ବାଟ ଦେଖାଇଛି ତରଭୁଜ ଚାଷ

ପାଲଲହଡ଼ା, ୧୯ା୩ (ଦିବ୍ୟଜ୍ୟୋତି ଦାସ ): ପାଠପଢ଼ା ସରିବା ପରେ ନ ଥିଲା ଚାକିରି ଆଶା। ଚାକିରି ଦୌଡ଼ରୁ ବାହାରି ଚାଷ ମୁହାଁ ହୋଇଥିଲେ। ଏଥିପାଇଁ ସାହାରା ଭାବେ ବାଛିଥିଲେ ଅନ୍ୟ ୪ ଜଣଙ୍କୁ। ୫ ଏକର ଜମିରୁ ଆରମ୍ଭ ହୋଇଥିବା ତରଭୁଜ ଫସଲ ଏବେ ପହଞ୍ଚତ୍ଛି ୧୫ ଏକରରେ। ରୋଜଗାର ସାଙ୍ଗକୁ ମିଳିଛି ପରିଚୟ। ଆଉ ଏହି ପରିଚୟ ହିଁ ଏବେ ସୁମନ ପ୍ରଧାନ ଏବଂ ତାଙ୍କ ସାଥୀ ଦିଲେଶ୍ୱର ସାହୁ, ଦୟାନିଧି ପ୍ରଧାନ, ବିଶିକେଶନ ସାହୁ, ବିନୋଦ ଚନ୍ଦ୍ର ସାହୁଙ୍କୁ ଅନ୍ୟମାନଙ୍କଠାରୁ କରିଛି ସ୍ବତନ୍ତ୍ର। ନିଜ ଉଦ୍ୟମରେ ରୋଜଗାରକ୍ଷମ ହୋଇପାରିଥିବା ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଅଧୀନ ଚଷାଗୁରୁଜାଙ୍ଗ ଗ୍ରାମର ସମ୍ପୃକ୍ତ ୫ଜଣ ଏବେ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।
ଶିଳ୍ପସମୃଦ୍ଧ ଅନୁଗୋଳରେ କୌଣସି ଶିଳ୍ପ ସଂସ୍ଥାରେ କାମ ପାଇଁ ଚେଷ୍ଟା ନ କରି ନିଜ ଉଦ୍ୟମରେ ବର୍ଷ ତମାମ ତରଭୁଜ ଫସଲ କରୁଛନ୍ତି ସୁମନଙ୍କ ସମେତ ୫ ଚାଷୀ। ଏହାକୁ ଜିଲା ସମେତ ରାଜ୍ୟ ବାହାରକୁ ଚାଲାଣ କରି ଭଲ ଦୁଇ ପଇସା ରୋଜଗାର ହୋଇପାରୁଥିବା ସେମାନେ ପ୍ରକାଶ କରିଛନ୍ତି। ସୁମନଙ୍କ କହିବା ମୁତାବକ, ସେ ଗ୍ରାଜୁଏଶନ ଶେଷ କରିବା ପରେ ଘରେ ରହିଥିଲେ। ୨ ବର୍ଷ ତଳେ ଟିଭିରୁ ଏକ କୃଷି ଧର୍ମୀ କାର୍ଯ୍ୟକ୍ରମରୁ ତରଭୁଜ ଚାଷ ସମ୍ପର୍କରେ ଜାଣିବାକୁ ପାଇ ଏଥିପାଇଁ ମନ ବଳାଇଥିଲେ I ସେ ଦିଲେଶ୍ୱର, ଦୟାନିଧି, ବିଶିକେଶନ ଓ ବିନୋଦଙ୍କ ସହ ମିଶି କିଛି କିଛି ଅର୍ଥ ଯୋଗାଡ଼ କରିଥିଲେ। ଗ୍ରାମର କିଛି ଲୋକଙ୍କ ପଡିଆ ଜମିକୁ ଭଡା ସୂତ୍ରରେ ନେଇ ଚାଷ ଆରମ୍ଭ କରିଥିଲେ I ପ୍ରଥମେ ୧ ଲକ୍ଷ ଟଙ୍କା ବିନିଯୋଗ କରି ୫ ଏକର ଜମିରେ ତରଭୁଜ ଚାଷ ଆରମ୍ଭ କରିଥିଲେ। ସେଥିରୁ ପାଖାପାଖି ୩ରୁ ୫ ଲକ୍ଷ ଟଙ୍କା ଆୟ ହୋଇଥିଲା। ପରେ ଏହାର କଳେବର ବଢାଇ ୧୫ ଏକର ଜମିରେ ତରଭୁଜ ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ୧୨ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରୁଥିବା ସେ ପ୍ରକାଶ କରିଛନ୍ତି। କଠିନ ପରିଶ୍ରମ ବଳରେ ଅଞ୍ଚଳର ସଫଳ ଚାଷୀ ହୋଇପାରିଥିବା ସୁମନ କହିଛନ୍ତି। କେବଳ ସେମାନେ ନୁହନ୍ତି ଏହାଦ୍ୱାରା ଅନେକ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଥିବା ସେ ପ୍ରକାଶ କରିଛନ୍ତି। ହେଲେ କୃଷି ବିଭାଗ ସେମାନଙ୍କୁ ସହାୟତା ଯୋଗାଇ ଦେଲେ ଅଧିକ ଚାଷ ହେବା ସହ ଆହୁରି ଅନେକ ଲୋକ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ପIଲଲହଡା ଉପଖଣ୍ଡ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ର କୁହନ୍ତି, ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ପାଇଁ ଆବେଦନ କରାଯାଇନାହିଁ। ଯଦି ସେହି ଚାଷୀମାନେ ଆଦେନ କରନ୍ତି ବିଭାଗର ଗାଇଡ଼ ଲାଇନ ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ। ଉଦ୍ୟାନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କୁଶ କୁମାର ଅଗ୍ରୱାଲା କୁହନ୍ତି, କେହି ମଧ୍ୟ ଆମଠାରେ ଯୋଗାଯୋଗ କରିନାହାନ୍ତି। ସରକାରଙ୍କର ଅନେକ ଯୋଜନା ଅଛି। ଏବେ ଏ ବାବଦରେ ଜାଣିବାକୁ ମିଳିଲା। କର୍ମଚାରୀଙ୍କୁ ପଠାଇ ସମ୍ପୃକ୍ତ ଚାଷୀଙ୍କୁ ସମସ୍ତ ପ୍ରକାର ସରକାରୀ ଅନୁଦାନ ପାଇଁ ଚେଷ୍ଟା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

ଶର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ୍‌ରେ ଲାଗିଲା ନିଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ

ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri