Posted inଜାତୀୟ

ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠିବ!

ନୂଆଦିଲ୍ଲୀ, ୧୩।୬: ବସ୍‌, ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ପାସ୍‌ ନିୟମ ଉଠାଯିବ। ଏସମ୍ପର୍କରେ ବିଚାର ଚାଲିଛି ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆଇନ ମନ୍ତ୍ରଣାଳୟ କିନ୍ତୁ ଏହାକୁ ଖାରଜ କରିଦେଇଥିଲା। ସୂଚନା ମୁତାବକ, ୨୦୧୬ରେ ଭାରତରେ ୪.୮ଲକ୍ଷ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୩.୩୫ଲକ୍ଷ ଡ୍ରାଇଭର୍‌ ସାମିଲ ଥିଲେ। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଅଧିକ ଥିଲା। ଅଶିିକ୍ଷିତ ଲୋକଙ୍କ ଯୋଗୁ ସଡ଼କ ଦୁର୍ଘଟଣା ହେଉଥିବା ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଡ୍ରାଇଭର ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ମାପଦଣ୍ଡ ଏକ ବାଧା ବୋଲି ସେ କହିଛନ୍ତି। ମୋଟର ଭେଇକିଲ୍‌ ଆଇନ ଜରିଆରେ ଏହାକୁ ପରିବର୍ତ୍ତନ କରାଯିବା ନେଇ ବିଚାର ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଜଳସୀମାରେ ରୋହିଙ୍ଗ୍ୟା

ନୂଆଦିଲ୍ଲୀ, ୨୩ା୨: ପ୍ରାୟ ୯୦ ରୋହିଙ୍ଗ୍ୟା ଏବଂ ୩ ବାଲାଂଦେଶ କ୍ରିଉ ସଦସ୍ୟଙ୍କ ସହ ଏକ ବୋଟ୍‌ ସୋମବାର ଭାରତର ଜଳସୀମା ଆଣ୍ଡାମାନ ନିକଟରେ ପହଞ୍ଚିଛି।...

କମିଲା ୧୨ ଘଣ୍ଟିଆ ଅବଧି: ଏଣିକି ରାତି ୯ରୁ ସକାଳ ୫ ଯାଏ କର୍ଫ୍ୟୁ

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ୍‌ ୫.୦ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ୧୨ ଘଣ୍ଟିଆ ରାତ୍ରକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି।...

ଆମ ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ଭିକାରି, ସବୁଠୁ କମ୍‌ ରହିଛି …

ନୂଆଦିଲ୍ଲୀ,୧୧।୩: ଆମ ଦେଶର ଅଧିକାଂଶ ରାଜ୍ୟରେ ଲୋକେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ଏହି ଭିକାରିଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ। ତେବେ ସବୁଠୁ ଅଧିକ...

ନରସଂହାର ଆଶଙ୍କା କରି ୨୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ରହିବାକୁ ଚାହୁଁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ରବିବାର ହୋଇଥିବା ବେଳେ ଆରମ୍ଭରୁ ପଶ୍ଚିମବଙ୍ଗରେ ହିଂସା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷାମନ୍ତ୍ରୀ...

ମୋଦି-ଶାହଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ ରାଉତ: ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ମୁଁ ତାହାର ପ୍ରଧାନ ଶିକ୍ଷକ ଥିଲି

ନୂଆଦିଲ୍ଲୀ,୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ...

କରୋନାରେ କଂଗ୍ରେସ ନେତାଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୪।୭: ତେଲଙ୍ଗାନାରେ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଜି. ନରେନ୍ଦ୍ର ଯାଦବ କରୋନାରେ ପ୍ରାଣ ହରାଇଛନ୍ତି। ସେ ହାଇଦ୍ରାବାଦସ୍ଥିତ ଏକ ଘରୋଇ...

ଆନ୍ଧ୍ରରେ ଗଧବଂଶ ଲୋପ ପାଇବା ଆଶଙ୍କା

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ଗଧବଂଶ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ମାଂସ ପାଇଁ ଗଧହତ୍ୟା କରାଯାଉଛି। ଭାରତୀୟ ଖାଦ୍ୟ ଏବଂ ମାନକ ପ୍ରାଧିକରଣ ଅନୁସାରେ...

ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ

ଲକ୍ଷ୍ନୌ,୩।୧୧: ସ୍ବଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ...

Advertisement

BGU

Archives

Model This Week

Why Dharitri