Posted inଖେଳ

ବାବରଙ୍କୁ କୋହଲିଙ୍କ ସହ ଏବେ ତୁଳନା କରାଯାଇପାରିବନି: ୟୁନିସ୍‌

କରାଚୀ,୧୮।୫ (ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ ବାବର ଆଜମଙ୍କୁ ତୁଳନା କରାଯିବା ବହୁତ ଶ୍ରୀଘ ହେବ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌ ଖାନ କହିଛନ୍ତି। ପାକିସ୍ତାନର ବାବର ଜଣେ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ହୋଇଥିଲେ ମଧ୍ୟ ୫ ବର୍ଷ ପରେ ତାଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ। କୋହଲି ସବୁ ଫର୍ମାଟରେ ଓ ସବୁ ପ୍ରକାର ପରିସ୍ଥିତିରେ ନିଜର ଦକ୍ଷତା ପ୍ରମାଣ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ବାବର ଏଥିରେ ବହୁତ ପଛରେ ରହିଛନ୍ତି ବୋଲି ୟୁନିସ୍‌ ସ୍ପଷ୍ଟ କରିଛନ୍ତି। ଅଭିଜ୍ଞତାରେ ମଧ୍ୟ କୋହଲି ବହୁତ ଆଗରେ ରହିଛନ୍ତି। ଶ୍ରେଷ୍ଠ କ୍ରିକେଟ ଖେଳିବାରେ କୋହଲିଙ୍କର ଅଧିକ ୫ ବର୍ଷର ଅଭିଜ୍ଞତା ରହିଛି। ପୁଣି କୋହଲି ଏବେ କ୍ୟାରିୟରର ଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। ସବୁ ପ୍ରକାର ସ୍ଥିତିରେ ଭଲ ଖେଳି କୋହଲି ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ବାବରଙ୍କୁ ଆହୁରି ବହୁତ ବାଟ ଯିବାକୁ ପଡିବ ବୋଲି ସେ କହିଛନ୍ତି।
ବାବର ମଧ୍ୟ ୩ଟି ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି ଓ ତାଙ୍କର ବ୍ୟାଟିଂ ଆଭରେଜ୍‌ ମଧ୍ୟ ଭଲ ରହିଛି। ଦିନକୁ ଦିନ ତାଙ୍କ ପ୍ରଦର୍ଶନରେ ଉନ୍ନତି ହେଉଛି। କୋହଲିଙ୍କ ଭଳି ଟେକ୍‌ନିକ୍‌ ଓ କ୍ୱାଲିଟି ବାବରଙ୍କ ପାଖରେ ରହିଛି ବୋଲି ୟୁନିସ୍‌ କହିଛନ୍ତି। ୩୧ ବର୍ଷୀୟ କୋହଲି ୨୦,୦୦୦ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଛନ୍ତି। ଅନ୍ୟପଟେ ୨୫ ବର୍ଷୀୟ ପାକିସ୍ତାନ ଦିନିକିଆ ଅଧିନାୟକ ବାବର ଅପେକ୍ଷାକୃତ କମ୍‌ ମ୍ୟାଚ୍‌ ଖେଳି ୬୬୮୦ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା...

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...

କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୬।୪: ଭାରତରେ ବଢୁଥିବା କରୋନା ସଙ୍କଟ ମଧ୍ୟରେ ଆଇପିଏଲ ୨୦୨୧ର ସୁରକ୍ଷିତ ବାୟୋ ବବୁଲରେ ଖେଳାଳିଙ୍କୁ ଚିନ୍ତାରେ ପକାଇଛି। ଭାରତର ଅଭିଜ୍ଞ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ...

ବୋଲିଂ ବାଛିଲା କେକେଆର

ଅହମ୍ମଦାବାଦ,୨୬।୪ : ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ସୋମବାର ଆରମ୍ଭ ହୋଇଯାଇଛି। କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌...

କବୀର ହଂସଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର,୩ା୧୦(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ସର୍ବଭାରତୀୟ ଟେନିସ ଓଟିଏ ପୁରୁଷ ବର୍ଗରେ ଡବଲ ଟାଇଟଲ ହାସଲ କରିଛନ୍ତି କବୀର ହଂସ। ଭୁବନେଶ୍ୱରସ୍ଥିତ କେଟି ଗ୍ଲୋବାଲ...

ଏନ୍‌ବିଏ ଖେଳାଳି ପୂରା ଦରମା ପାଇବେ

ଓ୍ବାଶିଂଟନ,୧୦।୪ (ଏଏଫପି): କୋଭିଡ-୧୯ ମହାମାରୀ ସତ୍ତ୍ୱେ ଏନ୍‌ବିଏ ଖେଳାଳିମାନେ ଏପ୍ରିଲ ୧୫ ତାରିଖରେ ପୂରା ପାଉଣା ପାଇବେ ବୋଲି ଆମେରିକୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ତେବେ...

ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ...

ପ୍ରଥମେ ବ୍ୟାଟିଂ କରିବ ଭାରତ; ଉମେଶଙ୍କୁ ମିଳିଲା ସୁଯୋଗ

କେପ୍‌ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆହତ...

Advertisement
Archives

Model This Week