ବରା ଉପରେ ପିଆଜ ପ୍ରଭାବ

ଢେଙ୍କାନାଳ ଅଫିସ, ୭।୧୨ – ପିଆଜ ଦରକୁ ନେଇ ସବୁଠି ଏବେ ଚର୍ଚ୍ଚା। ରୋଷେଇ ଘରେ ସବୁଠାରୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ଶୁକ୍ରବାର ୧୬୦ ଛୁଇଁଛି। ଏହାର ପ୍ରଭାବ ପଡିଛି ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ। ଫାଷ୍ଟଫୁଡ୍‌ଠାରୁ ଆରମ୍ଭ କରି ଜଳଖିଆ ଦୋକାନରେ ପିଆଜ ଗାଏବ ହୋଇଯାଇଛି। କେବଳ ଏତିକି ନୁହେଁ, ପିଆଜର ଦରବୃଦ୍ଧିର ପ୍ରଭାବଠୁ ବାଦ୍‌ ପଡ଼ିନି ଢେଙ୍କାନାଳର ପ୍ରସିଦ୍ଧ ବରା। ବ୍ୟବସାୟୀମାନେ ବରାରେ ନାମକୁ ମାତ୍ର ପିଆଜ ବ୍ୟବହାର କରୁଛନ୍ତି। ଫଳରେ ଏହାର ଗୁଣାତ୍ମକମାନ କମିଯାଇଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ ବଜାରରେ ଭଲ ପିଆଜ ମଧ୍ୟ ମିଳୁନାହିଁ। ବିରି ମଧ୍ୟ ୧୨୦ ଟଙ୍କା ଟପିଛି। ଫଳରେ ବ୍ୟବସାୟୀମାନେ ଯେନତେନ ପ୍ରକାରେ ଜଳଖିଆ ପ୍ରସ୍ତୁତ କରି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। କେତେକ ଦୋକାନୀ ବରା ତିଆରି ପରିମାଣ କମାଇ ଦେଇଥିବା କହିଛନ୍ତି, ଏହା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିଛି। ପର୍ଯ୍ୟଟନ ଋତୁରେ ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ ମନପସନ୍ଦର ସୁଆଦିଆ ବରା ମିଳୁନାହିଁ।
ଏ ନେଇ ସ୍ଥାନୀୟ ଗଣେଶ ବଜାରସ୍ଥିତ ପ୍ରସିଦ୍ଧ ବରା ଦୋକାନର ମାଲିକ ପ୍ରସିତ କୁମାର ସାହୁ କୁହନ୍ତି, ପିଆଜରେ ହାତ ମାରି ହେଉନି। ବରାରେ ନାମକୁ ମାତ୍ର ପିଆଜ ପକାଯାଉଛି। ଏହାର ସାଇଜ୍‌ ଛୋଟ କରିଦିଆଯାଇଛି। ପୂର୍ବ ଅପେକ୍ଷା କମ୍‌ ବରା ଛଣାଯାଉଛି। ୪୦% ବେପାର କମିଛି। ସେହିପରି ବିରି ଦର କେଜିପିଛା ୧୨୦ ଟଙ୍କା ରହିବା ଅଧିକ ଚିନ୍ତାଜନକ ହୋଇଥିବା ସେ କହିଛନ୍ତି। ଏ ନେଇ ଜିଲା ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ବିଭାଗ ହାତରେ କିଛି ନାହିଁ। ନିୟମିତ ରିଟେଲର ପଏଣ୍ଟ ଯାଞ୍ଚ କରାଯାଉଛି। ୧୫ ତାରିଖ ମଧ୍ୟରେ ଦର ଖସିବ ବୋଲି ଶୁଣିବାକୁ ମିଳୁଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରସହୀନ ଶାରଦୀୟ ମହୋତ୍ସବ

କାମାକ୍ଷାନଗର, ୨୫।୧୦ (ସୁଧୀର କୁମାର ପରିଡ଼ା): ମା’ ଆସିଛନ୍ତି। ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଲେ କାହାରି ମନରେ ଅଛି ଉତ୍ସାହ ନା ଉଦ୍ଦୀପନା। ଦେବୀ-ଶ୍ରଦ୍ଧାଳୁଙ୍କ ମଧ୍ୟରେ...

କପିଳାସ ହେବ ଗ୍ରୀନ୍‌ କରିଡର

ଢେଙ୍କାନାଳ ଅଫିସ, ୩।୨ – ପ୍ରସିଦ୍ଧ ଶୈବପୀଠ କପିଳାସ ହେବ ଗ୍ରୀନ୍‌ କରିଡର। ମନ୍ଦିର ପରିସର ସମେତ ଆଖପାଖ ଅଞ୍ଚଳକୁ ମାର୍ଚ୍ଚ ୧ ସୁଦ୍ଧା ପ୍ଲାଷ୍ଟିକ...

ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ...

ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

ଭୁବନ,୨୪।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୂଆ ଜିରାଳ ଗ୍ରାମର ସନାତନ ସେଠୀ( ୬୫) ଶନିବାର ଡମଶାଳ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସନାତନ...

ପ୍ରସାଦ ହିଁ ପାଉଣା

ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର):  ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ...

ଡ୍ରୋନ୍‌ ଜଗିବ ଜଙ୍ଗଲ ନିଆଁ

ଢେଙ୍କାନାଳ ଅଫିସ, ୧୫।୩: ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ନିଆଁ ଢେଙ୍କାନାଳ ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ...

କପିଳାସ ଆଣିବାକୁ ମସୁଧା

ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ...

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ ଅଫିସ,୧୯ା୭-ଢେଙ୍କାନାଳ ଜିଲା ସଦର ଥାନା ଝାରଗାଡିଆ ଫାଣ୍ଡି କାଉଁରିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଉର୍ମିଳା ନାଏକ(୪୦)ଙ୍କ ମୃତ୍ୟୁ ଘଟିଛି। ସେ ଶୌଚ...

Advertisement
Archives

Model This Week