ଭଣ୍ଡାରିପୋଖରୀ, ୨୭।୫ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ଗ୍ରାମରେ ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତମହିଳା ହେଲେ ପ୍ରମିଳା ଦାସ। ପ୍ରମିଳାଙ୍କ ସାନ ବାପା ବସନ୍ତ ପାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଭଣ୍ଡାରିପୋଖରୀ ଥାନା ପୋଲିସ ଏନେଇ ମୃତ ମହିଳାଙ୍କ ସ୍ବାମୀ ହିମାଂଶୁ ଦାସଙ୍କ ସମେତ ୪ଜଣଙ୍କ ନାମରେ ଏକ ମାମଲା (ନଂ.୯୩/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ବନ୍ତ ଥାନା ଅଣ୍ଡିଆ ଗ୍ରାମର ପ୍ରମିଳା ୨୦୧୫ ଡିସେମ୍ବର ମାସରେ ହିମାଂଶୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶାଶୁ ଘର ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଉଭୟଙ୍କ ମଧ୍ୟରେ ମୀମାଂସା ହୋଇଥିଲା। ଗତ ସୋମବାର ପ୍ରମିଳାଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେବାସହ ବିଷ ପିଆଇ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Posted inଆମ ଜିଲା ଖବର, ଭଦ୍ରକ View All

ବରିଷ୍ଠ ନାଗରିକଙ୍କଠାରୁ ଲୁଟ୍
ବାରିପଦା ଅଫିସ,୬ା୬ : କିଛିଦିନ ହେବ ବାରିପଦା ସହରରେ ଲୁଟ୍ ୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଉ ନ ଥିବା...

ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ
ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ...

ପାଟଣାରେ ଅଗ୍ନିକାଣ୍ଡ
ପାଟଣା,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଦ ଗ୍ରାମରେ ସୋମବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବନମାଳୀ ମହାନ୍ତଙ୍କ ୨ ବଖରା...

ଛାତ୍ରୀ ଅଶ୍ଳୀଳ ଭିଡ଼ିଓ ଶୁଟିଂ ଘଟଣା: ତାଳସାରୀରେ ମହିଳା, ପୁରୁଷଙ୍କ ମେଳି
ଭୋଗରାଇ, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା, ଅଶ୍ଳୀଳ ଭିଡ଼ିଓ ଶୁଟିଂ ଓ ବ୍ଲାକମେଲିଂ ଘଟଣାରେ ମାସେ ବିତିଥିଲେ...
ଏମ୍ସିସି ନିର୍ମାଣ ଘଟଣା:ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ କାର୍ଯ୍ୟ
ଅନୁଗୋଳ ଅଫିସ, ୧୦।୧୨ ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍ ନର୍ସରୀ ନିକଟରେ ଏମ୍ସିସିକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ପାଖରୁ ପୌରପ୍ରଶାସନ...

ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ମାରିସା ସେନାର ଧାରଣା
ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା ସେନା) ପକ୍ଷରୁ ସୋମବାର ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେନାର...

ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ
ଯୋଡା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜାମୁପାଣିଠାରେ ବନ ବିଭାଗ ପକ୍ଷରୁ ଚୋରା କାଠ ବୋଝେଇ ଡମ୍ପର ଜବତ ବେଳେ ବନ କର୍ମଚାରୀମାନେ ମରଣାନ୍ତକ...

ଗୋରୁ ବୋଝେଇ ଟ୍ରକ୍ ଜବତ: ୧୨ ଗିରଫ
ରାଜନଗର, ୧୯।୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଗୁପ୍ତି ରାସ୍ତାର ତିଅର ଛକ ନିକଟରୁ ଶନିବାର ଭୋରରେ ରାଜନଗର ଓ ପଟ୍ଟାମୁଣ୍ଡାଇ ପୋଲିସ ଚଢ଼ାଉକରି ଗୋଟିଏ ଗୋରୁ ବୋଝେଇ...