ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ। ଗତ ଦୁଇବର୍ଷ ହେଲା ବୌଦ୍ଧ ବନମଣ୍ଡଳରୁ କାଠ ଆସୁଛି। ତେବେ ରଥ ନିର୍ମାଣ ପରେ ପ୍ରତିବର୍ଷ କିଛି ନା କିଛି କାଠ ବଳକା ରହିଯାଏ। ଏହି କାଠ ଆଗାମୀ ବର୍ଷ ପାଇଁ ସାଇତି ରଖାଯାଏ। ହେଲେ ଏହି ବଳକା କାଠ ରଖିବାକୁ ଏବେ ଆଉ ଜାଗା ନାହିଁ। ଏଠିସେଠି ରଖାଯାଉଥିବାରୁ କାଠ ମଧ୍ୟ ନଷ୍ଟ ହେଉଛି। ସେହିପରି ରଥଯାତ୍ରା ଶେଷ ପରେ ରଥ ଚକ ସୁରକ୍ଷିତ ଭାବେ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦିଷ୍ଟ ଜାଗା ସ୍ଥିର କରିପାରିନି। ଗୁଣ୍ଡିଚା ମନ୍ଦିର ପରିସରରେ ଚକ ରହୁଥିବାବେଳେ ତାହା ଖରା, ବର୍ଷାରେ ମଧ୍ୟ ଖରାପ ହେଉଛି। ତେଣୁ ବଳକା ରଥ କାଠ ଏବଂ ଚକକୁ ସାଇତି ରଖିବା ଲାଗି ଶେଡ୍‌ ତିଆରି କରାଯିବା ଦରକାର ବୋଲି କୁହାଯାଉଛି।
ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ପୂର୍ବବର୍ଷର କାଠ ଯଦି ବଳକା ଥାଏ ତେବେ ତାକୁ ବାଦ୍‌ ଦେଇ ଆଉ ଆବଶ୍ୟକ କାଠ ଅଣାଯାଇଥାଏ। ଦେଖିବାକୁ ଗଲେ ପ୍ରତିବର୍ଷ କିଛି କାଠ ବଳକା ରହିଥାଏ। ଗତବର୍ଷ ୧୯୫ ଖଣ୍ଡ କାଠ ବଳକା ରହିଥିଲା। ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ଲାଗି ୬୭୦ ଖଣ୍ଡ କାଠ ନୟାଗଡ଼, ଖୋର୍ଦ୍ଧା ଏବଂ ବୌଦ୍ଧ ବନଖଣ୍ଡରୁ ଆଣିଛି। କିନ୍ତୁ ପ୍ରତିବର୍ଷ ବଳକା ରହୁଥିବା କାଠକୁ ରଖିବା ଲାଗି ଏବେ ସମସ୍ୟା ହେଲାଣି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବଳକା କାଠ ହାତୀବାରିରେ ରଖୁଥିଲା। ହେଲେ ଏହି ଜାଗାରେ ପ୍ରାୟ ୨ ବର୍ଷ ହେବ ନୀଳାଦ୍ରି ଭକ୍ତନିବାସ ତିଆରି କରାଯିବା ପରେ କାଠ ରଖିବାକୁ ଆଉ ଜାଗା ମିଳିଲାନି। ଏହାପରେ ପୁରୁଣା ଜେଲ୍‌ରୋଡ ନିକଟରେ ଥିବା ଶ୍ରୀମନ୍ଦିର ଜାଗାରେ କାଠ ରଖାଯାଉଥିଲା। ଏବେ ଏହାର ପରିସର ବି ସଙ୍କୁଚିତ ହୋଇଯାଇଛି। ଏଠି ବି ତିଆରି ଚାଲିଛି ଭକ୍ତନିବାସ। ତେଣୁ ବଳକା ରଥକାଠ ରଖିବା ପାଇଁ ଏବେ ସମସ୍ୟା ହେଲାଣି।
କେବଳ ବଳକା ରଥ କାଠ ନୁହେଁ, ରଥଚକ, ପ୍ରଭା, ଗୁଜ ଏବଂ ଅସୁଆରୀକୁ ସୁରକ୍ଷିତ ଭାବେ ରଖିବା ପାଇଁ ଜାଗା ନାହିଁ। ପ୍ରତିବର୍ଷ ରଥଯାତ୍ରା ପରେ ତିନିରଥକୁ ଭଙ୍ଗାଯାଇଥାଏ। ରଥଗୁଡ଼ିକର ଚକ, ପ୍ରଭା, ଗୁଜ ଓ ଅସୁଆରୀକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଉଛି। ହେଲେ ଚକ ଦାମ୍‌ ଅଧିକ ରହୁଥିବାରୁ ବିକ୍ରି ଏତେଟା ଉତ୍ସାହଜନକ ହୋଇପାରୁନାହିଁ। ୨୦୧୫ ପର୍ଯ୍ୟନ୍ତ ରଥ ଚକ ଗୋଟାକୁ ଶ୍ରୀମନ୍ଦିର ପ୍ରଶାସନ ୫୦ ହଜାର ଟଙ୍କା ରଖିଥିଲା। ହେଲେ ବିକ୍ରି ନ ହେବାରୁ ଏହାର ଦାମ୍‌ ହ୍ରାସ କରାଯାଇଛି। ବର୍ତ୍ତମାନ ଚକ ଗୋଟିକର ଦାମ୍‌ ୨୫ ହଜାର ରହିଛି। ଏହାସତ୍ତ୍ବେ ବିକ୍ରି ହେଉନାହିଁ। ପ୍ରତିବର୍ଷ ୪୨ଟି ଚକ ବାହାରୁଛି। ହେଲେ ସେମିତି ବିକ୍ରି ହେଉ ନ ଥିବାରୁ ଗୁଣ୍ଡିଚା ମନ୍ଦିର ପରିସରରେ ଏହା ଗଚ୍ଛିତ ହୋଇ ରହୁଛି। ପ୍ରତିବର୍ଷ ୪୨ଟି ଲେଖାଏ ଚକ ରଖାଯାଉଥିବାରୁ ଆଉ ସେମିତି ଜାଗା ବି ନାହିଁ। ବର୍ତ୍ତମାନ ଶତାଧିକ ଚକ ଗୁଣ୍ଡିଚା ମନ୍ଦିର ପରିସରରେ ଖରା, ବର୍ଷା ଖାଇ ନଷ୍ଟ ହେଉଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ରହିଛି। ଅନେକ ଜମି ମଧ୍ୟ ଜବରଦଖଲ କରାଯାଇଛି। ମହାପ୍ରଭୁଙ୍କ ଏହି ଜମିରେ ଶେଡ୍‌ ତିଆରି କରାଗଲେ ବଳକା କାଠ, ରଥଚକ, ଗୁଜ, ପ୍ରଭା, ଅସୁଆରୀ ଆଦିକୁ ସାଇତି ରଖାଯାଇପାରନ୍ତା। କିନ୍ତୁ ମନ୍ଦିର ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନାହିଁ। ଫଳରେ ରଥଚକ ଖରା, ବର୍ଷା ଖାଇ ଗୁଣ୍ଡିଚା ମନ୍ଦିର ପରିସରରେ ଏଠିସେଠି ରଖାଯାଇଥିବା ବେଳେ ଜେଲ୍‌ରୋଡ ପରିସରରେ ବଳକା ରଥକାଠ ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷିତ ଶୈଶବ, ପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ଶିଶୁଙ୍କ ସୁରକ୍ଷିତ ଶୈଶବ ଓ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ ଚିହ୍ନଟ...

ନାବାଳିକା ଗଣବଳାତ୍କାର ମାମଲା: ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ପୋଲିସ ମାମଲା ରୁଜୁ କରି ବସିପଡ଼ିଛି। ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ରାଜ୍ୟ...

ସୁକନ୍ୟା ଯୋଜନାରେ ଜମାରାଶି ଆତ୍ମସାତ ଅଭିଯୋଗ, ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଲେ ଉପଭୋକ୍ତା

ବରଗଡ ଅଫିସ, ୨୦।୧- ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରରେ ସୁକନ୍ୟା ଯୋଜନାରେ ଜମା ହୋଇଥିବା ଜମାରାଶିକୁ କିଛି ଡାକ କର୍ମଚାରୀ ଆତ୍ମସାତ୍‌ କରିଥିବା ଅଭିଯୋଗ...

ରଥଯାତ୍ରା ପାଇଁ ଅନୁମତି ନ ଦେବାକୁ ଅପିଲ କରିଥିବା ଆବେଦନକାରୀ ଓକିଲଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଙ୍ଗଳବାର ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଲାଗିରହିଛି ଆଶା ଆଶଙ୍କା। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲାର...

ନବଜାତକ ପେଟ ବାହାରେ ପାକସ୍ଥଳୀ: ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ ଅଫିସ,୧୭ା୨: କଟକ ଶିଶୁଭବନରେ ଜଣେ ନବଜାତକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ବାହାରକୁ ଲମ୍ବି ଆସିଛି ଅନ୍ତଃନଳୀ ଓ ପାକସ୍ଥଳୀ। ଶିଶୁଭବନ...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

‘କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ପରିବେଶ କରାଯାଇନାହିଁ’

କଟକ ଅଫିସ, ୧୧ା୨: ବାଣିଜ୍ୟରେ ଓଡ଼ିଶାର ଇତିହାସ ହଜାର ବର୍ଷ ପୁରୁଣା। ସେହି ସମୟରେ ଅନ୍ୟ ରାଜ୍ୟଠାରୁ ଓଡ଼ିଶା ବାଣିଜ୍ୟ କ୍ଷେତ୍ରରେ ବହୁ ଆଗରେ ଥିଲା।...

ଜାଗର ଦୀପରୁ ଲେଡିଜ୍‌ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‌ପି ଛକ ନିକଟ ନୀଳକଣ୍ଠ ନଗରରେ ଥିବା ଶ୍ରୀଜଗନ୍ନାଥ ରେସିଡେନି୍ସ ନାମକ ଏକ ଲେଡିଜ ହଷ୍ଟେଲର ତୃତୀୟ ମହଲାରେ ଶୁକ୍ରବାର...

Coronavirus Update


Archives

Model This Week

Why Dharitri