ବର୍ଷା ନାହିଁ, ଅଟକିଯାଇଛି ଚାଷ କାର୍ଯ୍ୟ:ବୁଣା ସରିଲାଣି, ରୁଆ ମନ୍ଥର

ଅନୁଗୋଳ ଅଫିସ, ୧୬।୭ ଜୁନ ଯାଇ ଜୁଲାଇ ଅଧା ହେଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କଥା। ହେଲେ ଜୁନ ପରି ଜୁଲାଇରେ ଆବଶ୍ୟକ ବର୍ଷା ଅଭାବରୁ ଅନୁଗୋଳ ଜିଲାରେ ଚାଷ ଜୋରଦାର ହୋଇପାରୁ ନାହିଁ। ବିଶେଷକରି ରୁଆ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏପରି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ୨୦୧୭ ଅବସ୍ଥା ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଉଛି।
ଗତ ଜୁନ୍‌ରେ ଜିଲାରେ ୨୨୫ ମିଲିମିଟର ବର୍ଷା ହେବା କଥା। କିନ୍ତୁ ୧୪୮ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି। ତେବେ ଜୁଲାଇରେ ସ୍ବାଭାବିକ ବର୍ଷା ହେବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ବିଶେଷକରି ୧୫ ତାରିଖ ସୁଦ୍ଧା ଜିଲାରେ ୧୭୩ ମିଲିମିଟର ବର୍ଷାର ଆବଶ୍ୟକତା ଥିଲା। କିନ୍ତୁ ୧୫ ତାରିଖ ଅତିକ୍ରାନ୍ତ ହୋଇଯାଇଥିଲେ ବି ଆବଶ୍ୟକତାର ଅଧା ଅର୍ଥାତ୍‌ ୮୫.୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଚଳିତମାସ ପ୍ରଥମ ଦୁଇ ଦିନର ବର୍ଷା ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲା। ରୁଆ କାର୍ଯ୍ୟ ଏଥର ଦ୍ରୁତଗତି ଧରିବ ବୋଲି ଚାଷୀମାନେ ଭାବି ନେଇଥିଲେ। ମାତ୍ର ବର୍ଷା ପୁଣି ଗାଏବ ହୋଇଯାଇଛି। ଗତ ୨ ତାରିଖରେ ଜିଲାର ଆଠମଲ୍ଲିକରେ ସର୍ବାଧିକ ୮୦.୨ ମିଲିମିଟର ବର୍ଷା ହୋଇଥିବାବେଳେ ଅନୁଗୋଳରେ ୬୦, ବଅଁରପାଳରେ ୩୮.୬, ପାଲଲହଡ଼ାରେ ୩୭.୦, କିଶୋରନଗରରେ ୩୪.୮, କଣିହଁାରେ ୩୧.୫, ତାଳଚେର ୩୧.୦, ଛେଣ୍ଡିପଦାରେ ୧୨.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଏହାପରେ ଜିଲାରେ ସ୍ବାଭାବିକ ବର୍ଷା ହୋଇ ନ ଥିବାବେଳେ କେବଳ ପାଲଲହଡ଼ାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯଦି ବର୍ଷା ପରିମାଣ ବଢ଼ିବ ତା’ହେଲେ ଜିଲାରେ ଚଳିତବର୍ଷ ଲକ୍ଷ୍ୟ ରଖାଯାଇଥିବା ୮୮ ହଜାର ୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ୪୧୦ ହେକ୍ଟରରେ ଚାଷ ହୋଇଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ତଥାପି ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ଚାଷ ଉପରେ ସେପରି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି। ବୁଣା କାର୍ଯ୍ୟ ଶେଷ ହୋଇଥିବା ବେଳେ ରୁଆ ମନ୍ଥର ଗତିରେ ଚାଲିଥିବା ଜିଲା କୃଷି ଉପନିର୍ଦ୍ଦେଶକ ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭଡ଼ା ବୃଦ୍ଧିକୁ ବିରୋଧ

ଅନୁଗୋଳ ଅଫିସ, ୨୬।୧୧ଅନୁଗୋଳ ପୌରପାଳିକାର ଦୋକାନ ଘର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ଓ ଅନୁଗୋଳ ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା

ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର,...

ପାଣି କାଦୁଅ ଯୋଗୁ ଜମୁନି ବେପାର

ବଅଁରପାଳ,୧୭ା୬(ଡି.ଏନ.ଏ.) କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ...

ଲୁଟୁ ରଞ୍ଜନ ଥାପ୍ପା ଜିଲା ଯୁବ କଂଗ୍ରେସ ସଭାପତି

ଅନୁଗୋଳ ଅଫିସ୍‌, ୧୯ା୭: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୧୦ଟି ସାଙ୍ଗଠନିକ ଜିଲାର ନୂତନ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳ ଜିଲା...

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ

ଅନୁଗୋଳ ଅଫିସ, ୧୭।୪- ବଅଁରପାଳ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ପରିଦର୍ଶନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.) ଛେଣ୍ଡିପଦାର ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଯୋଗ ଶିବିରର ସଦସ୍ୟମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ୧ଶହ ଟଙ୍କା ଦାନ କରିଛନ୍ତି।...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।...

କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ

ବଅଁରପାଳ,୧୩ା୬(ଡି.ଏନ.ଏ.) – ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର...

Coronavirus Update


Archives

Model This Week

Why Dharitri