ବାଗଡ଼େଗା ହରିଦର୍ଶନ ସାହୁ ଗୁଳିକାଣ୍ଡ ଘଟଣା: ବର୍ଷେ ପରେ ବି ପୋଲିସ ହାତ ଖାଲି

ନୂଆଗାଁ, ୧ା୫(ଡି.ଏନ.ଏ)- ସୁନ୍ଦରଗଡ ଜିଲା ନୂଆଗାଁ  ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ବାରିଲେପ୍ଟା ଗ୍ରାମରେ ରହୁଥିବା ଯୁବ ବ୍ୟବସାୟୀ ହରିଦର୍ଶନ ସାହୁଙ୍କୁ ଗତ ୨୦୧୮ ମାର୍ଚ୍ଚ ୬ରେ ବାଗଡେଗା ସାପ୍ତାହିକ ହାଟରେ ଦିନଦ୍ୱିପ୍ରହରରେ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟାକରିଥିଲେ। ଏହି ଘଟଣା ସେତେବେଳେ ସାଧାରଣରେ ଆତଙ୍କ ଖେଳାଇ ଦେଇଥିଲା। କିଛି ମାସ ପର୍ଯ୍ୟନ୍ତ ବାଗଡେଗା ସାପ୍ତାହିକ ହାଟକୁ ଲୋକେ ଯିବା ଆସିବା ମଧ୍ୟ କମ୍‌ କରିଦେଇଥିଲେ। ଦିନ ଦ୍ୱିପ୍ରହରରେ ଜଣେ ଯୁବ ବ୍ୟବସାୟୀଙ୍କୁ ପୁଣି ସାପ୍ତାହିତ ହାଟପାଳି ଦିନ ଗୁଳିକରି ଫେରାର୍‌ ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଖୋଜିବା ବା ସେମାନଙ୍କୁ ଠାବ କରିବା ନେଇ ପୋଲିସ ସେତେବେଳେ ତତ୍ପରତା ଦେଖାଇଥିଲେ। ହେଲେ କିଛି ଦିନ ପରେ ପୋଲିସ ହଠାତ ନିଜ ତଦନ୍ତକୁ ଧିମେଇ ଯାଇଥିଲା। ଫଳରେ ଆଜକୁ ବର୍ଷେ ଉପରେ ହେଲା ହରିଦର୍ଶନ ସାହୁଙ୍କ ହତ୍ୟାକାରୀଙ୍କୁ ଠାବ କରିବାରେ ପୋଲିସ ସମ୍ପୂଣ୍ଣ ବିଫଳ ହୋଇଛି। ଏହି ଗୁଳିକାଣ୍ଡ ଘଟଣାରେ ଝାଡଖଣ୍ଡ ଅଞ୍ଚଳର ଦୁର୍ଦ୍ଦାନ୍ତ ସଙ୍ଗଠନ ପିଏଲ୍‌ଏଫ୍‌ଆଇର ହାତ ଥାଇପାରେ ବୋଲି ପୋଲିସ ଅନୁମାନ କରିଛି।  ଦୀର୍ଘ ଏକବର୍ଷ ହେଲା ଉକ୍ତ ଘଟଣାରେ କୌଣସି ଦୁର୍ବୃତ୍ତ ଗିରଫ ନ ହେବା ଯୋଗୁ ମୃତକଙ୍କ ପରିବାର ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ହରିଦର୍ଶନଙ୍କ ଭାଇ ସୁରେଶ ସାହୁ ଓ ତାଙ୍କ ସ୍ତ୍ରୀ ରାଜମୁନି ପୋଲିସର କାର୍ଯ୍ୟକଳାପ ପ୍ରତି ଆଙ୍ଗଳି ଉଠାଇଥିବାବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏସ୍‌ପି, ଜିଲାପାଳ ତଥା ଉଚ୍ଚ ପଦାଧିକାରୀଙ୍କୁ ସାକ୍ଷାତ କରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହରିଦର୍ଶନଙ୍କୁ କିଏ ଓ କେଉଁଥି ପାଇଁ ହତ୍ୟାକଲେ ତାହା କେବଳ ସନ୍ଦେହ ଭାବରେ ରହିଯାଇଛି। ସାଧାରଣରେ ଏହି ଘଟଣାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କିଏ କହୁଛନ୍ତି ବ୍ୟବସାୟୀକ କାରଣରୁ ପ୍ରତିପକ୍ଷ ହିଂସାରେ ଏଭଳି ଘଟଣା ଘଟାଇ ପାରନ୍ତି ତ ଆଉ କାହା ମୁହଁରୁ ଶୁଣିବାକୁ ମିଳୁଛି ସେ ଯେଉଁ ନେଟୱାର୍କ କାମ କରୁଥିଲେ ସେଥିରେ ଟଙ୍କା ନେଣଦେଣକୁ ନେଇ କେତେକ ଲୋକ ସହ ଶତ୍ରୁତା ଥିଲା । ଏଭଳି ବିଭିନ୍ନ ପାରିପାର୍ଶିକ କୁହାଶୁଣା କଥାକୁ ନେଇ ନାନା କଥା ଉଠୁଛି। ହେଲେ ବାସ୍ତବ କଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଯେ ପର୍ଯ୍ୟନ୍ତ ପୋଲିସ ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିଛି, ସେ ପର୍ଯ୍ୟନ୍ତ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିବ ନାହିଁ। ସାଧାରଣ ଲୋକେ ଓ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଗଡେଗା ଗ୍ରାମର ମୂଳବାସିନ୍ଦା ହରିଦର୍ଶନ ସାହୁ କିଛି ବର୍ଷ ହେଲା ବାରିଲେପ୍ଟା ଗ୍ରାମରେ ଜାଗାକିଣି ସେଠାରେ ନିଜ ପରିବାର ସହ ରହୁଥିଲେ। ନିଜ ସ୍ତ୍ରୀ ରାଜମୁନୀଙ୍କ ସହିତ ୨ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ପରିବାର। ବାରିଲେପ୍ଟା ଗାଁରେ ଗୋଟିଏ ଛୋଟ ତେଜରାତି ଦୋକାନ ଦେବା ସହ ଧାନ ବ୍ୟବସାୟ କରି ବେଶ ସୁରୁଖୁରୁରେ ପରିବାର ଚଳାଉଥିଲେ ସେ। ନିଜ ଭଲ ବ୍ୟବସାୟ ଯୋଗୁ ତିନି ପିଲାଙ୍କୁ ପାଠ ମଧ୍ୟ ପଢ଼ାଇଥିଲେ । ବର୍ତ୍ତମାନ ଗୋଟିଏ ଝିଅ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ଦେଇଥିବା ବେଳେ ଅନ୍ୟ ଝିଅ ମାଟ୍ରିକ ପରୀକ୍ଷା ଦେଇଛି ଓ ପୁଅ ଡିପ୍ଲୋମା କରୁଛି। ହରିଦର୍ଶନଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ସ୍ତ୍ରୀ ରାଜମୁନୀ ଓ ଭାଇ ସୁରେଶ ଯଥାସାଧ୍ୟ ପିଲାମାନଙ୍କୁ ପଢ଼ାଇବାରେ ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନେ ସେ ମାଆ ଓ ବାପା ଉଭୟ ଭୂମିକାରେ ରହି ପିଲାଙ୍କୁ ପାଠପଢ଼ିବା ପାଇଁ ଉତ୍ସାହିତ ଜାରି ରଖିଛନ୍ତି। ହେଲେ ହରିଦର୍ଶନଙ୍କ ମୃତ୍ୟୁପରେ ପରିବାର ଚଳାଇ ପିଲାଙ୍କୁ ପାଠପଢ଼ାଇବା ସମସ୍ୟାକୁ ସେ ଅନୁଭବ କଲେଣି । ଗୋଟିଏ ପଟେ ପୋଲିସ ହରିଦର୍ଶନଙ୍କ ହତ୍ୟାକାରୀଙ୍କୁ ଠାବ କରିବାରେ ବିଫଳ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ନୀରବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri