ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜିଲାପାଳ ଅରିନ୍ଦମ୍‌ ଡାକୁଆ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ଜିଲାର ୫ଟି ସହରାଞ୍ଚଳରେ ୩୩୦୦ରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ଆଇସୋଲେଶନ୍‌ ସେଣ୍ଟର କରାଯାଇଛି । ସେହିପରି ଜିଲାର ୩୧୭ ପଞ୍ଚାୟତରେ ୧୩ହଜାରରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ବ୍ୟବସ୍ଥା ସରିଥିବା ଜିଲାପାଳ ଡାକୁଆ ସୂଚନା ଦେଇଛନ୍ତି ।

ଜିଲାରେ କରୋନା ମୁକାବିଲା ପାଇଁ କୋଭିଡ୍‌ ହସ୍ପିଟାଲ, କରୋନା ହେଲ୍‌ଥ ସେଣ୍ଟର ଏବଂ କରୋନା କେୟାର ସେଣ୍ଟର ଏଭଳି ତିନୋଟି ପର୍ଯ୍ୟାୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କିସ୍‌ କ୍ୟାମ୍ପସରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍‌ ହସ୍ପିଟାଲରେ କୋଭିଡ୍‌ ପଜିଟିଭ ରୋଗୀଙ୍କୁ ଚିକିତ୍ସା କରାଯିବ। ସେଠାରେ ୩ଜଣ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌, ସୁରକ୍ଷା ଗାର୍ଡ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ପଲିଟେକ୍‌ନିକ୍‌ଠାରେ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହେଲ୍‌ଥ ସେଣ୍ଟର ବ୍ୟବସ୍ଥା ରହିଛି । ଏଠାରେ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ । ଏଠାରେ ଅକ୍ସିଜେନ୍‌ ଏବଂ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ଏଠାରେ ଏଲୋପାଥିକ୍‌ ଡାକ୍ତର ନିୟୋଜିତ ରହିବେ । କରୋନା କେୟାର ସେଣ୍ଟରରେ ସାଧାରଣ ଲକ୍ଷଣ ଥିବା ରୋଗୀଙ୍କୁ ରଖି ଚିକିତ୍ସା କରାଯିବ । ସେଠାରେ ଆୟୁଷ ଡାକ୍ତର ନିୟୋଜିତ ରହିବେ ବୋଲି ସୂଚନା ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାର ୩୨୪ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ସେଥିରୁ ୯୦ଟି ପରୀକ୍ଷାର ନେଗେଟିଭ ରିପୋର୍ଟ ଆସିଛି। କିସ୍‌ କ୍ୟାମ୍ପସ୍‌ ଠାରେ ଅନ୍ୟମାନଙ୍କ ସହ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସିଡିଏମ୍‌ଓ ଡା. ନାରାୟଣ ଥନାପତି, କୋଭିଡ୍‌ ହସ୍ପିଟାଲ ଇନଚାର୍ଜ ଡା. ଅବିନାଶ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବଲାଙ୍ଗୀରରେ କୋଭିଡ୍‌ ହସ୍ପିିଟାଲ ଖୋଲାଯିବାକୁ ଗତ ୩ ତାରିଖ ଭୁବନେଶ୍ୱର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ, ବଲାଙ୍ଗୀର ଜିଲା ପ୍ରଶାସନ ଓ ଓଡିଶା ଖଣି ନିଗମ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷାରିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ ପାଇଁ ରିଲିଫ୍‌ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଦୁଷ୍ୟନ୍ତ

ଚଣ୍ଡିଗଡ଼,୨୩।୩: କରୋନା କବଳରେ ଭାରତ। ବେଳକୁ ବେଳ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲ ତାଙ୍କର...

ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍‌, ୨୦ ହଜାର ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍‌ କରିଛି। ୪ ଜଣିଆ...

ସୁସ୍ଥ ହେଲେ ୩୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୬।୫: ଦେଶରେ ୨୪ ଘଣ୍ଟାରେ ୪ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ...

ରସୁଲଗଡ଼ ଫ୍ଲାଏଓଭର ତଳରାସ୍ତା ମରଣଯନ୍ତ୍ରା: ଖାଲରେ ପଡ଼ି ୨ ଦିନରେ ୭ ଆହତ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟ ରସୁଲଗଡ଼ ଫ୍ଲାଏଓଭର ତଳ ରାସ୍ତା ପାଲଟିଛି ମରଣଯନ୍ତ୍ରା। ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏ ୮ରୁ ଊର୍ଦ୍ଧ୍ୱ ଖାଲ ଅଁା...

ସାନିଟାଇଜ ହେଲା ଧରମବନ୍ଧା ପଞ୍ଚାୟତ

ନୂଆପଡା ଅଫିସ,୧୭ା୪- ନୂଆପଡା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ସାନିଟାଇଜ ହୋଇଛି। ସରପଞ୍ଚ ଓମପ୍ରକାଶ କଲାରଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମିତି ସଭ୍ୟା ଓ ସମସ୍ତ...

ସମ୍ବିଧାନ ପ୍ରଣୟନ ବିଶ୍ୱର ଏକ ପ୍ରମୁଖ ଘଟଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ-୨୦୧୯ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଏକ ଐତିହାସିକ ଦିବସ।...

କୃଷି ତାଲିମ କାର୍ଯ୍ୟକ୍ରମ: କେସିଙ୍ଗାରୁ ଗଲେ ୨୫ ଚାଷୀ

କେସିଙ୍ଗା,୧୦।୯(ଡି.ଏନ୍‌.ଏ.): ଆତ୍ମା ଯୋଜନା କଳାହାଣ୍ଡି ଆନୁକୂଲ୍ୟରେ କେସିଙ୍ଗା ବ୍ଲକର ମହିଳା ଖାଦ୍ୟ ନିରାପତ୍ତା ଦଳର ୮ଜଣ ମହିଳା ଓ ୧୭ ଚାଷୀଙ୍କୁ ବୌଦ୍ଧ ଜିଲାର ପାଲିଝରସ୍ଥିତ...

ଥୁଆବାରିରେ ଶହୀଦ ଦିବସ : ଜିଲାସ୍ତରୀୟ ଅଧିକାରୀ ଯୋଗ ନ ଦେବାରୁ ଅସନ୍ତୋଷ

ନୟାଗଡ଼ ଅଫିସ/ନୂଆଗାଁ,୧୧ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଥୁଆବାରି ଗ୍ରାମରେ ଗୁରୁବାର ଶହୀଦ ଦିବସ ପାଳିତ ହୋଇ ଯାଇଛି। ଗ୍ରାମବାସୀଙ୍କ ନେତୃତ୍ୱରେ...

Play 250+ Trending Games
Archives

Model This Week

Why Dharitri