ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର କଲିହା ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ନନ୍ଦୋର ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଗାନ୍ଦସା ସିଂ କୁରୁଣ୍ଟା ଦୋଳ ମେଳଣ ଦେଖି ଚାଲି ଚାଲି ନିଜ ଘରକୁ ଫେରୁଥିଲେ ବେଳେ କଲିହା ଛକ ନିକଟରେ ଗଣ୍ଡିବେଡ଼ରୁ ମାର୍କୋଣା ଅଭିମୁଖେ ଆସୁଥିବା ବାଇକ (ନଂ.ଓଡି୦୧ଏଫ୬୫୨୦) ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ସିମୁଳିଆ ମେଡିକାଲକୁ ନେଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଧକ୍କା ଦେଇଥିବା ବ୍ୟକ୍ତି ଅଚ୍ୟୁତପୁର ପଞ୍ଚାୟତ ଗଞ୍ଜ ଗ୍ରାମର ଅଭିମନ୍ୟୁ ଲକ୍ଷ୍ମୀଧର ପୃଷ୍ଟି ଏବଂ ଗୌତମ ପୃଷ୍ଟି ବୋଲି ଜଣାପଡିଛି। ଖଇରା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି କଳାହାଣ୍ଡି : ୪୪.୫ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): ସାରା ରାଜ୍ୟ ପ୍ରବଳ ଗ୍ରୀଷ୍ମତାପରେ ଜଳୁଥିବାବେଳେ ଭବାନୀପାଟଣାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା...

ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା:୨ ଅଟକ, ଚୋରି ସାମଗ୍ରୀ ଜବତ

ଭଦ୍ରକ ଅଫିସ/ପଦ୍ମପୁର,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋରାମାଟି ପଞ୍ଚାୟତର ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଗତ ୫ ତାରିଖରେ ଚୋରି ହୋଇଥିଲା। ଏହି ଘଟଣାରେ ମଙ୍ଗଳବାର...

କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ...

ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ କାମ ଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୩ା୮(ଅସମାପିକା ସାହୁ): ଆହାର କେନ୍ଦ୍ର ଚଳାଉଥିବା ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ କାମ ଦେବା ପାଇଁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ବାରିପଦା ମ୍ୟୁନିସିପାଲିଟି...

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ଏନ୍‌ଏଚ୍‌ଆର୍‌ସିରେ ଏତଲା

କଟକ ଅଫିସ, ୭ା୩: ଶହୀଦନଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ହାବିଲଦାରଙ୍କୁ ପୋଲିସ ଗିରଫ କରିଥିଲା। ହାବିଲଦାର ଜଣକ ପୀଡିତାଙ୍କ ପିଉସା। ଏହି...

ସରିଲା ଦିବ୍ୟଶଙ୍କରଙ୍କ ନିର୍ବନ୍ଧ: ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କ ନିର୍ବନ୍ଧ ସରିଥିବା ବେଳେ ରବିବାର ହାତଗଣ୍ଠି...

ବମ୍ବେ ପୋଲିସ ଦ୍ୱାରା ନାବାଳିକା ଉଦ୍ଧାର ମାମଲା; ସମ୍ପର୍କୀୟଙ୍କ ସମେତ ୩ ଗିରଫ

ଢେଙ୍କାନାଳ ଅଫିସ, ୮ା୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରି ଗତ ୨୭ ତାରିଖ ଦିନ ଢେଙ୍କାନାଳ...

ବୀରମହାରାଜପୁର ଜୋନ-୧ରେ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ

ଅମରପାଲି,୨୬।୨(ଡି.ଏନ.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ରେ ପ୍ରଥମ ରାଉଣ୍ଡ ପରେ ବିଜେଡିର ରଞ୍ଜିତ ରଥ...

Advertisement
Archives

Model This Week