ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ ଲିପ୍ତ ରହୁଛନ୍ତି। ନିଶା କାରବାରକୁ କେନ୍ଦ୍ର କରି ବିଗତ ଦିନରେ ଜିଲାରେ ଅନେକ ମୁଣ୍ଡ ଗଡିଛି। ଗୋଟିଏ ପଟେ ଅବକାରୀ ବିଭାଗ ଅନ୍ୟପଟେ ପୋଲିସ ଏବେ ସାଜିଛି ନୀରବଦ୍ରଷ୍ଟା। ସେପଟେ ମାଲାମାଲ ହେଉଛନ୍ତି ମାଫିଆ। ଅଶାନ୍ତିରୁ ଗୋଷ୍ଠୀ ସଂଘର୍ଷ ଘଟୁଛି। ବେଆଇନ ଭାବେ ମଦ ଓ ଗଞ୍ଜେଇ ଆଡ୍ଡାରେ ଚଢାଉ ପୂର୍ବରୁ ଅବକାରୀ ଓ ପୋଲିସର ଦ୍ୱାରସ୍ଥ ହୋଇଥାନ୍ତି ମାଫିଆ। ପ୍ରତିଦିନ ଶହ ଶହ କେଜି ଚୋରା ଗଞ୍ଜେଇ ଚାଲାଣ ସାଙ୍ଗକୁ ମଦ ବ୍ରହ୍ମପୁର ସହରକୁ ଚାଲାଣ ହେଉଛି। ଅନେକ ସମୟରେ ଗଜପତି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ମହୁରି କାଳୁଆ ମନ୍ଦିର ରାସ୍ତା ସୁକୁଣ୍ଡା, ଲାଠୀ ଓ ପୁରୁଣା ବ୍ରହ୍ମପୁର ଦେଇ ବ୍ରହ୍ମପୁରକୁ ପ୍ରବେଶ କରୁଛି। ସେଠାରୁ ଅନ୍ୟ ଜିଲା ଓ ବାହାର ରାଜ୍ୟକୁ ଚାଲାଣ ହେଉଛି। ଅନ୍ୟପଟେ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହେଉଥିବା ମଦଭାଟି ଗୁଡିକରେ ନିମ୍ନମାନର ମଦ ପ୍ରସ୍ତୁତ ହେଉଛି। ଦିନ ମଜୁରିଆ, ଶ୍ରମିକ, ଟ୍ରାକ୍ଟର ଚାଳକ, ରିକ୍ସାବାଲା ଓ ଖଟିଖିଆମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି। ଚୋରା ମଦ କାରବାର ଓ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ଏହି ମାଫିଆମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ପରିଲକ୍ଷିତ ହେଉଛି। ଅବକାରୀ ଓ ପୋଲିସ ବିଭାଗ ଉଭୟ ମଦ ଓ ଗଞ୍ଜେଇ ବେପାରୀଙ୍କ ବନ୍ଧୁ ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି। ବେଆଇନ ମଦ କାରବାର ଚଳାଉଥିବା ବେପାରୀଙ୍କ ତାଲିକା ପୋଲିସ ଓ ଅବକାରୀ ବିଭାଗ ପାଖରେ ରହିଛି। ଏନେଇ ସଦର ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର କୁହନ୍ତି, ବେଆଇନ ମଦ କାରବାର ଓ ଗଞ୍ଜେଇ ଚୋରା ଚାଲାଣ ଉପରେ ପୋଲିସ କଡା ନଜର ରଖିଛି। ଗତ କିଛି ଦିନ ତଳେ ସଦର ଥାନା ପୋଲିସ ଗଜପତିରୁ ଗଞ୍ଜେଇ ଜଗଦ୍ଦଳପୁର ଗ୍ରାମ ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ କାର ସହ ୬୩ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା। ଏପରିକି ୨ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେହିପରି ଚୋରା ଦେଶୀ ମଦ ବେପାରୀଙ୍କ ଉପରେ ପୋଲିସ କଡା ନଜର ରଖିଛି ବୋଲି ଅବକାରୀ ଇନ୍ସପେକ୍ଟର ରୋଶନ ହଁ।ସଦା ସୂଚନା ଦେଇଛନ୍ତି।

ବ୍ରହ୍ମପୁର ମହାନଗର : ପ୍ରତି ୱାର୍ଡରେ ଆଳୁ, ପିଆଜ ବିକିବେ ଏସ୍ଏଚଜି ମହିଳା
ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁର ମହାନଗରର ପ୍ରତି ୱାର୍ଡରେ ଠେଲା ଗାଡ଼ି ନେଇ ଏସ୍ଏଚଜି ମହିଳାମାନେ ଗୁରୁବାରୁ ଆଳୁ, ପିଆଜ ବିକିବେ ବିକ୍ରି କରିବେ। ଏହି ବ୍ୟବସ୍ଥା ବିଏମ୍ସି...

୧୮୦ ଲିଟର ଦେଶୀ ମଦ ସହ ପୋଚ ଜବତ, ୪ ଗିରଫ
ବ୍ରହ୍ମପୁର ଅଫିସ,୬।୫- କୁକୁଡାଖଣ୍ଡି ବ୍ଲକ ଉପର କୁମ୍ଭଝରି, ସୁକୁଣ୍ଡା ଛକ ଓ ଗୋକର୍ଣ୍ଣପୁର ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ବୁଧବାର ବ୍ରହ୍ମପୁର ଅବକାରୀ...

ଏମ୍ବିବିଏସ୍ ପିଜି ସିଟ୍ ୨୫୦କୁ ବୃଦ୍ଧି
ବ୍ରହ୍ମପୁର ଅଫିସ,୨୮ା୨:ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍ଏମ୍ସି)ର ଏକ ୭ ଜଣିଆ ଟିମ୍ ସୋମବାର ପହଞ୍ଚି ପିଜି ସିଟ୍ ବୃଦ୍ଧି...

ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ...

ନକ୍ସା ନ ଥାଇ ମନଇଚ୍ଛା ଚାଲିଛି କୋଠା ନିର୍ମାଣ
ଭଞ୍ଜନଗର, ୨୬।୬(ଡି.ଏନ.ଏ): ଭଞ୍ଜନଗର ସହର ଅଞ୍ଚଳ ଦିନକୁ ଦିନ ବଢୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ନୂତନ ଘରର ଆବଶ୍ୟକତା ପଡୁଛି। ତେଣୁ ସହରରେ ଘର ସଂଖ୍ୟା...

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର
ଦିଗପହଣ୍ଡି,୧୭।୩(ଡି.ଏନ୍.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା...

କିଡ୍ନୀ ଆକ୍ରାନ୍ତଙ୍କ ଚିକିତ୍ସା, ପାଣି ଯୋଗାଣ ଦାବି, ଏଡିଏମଙ୍କୁ ଭେଟିଲା ଗାଁ କମିଟି
ଛତ୍ରପୁର,୩।୬(ଡି.ଏନ.ଏ.)-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ...

୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ
ଛତ୍ରପୁର, ୩୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ।...