ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଲୋଡ଼ାଗଲା ଏସ୍‌ଏଚ୍‌ଜି ସହାୟତା

ଭୁବନ, ୮।୬(ଡି.ଏନ୍‌.ଏ.)  ‘ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଗଠନ ଉଦ୍ଦେଶ୍ୟ ନେଇ ଶୁକ୍ରବାର ଭୁବନ ଏନ୍‌ଏସି ପକ୍ଷରୁ ସ୍ଥାନୀୟ ବାଜି ରାଉତ କଲ୍ୟାଣ ମଣ୍ଡପରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି ଅନ୍ତର୍ଗତ ୧୫ଟି ଓ୍ବାର୍ଡର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସହାୟତା ଲୋଡ଼ାଯାଇଥିଲା।
ରାଜ୍ୟ ସରକାର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଅଧ୍ୟକ୍ଷତା କରିଥିଲେ। ପରିମଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ଥିବା ‘ନିପ୍‌ସ’ ସେବାସଂସ୍ଥାର ନିର୍ଦ୍ଦେଶକ ପରମେଶ୍ବର ଦାସ, କମ୍ୟୁନିଟି ସଂଯୋଜିକା ଜଲିତା ସାହୁ, ଜ୍ୟୋତିକୃଷ୍ଣ ପଣ୍ଡା, ଜି.ଗୀତିକା ସୁବୁଦ୍ଧି, ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ରହି ପରିମଳ ସଜାଡ଼ିବା ଦିଗରେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପରିବେଶ ସଫାସୁତରା ରଖିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ହେଲେ ଜନସାଧାରଣଙ୍କ ସଚେତନ ହେଉ ନ ଥିବାରୁ ସବୁ ଯୋଜନା ଫେଲ୍‌ ମାରୁଛି। ବ୍ୟାପକ ପ୍ରଚାର ସତ୍ତ୍ୱେ ଅଞ୍ଚଳବାସୀ ଡଷ୍ଟବିନ୍‌ ବ୍ୟବହାର କରୁନାହାନ୍ତି। ବର୍ଜ୍ୟବସ୍ତୁ ଖୋଲାସ୍ଥାନ, ଡ୍ରେନ୍‌ରେ ପକାଉଛନ୍ତି। ବର୍ଷା ହେଲେ ଉକ୍ତ ସାମଗ୍ରୀ ନାଳରେ ଭର୍ତ୍ତି ହୋଇ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଓ୍ବାର୍ଡବାସୀ ସାମାନ୍ୟ ଉଦ୍ୟମ କଲେ ଭୁବନ ଏନ୍‌ଏସିରେ ସ୍ବଚ୍ଛତା ଫେରିବାରେ ବେଶି ଡେରି ହେବନି ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ।
ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଗ୍ଲୋଭ୍‌ସ, ଜୋତା ପ୍ରଦାନ କରାଯାଇଥିଲା। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

ଧର୍ମେନ୍ଦ୍ରଙ୍କ ଲଢ଼ିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଢେଙ୍କାନାଳ,୧ା୧୨ (ରତନ ନାୟାର):ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ଆସନରୁ ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଚର୍ଚ୍ଚା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ବ୍ରାହ୍ମଣୀ ଆଁରେ ୫ଶହ ହେକ୍ଟର ଜମି

ଢେଙ୍କାନାଳ,୨୨।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଗେଙ୍ଗୁଟିଆ, ଗୁରୁଜାଙ୍ଗଠାରୁ ଆରମ୍ଭ କରି ସାଙ୍କୁଲେଇ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫୦୦ ହେକ୍ଟର ଚାଷଜମି ବ୍ରାହ୍ମଣୀ ନଦୀର...

୧୦ ମାସରେ ୩୩୭ ଦୁର୍ଘଟଣା, ୧୫୦ ଜୀବନହାନି

ଢେଙ୍କାନାଳ,୧୭ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ...

ଜେଲ୍‌ ଫାର୍ମାସିଷ୍ଟ ଗିରଫ

କାମାକ୍ଷାନଗର,୧୫।୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କନ୍ତିଓପୁଟସାହି...

ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

କାମାକ୍ଷାନଗର,୧୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥକୁ ରବିବାର ଅବରୋଧ କରାଯାଇଛି। ଶନିବାର ସଡ଼କ ଦୁର୍ଘଟଣାରେ ରେଳ ସଫେଇ କର୍ମଚାରୀ...

ଢେଙ୍କାନାଳରୁ ମେଲାଣି ନେଲେ ମା’

ଢେଙ୍କାନାଳ,୯ା୧୧(ରତନ ନାୟାର)ଢେଙ୍କାନାଳରୁ ବୁଧବାର ମେଲାଣି ନେଇଛନ୍ତି ମା’ ଲକ୍ଷ୍ମୀ। ସକାଳୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ବିଦାୟ ପର୍ବ ବିଳମ୍ବିତ ରାତି ଯାଏ ଚାଲିଥିଲା। ପ୍ରସିଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri