ ଦଣ୍ଡ ଦଣ୍ଡିତ କରାଯିବା ନେଇ ଆଶା କରାଯାଉଥିଲା। ତେବେ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ ବୁଝାମଣା ଯୋଗୁ ଏଭଳି ଘଟିଥିଲା। ଆକମଲ ନିଜ କାର୍ଯ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସତ୍ତ୍ୱେ ବିସିବି ଭର୍ତ୍ସନା କରିବା ସହ ସିନିୟର ଖେଳାଳିଙ୍କ ଭଳି ନିଜ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୬ ବର୍ଷୀୟ ଆକମଲ ଦେଶ ପାଇଁ କେବଳ ଗୋଟିଏ ଟେଷ୍ଟ ଖେଳିଛନ୍ତି। ସେ ଜାତୀୟ ଦଳରେ ନିୟମିତ ସ୍ଥାନ ପାଉ ନାହାନ୍ତି। ଗତବର୍ଷ ଅକ୍ଟୋବରରେ ସେ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ...

ସାମୁଏଲ୍‌ଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫସି ୨୧ ବର୍ଷୀୟ ମିଡ୍‌ଫିଲ୍ଡର ସାମୁଏଲ୍‌ ଲାଲମୁଆନପୁଇଆଙ୍କ ସହିତ...

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫ୍ଆଇଏଚ୍...

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ...

ପ୍ରେଗ୍‌ ଚେସ୍‌ ଫେଷ୍ଟିଭାଲ: ଆକାଶ ଜିତିଲେ ଓପନ ଇଭେଣ୍ଟ

ପ୍ରେଗ୍‌,୨୩ା୨ (ପି.ଟି.)- ଭାରତର ଜି. ଆକାଶ ଏଠାରେ ଚାଲିଥିବା ପ୍ରେଗ୍‌ ଚେସ୍‌ ଫେଷ୍ଟିଭାଲର ଓପନ୍‌ ଇଭେଣ୍ଟ ଜିତିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଆକାଶ...

ରାହାନେଙ୍କୁ ପ୍ରଶଂସା କଲେ ମୋ ବିରୋଧରେ ମୁମ୍ବାଇ ଖେଳାଳିଙ୍କୁ ସମର୍ଥନ କରୁଥିବା ଅଭିଯୋଗ ଆସିବ : ଗାଭାସ୍କର

ମେଲବୋର୍ନ, ୨୬।୧୨- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱକୁ ବହୁ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ଏହି...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ...

ଖେଳାଳିଙ୍କ ନାଁ ଭୁଲିଗଲେ ରୋହିତ ଶର୍ମା

ବର୍ମିଂହାମ,୯।୭: ଖେଳାଳିଙ୍କ ନାଁ ଭୁଲିଗଲେ ଅଧିନାୟକ ରୋହିତ ଶର୍ମା। ଶନିବାର ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ର ଟସ୍‌ ସମୟରେ କିଛି ଏଭଳି ଦୃଶ୍ୟ...

Advertisement
Archives

Model This Week