ଜଗତ୍ସିଂହପୁର ଅଫିସ,୨୧ା୬: ଜଗତ୍ସିଂହପୁର ଥାନା ଅଧୀନ ରମ୍ଭାଦେଈପୁର ପଞ୍ଚାୟତରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁବଳ ଭୋଇଙ୍କ କନ୍ୟା ତଥା ୯ମ ଶ୍ରେଣୀର ଛାତ୍ର୍ରୀ ସୁଜାତା ଭୋଇ। ଆହତଦ୍ୱୟ ହେଲେ ସୁଧୀର ଭୋଇଙ୍କ ପୁଅ ବଳରାମ ଓ ବସନ୍ତ ଭୋଇଙ୍କ ପୁଅ ବିଶ୍ୱରଞ୍ଜନ ବୋଲି ଜଣାଯାଇଛି। ସକାଳ ପ୍ରାୟ ୯ଟା ବେଳେ ବର୍ଷା, ଘଡଘଡି ସାଙ୍ଗକୁ ବିଜୁଳି ମାରିଥିଲା। ଏହି ସମୟରେ ନରଣପୁର ଗ୍ରାମର କିଛି ପିଲା ଗାଁ କୋଠ ଘରେ ଆଶ୍ରୟ ନେଇଥିବା ବେଳେ ହଠାତ୍ ବଜ୍ରପାତ ଯୋଗୁ ଏଭଳି ଅଘଟଣ ଘଟିଥିଲା। ସେମାନଙ୍କୁ ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଦ୍ୱୟ ଏବେ ଚିକିତ୍ସାଧୀନ ଅଛନ୍ତି।
Posted inଜଗତ୍ସିଂହପୁର View All

ଭିଜିଲାନ୍ସ ଜାଲରେ ବୈଧମାପ, ଓଜନ ବିଭାଗ ବରିଷ୍ଠ ନିରୀକ୍ଷକ
ଜଗତ୍ସିଂହପୁର ଅଫିସ,୧୬ା୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୈଧମାପ ଏବଂ ଓଜନ ବିଭାଗ ଜଗତ୍ସିଂହପୁର କାର୍ଯ୍ୟାଳୟ ସହକାରୀ ନିୟନ୍ତ୍ରକ ତଥା ପାରାଦୀପସ୍ଥିତ ବିଭାଗୀୟ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ...

ନାଁକୁ ଚାଲିଛି ଜଗତ୍ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ
ଜଗତସିଂହପୁର ଅଫିସ,୧୪ା୧୦: ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି। ଏନେଇ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ...

ବସ୍ ଧକ୍କାରେ ଯୁବକଙ୍କ ଜୀବନ ଗଲା
ନାଉଗାଁ,୨୪ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଇରା ଛକ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ...

ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ
ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି...

ଅବକାରୀ ଚଢ଼ାଉ, ୩ ଗିରଫ
ବାଲିକୁଦା,୮ା୧(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭୋର ସମୟରେ ଏରସମା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୮ଲିଟରରୁ ଊର୍ଦ୍ଧ୍ୱ ଦେଶୀ...

୨୨ ବର୍ଷରେ ମହାବାତ୍ୟା: ସ୍ମୃତି ଏବେ ବି ଅଭୁଲା
ଏରସମା,୨୮ା୧୦(ସ୍ବ.ପ୍ର.): ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ ଏବେବି ଲୋକେ ଭୁଲି ପାରିନାହାନ୍ତି। ୨୨ ବର୍ଷ ତଳେ ଅର୍ଥାତ୍ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି...

ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା, ଲୋକେ ଭୟଭୀତ
ଜଗତ୍ସିଂହପୁର ଅଫିସ, ୪ା୧୧:ଜଗତସିଂହପୁର ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଛି। ଗତ ଜାନୁୟାରୀରୁ ଏପର୍ଯନ୍ତ ଏହି ସଂଖ୍ୟା ବଢି ୩୦୫ରେ ପହଞ୍ଚତ୍ଲାଣି । ଲୋକେ ସଚେତନ...

ମୋବାଇଲ ଫାଟି ଶ୍ରମିକ ମୃତ
ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ୍ ଥାନା ଅଧୀନ ଅଠରବାଙ୍କି ଲକ୍ଫଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମୋବାଇଲ ଫାଟିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଛି। ମୃତକ ହେଲେ...