ବାଗଡ଼େଗା ହରିଦର୍ଶନ ସାହୁ ଗୁଳିକାଣ୍ଡ ଘଟଣା: ବର୍ଷେ ପରେ ବି ପୋଲିସ ହାତ ଖାଲି

ନୂଆଗାଁ, ୧ା୫(ଡି.ଏନ.ଏ)- ସୁନ୍ଦରଗଡ ଜିଲା ନୂଆଗାଁ  ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ବାରିଲେପ୍ଟା ଗ୍ରାମରେ ରହୁଥିବା ଯୁବ ବ୍ୟବସାୟୀ ହରିଦର୍ଶନ ସାହୁଙ୍କୁ ଗତ ୨୦୧୮ ମାର୍ଚ୍ଚ ୬ରେ ବାଗଡେଗା ସାପ୍ତାହିକ ହାଟରେ ଦିନଦ୍ୱିପ୍ରହରରେ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟାକରିଥିଲେ। ଏହି ଘଟଣା ସେତେବେଳେ ସାଧାରଣରେ ଆତଙ୍କ ଖେଳାଇ ଦେଇଥିଲା। କିଛି ମାସ ପର୍ଯ୍ୟନ୍ତ ବାଗଡେଗା ସାପ୍ତାହିକ ହାଟକୁ ଲୋକେ ଯିବା ଆସିବା ମଧ୍ୟ କମ୍‌ କରିଦେଇଥିଲେ। ଦିନ ଦ୍ୱିପ୍ରହରରେ ଜଣେ ଯୁବ ବ୍ୟବସାୟୀଙ୍କୁ ପୁଣି ସାପ୍ତାହିତ ହାଟପାଳି ଦିନ ଗୁଳିକରି ଫେରାର୍‌ ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଖୋଜିବା ବା ସେମାନଙ୍କୁ ଠାବ କରିବା ନେଇ ପୋଲିସ ସେତେବେଳେ ତତ୍ପରତା ଦେଖାଇଥିଲେ। ହେଲେ କିଛି ଦିନ ପରେ ପୋଲିସ ହଠାତ ନିଜ ତଦନ୍ତକୁ ଧିମେଇ ଯାଇଥିଲା। ଫଳରେ ଆଜକୁ ବର୍ଷେ ଉପରେ ହେଲା ହରିଦର୍ଶନ ସାହୁଙ୍କ ହତ୍ୟାକାରୀଙ୍କୁ ଠାବ କରିବାରେ ପୋଲିସ ସମ୍ପୂଣ୍ଣ ବିଫଳ ହୋଇଛି। ଏହି ଗୁଳିକାଣ୍ଡ ଘଟଣାରେ ଝାଡଖଣ୍ଡ ଅଞ୍ଚଳର ଦୁର୍ଦ୍ଦାନ୍ତ ସଙ୍ଗଠନ ପିଏଲ୍‌ଏଫ୍‌ଆଇର ହାତ ଥାଇପାରେ ବୋଲି ପୋଲିସ ଅନୁମାନ କରିଛି।  ଦୀର୍ଘ ଏକବର୍ଷ ହେଲା ଉକ୍ତ ଘଟଣାରେ କୌଣସି ଦୁର୍ବୃତ୍ତ ଗିରଫ ନ ହେବା ଯୋଗୁ ମୃତକଙ୍କ ପରିବାର ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ହରିଦର୍ଶନଙ୍କ ଭାଇ ସୁରେଶ ସାହୁ ଓ ତାଙ୍କ ସ୍ତ୍ରୀ ରାଜମୁନି ପୋଲିସର କାର୍ଯ୍ୟକଳାପ ପ୍ରତି ଆଙ୍ଗଳି ଉଠାଇଥିବାବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏସ୍‌ପି, ଜିଲାପାଳ ତଥା ଉଚ୍ଚ ପଦାଧିକାରୀଙ୍କୁ ସାକ୍ଷାତ କରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହରିଦର୍ଶନଙ୍କୁ କିଏ ଓ କେଉଁଥି ପାଇଁ ହତ୍ୟାକଲେ ତାହା କେବଳ ସନ୍ଦେହ ଭାବରେ ରହିଯାଇଛି। ସାଧାରଣରେ ଏହି ଘଟଣାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କିଏ କହୁଛନ୍ତି ବ୍ୟବସାୟୀକ କାରଣରୁ ପ୍ରତିପକ୍ଷ ହିଂସାରେ ଏଭଳି ଘଟଣା ଘଟାଇ ପାରନ୍ତି ତ ଆଉ କାହା ମୁହଁରୁ ଶୁଣିବାକୁ ମିଳୁଛି ସେ ଯେଉଁ ନେଟୱାର୍କ କାମ କରୁଥିଲେ ସେଥିରେ ଟଙ୍କା ନେଣଦେଣକୁ ନେଇ କେତେକ ଲୋକ ସହ ଶତ୍ରୁତା ଥିଲା । ଏଭଳି ବିଭିନ୍ନ ପାରିପାର୍ଶିକ କୁହାଶୁଣା କଥାକୁ ନେଇ ନାନା କଥା ଉଠୁଛି। ହେଲେ ବାସ୍ତବ କଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଯେ ପର୍ଯ୍ୟନ୍ତ ପୋଲିସ ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିଛି, ସେ ପର୍ଯ୍ୟନ୍ତ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିବ ନାହିଁ। ସାଧାରଣ ଲୋକେ ଓ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଗଡେଗା ଗ୍ରାମର ମୂଳବାସିନ୍ଦା ହରିଦର୍ଶନ ସାହୁ କିଛି ବର୍ଷ ହେଲା ବାରିଲେପ୍ଟା ଗ୍ରାମରେ ଜାଗାକିଣି ସେଠାରେ ନିଜ ପରିବାର ସହ ରହୁଥିଲେ। ନିଜ ସ୍ତ୍ରୀ ରାଜମୁନୀଙ୍କ ସହିତ ୨ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ପରିବାର। ବାରିଲେପ୍ଟା ଗାଁରେ ଗୋଟିଏ ଛୋଟ ତେଜରାତି ଦୋକାନ ଦେବା ସହ ଧାନ ବ୍ୟବସାୟ କରି ବେଶ ସୁରୁଖୁରୁରେ ପରିବାର ଚଳାଉଥିଲେ ସେ। ନିଜ ଭଲ ବ୍ୟବସାୟ ଯୋଗୁ ତିନି ପିଲାଙ୍କୁ ପାଠ ମଧ୍ୟ ପଢ଼ାଇଥିଲେ । ବର୍ତ୍ତମାନ ଗୋଟିଏ ଝିଅ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ଦେଇଥିବା ବେଳେ ଅନ୍ୟ ଝିଅ ମାଟ୍ରିକ ପରୀକ୍ଷା ଦେଇଛି ଓ ପୁଅ ଡିପ୍ଲୋମା କରୁଛି। ହରିଦର୍ଶନଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ସ୍ତ୍ରୀ ରାଜମୁନୀ ଓ ଭାଇ ସୁରେଶ ଯଥାସାଧ୍ୟ ପିଲାମାନଙ୍କୁ ପଢ଼ାଇବାରେ ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନେ ସେ ମାଆ ଓ ବାପା ଉଭୟ ଭୂମିକାରେ ରହି ପିଲାଙ୍କୁ ପାଠପଢ଼ିବା ପାଇଁ ଉତ୍ସାହିତ ଜାରି ରଖିଛନ୍ତି। ହେଲେ ହରିଦର୍ଶନଙ୍କ ମୃତ୍ୟୁପରେ ପରିବାର ଚଳାଇ ପିଲାଙ୍କୁ ପାଠପଢ଼ାଇବା ସମସ୍ୟାକୁ ସେ ଅନୁଭବ କଲେଣି । ଗୋଟିଏ ପଟେ ପୋଲିସ ହରିଦର୍ଶନଙ୍କ ହତ୍ୟାକାରୀଙ୍କୁ ଠାବ କରିବାରେ ବିଫଳ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ନୀରବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

ଭିସୁଟ୍‌ରେ ରାଗିଂ ଅଭିଯୋଗ, ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ୪ ବରିଷ୍ଠ ଛାତ୍ର

ସମ୍ବଲପୁର,୨୩।୪(ପ୍ରମୋଦ ବହିଦାର): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ରାଗିଙ୍ଗ ଅଭିଯୋଗ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି ।…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବରଗଡ଼ ଯାଉଥିବାବେଳେ ବସ୍‌ରେ ଟଳିପଡିଲେ ଯାତ୍ରୀ

ସମ୍ବଲପୁର/ବରଗଡ଼,୧୮ା୪(ପ୍ରମୋଦ ବହିଦାର/ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଭିତରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ହେଲେ ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri