ବରଗଡ଼ ଜିଲା ଚିଠି: ଡାକ୍ତର ଦରକାର

ସ୍ବାସ୍ଥ୍ୟସେବା ଏକ ମୌଳିକ ଅଧିକାର। ଜନତାଙ୍କ ପାଖକୁ ଏହି ସେବା ପହଞ୍ଚାଇବା କେବଳ ସରକାରଙ୍କ କର୍ତ୍ତବ୍ୟ, ତାହା ନୁହେଁ; ଏଥିପାଇଁ ସରକାରଙ୍କ ଦାୟିତ୍ୱବୋଧ ମଧ୍ୟ ରହିଛି। ମାତ୍ର ଅନେକସ୍ଥଳେ ଏହା ଲୋକଙ୍କ ପାଖକୁ ଅପହଞ୍ଚ ହୋଇ ପଡ଼ିଛି। ବରଗଡ଼ ଜିଲାରେ ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି। ଏଠାରେ ସ୍ବାସ୍ଥ୍ୟସେବା ପାଇଁ ଆଖିଦୃଶିଆ ଭିତ୍ତିଭୂମି ରହିଛି, ହେଲେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହୋଇଛି। ଫଳସ୍ବରୂପ ଜିଲାବାସୀ ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଜିଲାରେ ଗୋଟିଏ ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍‌ଏଚ୍‌), ପଦ୍ମପୁରରେ ଗୋଟିଏ ଉପଖଣ୍ଡ ଡାକ୍ତରଖାନା(ଏସଡିଏଚ୍‌), ୪୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି), ୧୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଏବଂ ୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ଅର୍ବାନ୍‌ ପିଏଚସି) ରହିଛି। ଗତମାସ ୨୧ତାରିଖରେ ସହରଠାରୁ ପ୍ରାୟ ୮କି.ମି ଦୂର ଟୁକୁର୍ଲା(ଖେଦାପାଲି)ରେ ନିର୍ମିତ ୭ମହଲା ତଥା ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହାପରେ ସହର ମଧ୍ୟରେ ରହିଥିବା ପୁରୁଣା ଡାକ୍ତରଖାନା ଜିଲା ମୁଖ୍ୟ ଡାକ୍ତରଖାନା ମାନ୍ୟତା ହରାଇ ଥିବାବେଳେ ଖେଦାପାଲିରେ ନବନିର୍ମିତ ଡାକ୍ତରଖାନାକୁ ସେହି ମାନ୍ୟତା ମିଳିଛି। ତେବେ ଜିଲାରେ ରହିଥିବା ଦୁଇଟିଯାକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ହାଟପଦା, ରେଲୱେ ଷ୍ଟେଶନପଡ଼ା) ବରଗଡ଼ ସହର ମଧ୍ୟରେ ରହିଥିବାବେଳେ ନିକଟରେ ଜନ ଆନ୍ଦୋଳନ ଚାପରେ ଏଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ସିଏଚସି)ଭାବେ ଘୋଷଣା କରିଛନ୍ତି। ଫଳସ୍ବରୂପ ବରଗଡ଼ ସହର ତଥା ଜିଲାରେ ଆଉ ଏକ ସ୍ବାସ୍ଥ୍ୟକେନ୍ଦ୍ର ଯୋଡ଼ି ହୋଇଯାଇଛି। ଏହାପରେ ଜିଲାରେ ଡାକ୍ତରଖାନା ସଂଖ୍ୟା ବଢ଼ିଛି ସତ, କିନ୍ତୁ ଡାକ୍ତରଙ୍କ ସଂଖ୍ୟା ଯେଉଁ ତିମିରେକୁ ସେହି ତିମିରରେ ରହିଛି। ବର୍ତ୍ତମାନ ଜିିଲା ସ୍ବାସ୍ଥ୍ୟ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସମେତ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୨୯୯। କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ କେବଳ ୧୨୫ଜଣ ଅବସ୍ଥାପିତ ଅଛନ୍ତି ଏବଂ ମଞ୍ଜୁରୀପ୍ରାପ୍ତ ସଂଖ୍ୟାର ଅଧାରୁ ଅଧିକ ତଥା ଆହୁରି ୧୭୪ଟି ପଦବୀ ଖାଲି ପଡ଼ିଛି। ସେତିକିରେ ଜିଲାରେ ସ୍ବାସ୍ଥ୍ୟସେବା କିଭଳି ଚାଲୁଥିବ, ତାହା ସହଜରେ ଅନୁମାନ କରାଯାଇପାରେ। ତଥାପି ଏଥିପ୍ରତି ଉଭୟ ଶାସକ, ବିରୋଧୀ ନୀରବଦ୍ରଷ୍ଟା। ସ୍ବାସ୍ଥ୍ୟସେବା ବିଗିଡ଼ିଲେ ପରିଣାମ କ’ଣ ହୁଏ, ତାହା ଜିଲାରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିରୁ ସହଜରେ ଅନୁମେୟ। ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହେବା ପରେ ବରଗଡ଼ ସହରରେ ଜନତାଙ୍କ ସ୍ବର ତେଜି ଉଠିଥିଲା ଏବଂ ଶେଷରେ ଜନତାଙ୍କ ସମ୍ମୁଖରେ ସରକାରଙ୍କୁ ମୁଣ୍ଡ ନୂଆଁଇବାକୁ ପଡ଼ିଛି। ଗତ ସପ୍ତାହରେ ଏଠାରେ ହୋଇଥିବା ଜନ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ତାହା ବାରି ହୋଇ ପଡ଼ିଛି। ତେବେ କେବଳ ଡାକ୍ତରଖାନା ବର୍ତ୍ତମାନ ଏକ ପ୍ରସଙ୍ଗ ନୁହେଁ। ଜିଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦିଗରେ ଚେଇଁ ଶୋଇଥିବା ଶାସକ, ବିରୋଧୀଙ୍କ ନିଦ ଭାଙ୍ଗୁଛି ନା ରାଜନେତାଙ୍କ ପ୍ରତି ଆସ୍ଥା ହରାଇଥିବା ଜନତାଙ୍କୁ ଏଥିପାଇଁ ପୁଣି ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ, ତାହା ସମୟ କହିବ।

– ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?