ବଢିଲା ଲକ୍‌ଡାଉନ ଅବଧି

ହାଇଦ୍ରାବାଦ,୨୦।୪: ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ ଅବଧିକୁ ମେ’୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୮ ଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୪ଟି ଜିଲା କରୋନା ମୁକ୍ତ ଥିବା ବେଳେ ପରିସ୍ଥିତିରେ ଆହୁରି ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। କରୋନା ମୁକ୍ତ ଜିଲା ମଧ୍ୟରେ ରହିଛି ଓ୍ବରାଙ୍ଗଲ, ୟାଦ୍ରାଦ୍ରି ଭଦ୍ରାଦ୍ରି, ସିଦ୍ଦିପେଟ ଓ ଓ୍ବାନାପାର୍ଥୀ। ତେବେ ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନାର ସ୍ଥିତି ଭଲଥିବା କେସିଆର୍‌ କହିଛନ୍ତି। ଲକ୍‌ଡାଉନ ନିୟମରେ କେନ୍ଦ୍ର ସରକାର ଏପ୍ରିଲ ୨୦ରୁ ଯେଉଁସବୁ କୋହଳ ଘୋଷଣା କରିଛନ୍ତି ତାହା ତେଲେଙ୍ଗାନାରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଅବଧିକୁ ମେ’୩ ପର୍ଯ୍ୟନ୍ତ ପୂର୍ବରୁ ବୃଦ୍ଧି କରିଥିଲେ। ଏବେ ତେଲେଙ୍ଗାନା ପ୍ରଥମ ରାଜ୍ୟ ଭାବେ ଏହି ଅବଧିକୁ ମେ’୭ ପର୍ଯ୍ୟନ୍ତ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଲା କେଜରିଓ୍ବାଲଙ୍କ ନମୁନା

ନୂଆଦିଲ୍ଲୀ,୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଗଳାରେ ଦରଜ ଅନୁଭବ କରିବା ସହ ଜ୍ୱର ଲାଗିବାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ। କରୋନା...

ଚାଇନାରୁ ଆସିବ କୋଭିଡ-୧୯ କିଟ୍‌

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଲାଣି। ଏହାକୁ ନେଇ ଭାରତ...

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି...

ଅବୁଝମାଡ୍‌ ଅଞ୍ଚଳରେ ରହିଛି କେତେ ଗାଁ ତାହା ସରକାରଙ୍କୁ ନାହିଁ ଜଣା

ରାୟପୁର,୮।୭: ଛତିଶଗଡ଼ର ମାଓବାଦୀ ପ୍ରବଣ ଅଞ୍ଚଳ ଅବୁଝମାଡ୍‌ରେ କେତେ ଗାଁ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଘନ ଜଙ୍ଗଲ ଦ୍ୱାରା...

ପି.ସି. ଚାକୋଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୩ା୨(ପି.ଟି.): ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଏଆଇସିସି ଦିଲ୍ଲୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା ପି.ସି. ଚାକୋ ନିଜକୁ ଦାୟୀ କରିବା ସହ...

ମାସ୍କ, ସାନିଟାଇଜର ବାଣ୍ଟିଲା ବନ୍ଧନବ୍ୟାଙ୍କ

ଭଦ୍ରକ ଅଫିସ,୨୧।୪: ବନ୍ଧନ ବ୍ୟାଙ୍କ ପକ୍ଷରୁ ଜିଲାପ୍ରଶାସନକୁ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଛି। ଜିଲାପାଳ, ବ୍ୟାଙ୍କ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ...

ପୀଡ଼ିତାଙ୍କୁ ୨୦୦ ଥର ଫୋନ କରିଥିଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୨୧ା୯: ଆଇନ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା ଓ ଚାଟିଂ କରିଥିବା ଭାଜପା ନେତା ଚିନ୍ମୟାନନ୍ଦ ଗିରଫ ହେବା ପରେ ସ୍ବୀକାର କରିଛନ୍ତି। ଏଭଳି...

ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା...

Play 250+ Trending Games
Archives

Model This Week

Why Dharitri