ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ ଲିପ୍ତ ରହୁଛନ୍ତି। ନିଶା କାରବାରକୁ କେନ୍ଦ୍ର କରି ବିଗତ ଦିନରେ ଜିଲାରେ ଅନେକ ମୁଣ୍ଡ ଗଡିଛି। ଗୋଟିଏ ପଟେ ଅବକାରୀ ବିଭାଗ ଅନ୍ୟପଟେ ପୋଲିସ ଏବେ ସାଜିଛି ନୀରବଦ୍ରଷ୍ଟା। ସେପଟେ ମାଲାମାଲ ହେଉଛନ୍ତି ମାଫିଆ। ଅଶାନ୍ତିରୁ ଗୋଷ୍ଠୀ ସଂଘର୍ଷ ଘଟୁଛି। ବେଆଇନ ଭାବେ ମଦ ଓ ଗଞ୍ଜେଇ ଆଡ୍ଡାରେ ଚଢାଉ ପୂର୍ବରୁ ଅବକାରୀ ଓ ପୋଲିସର ଦ୍ୱାରସ୍ଥ ହୋଇଥାନ୍ତି ମାଫିଆ। ପ୍ରତିଦିନ ଶହ ଶହ କେଜି ଚୋରା ଗଞ୍ଜେଇ ଚାଲାଣ ସାଙ୍ଗକୁ ମଦ ବ୍ରହ୍ମପୁର ସହରକୁ ଚାଲାଣ ହେଉଛି। ଅନେକ ସମୟରେ ଗଜପତି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ମହୁରି କାଳୁଆ ମନ୍ଦିର ରାସ୍ତା ସୁକୁଣ୍ଡା, ଲାଠୀ ଓ ପୁରୁଣା ବ୍ରହ୍ମପୁର ଦେଇ ବ୍ରହ୍ମପୁରକୁ ପ୍ରବେଶ କରୁଛି। ସେଠାରୁ ଅନ୍ୟ ଜିଲା ଓ ବାହାର ରାଜ୍ୟକୁ ଚାଲାଣ ହେଉଛି। ଅନ୍ୟପଟେ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହେଉଥିବା ମଦଭାଟି ଗୁଡିକରେ ନିମ୍ନମାନର ମଦ ପ୍ରସ୍ତୁତ ହେଉଛି। ଦିନ ମଜୁରିଆ, ଶ୍ରମିକ, ଟ୍ରାକ୍ଟର ଚାଳକ, ରିକ୍ସାବାଲା ଓ ଖଟିଖିଆମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି। ଚୋରା ମଦ କାରବାର ଓ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ଏହି ମାଫିଆମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ପରିଲକ୍ଷିତ ହେଉଛି। ଅବକାରୀ ଓ ପୋଲିସ ବିଭାଗ ଉଭୟ ମଦ ଓ ଗଞ୍ଜେଇ ବେପାରୀଙ୍କ ବନ୍ଧୁ ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି। ବେଆଇନ ମଦ କାରବାର ଚଳାଉଥିବା ବେପାରୀଙ୍କ ତାଲିକା ପୋଲିସ ଓ ଅବକାରୀ ବିଭାଗ ପାଖରେ ରହିଛି। ଏନେଇ ସଦର ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର କୁହନ୍ତି, ବେଆଇନ ମଦ କାରବାର ଓ ଗଞ୍ଜେଇ ଚୋରା ଚାଲାଣ ଉପରେ ପୋଲିସ କଡା ନଜର ରଖିଛି। ଗତ କିଛି ଦିନ ତଳେ ସଦର ଥାନା ପୋଲିସ ଗଜପତିରୁ ଗଞ୍ଜେଇ ଜଗଦ୍ଦଳପୁର ଗ୍ରାମ ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ କାର ସହ ୬୩ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା। ଏପରିକି ୨ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେହିପରି ଚୋରା ଦେଶୀ ମଦ ବେପାରୀଙ୍କ ଉପରେ ପୋଲିସ କଡା ନଜର ରଖିଛି ବୋଲି ଅବକାରୀ ଇନ୍ସପେକ୍ଟର ରୋଶନ ହଁ।ସଦା ସୂଚନା ଦେଇଛନ୍ତି।
ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…
ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…
ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ
ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…
ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ
ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…
ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା
ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ
ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…
ସରକାରୀ ବସ୍ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ
ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…
ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ
ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

