ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା ପରେ ଏହାକୁ ନେଇ ସରକାରୀ, ବେସରକାରୀସ୍ତରରେ ବ୍ୟାପକ ପ୍ରଚାର ଚାଲିଛି। ହେଲେ କାମାକ୍ଷାନଗର ଏନ୍‌ଏସିରେ ଲକ୍‌ଡାଉନ୍‌ ନିୟମକୁ ବାଏଁବାଏଁ ଉଡ଼ାଇ ଦେଉଛନ୍ତି ଲୋକେ। ସାମାଜିକ ଦୂରତ୍ୱ ନିୟମକୁ ଫାଙ୍କି ବିନା ମାସ୍କରେ ଗାଡ଼ିଧରି ବୁଲୁଛନ୍ତି ଅମାନିଆ। ଏନ୍‌ଏସି ପ୍ରଶାସନର କୋହଳ ନୀତି ଯୋଗୁ ସହରରେ ଏପରି ଅବ୍ୟବସ୍ଥା ଦେଖାଦେଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୋଗପରେ ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ବଜାରରେ ଚଢ଼ାଉ କରି ଜରିମାନା ଆଦାୟ କରାଯିବା ସହ ଦୋକାନୀଙ୍କୁ ତାଗିଦ୍‌ କରାଯାଇଛି।
କାମାକ୍ଷାନଗର ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୈନିକ ବଜାରର ଉଭୟ ପାର୍ଶ୍ୱ ରାସ୍ତାକୁ ବାଉଁଶ ବାଡ଼ ଦେଇ ବନ୍ଦ କରାଯାଇଛି। ରାସ୍ତାକଡ଼ରେ ବାଇକ୍‌, ସାଇକେଲ ରଖି ଲୋକମାନେ ବଜାରକୁ ଯାଇ ସାମଗ୍ରୀ କିଣୁଛନ୍ତି। ହେଲେ ଥରେ ବଜାରକୁ ଗଲେ ସେମାନେ ଦୀର୍ଘ ସମୟ ଯାଏ ରହୁଛନ୍ତି। ମାସ୍କ ନ ପିନ୍ଧି ମନଇଚ୍ଛା ବୁଲୁଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ମାନୁନାହାନ୍ତି। ଦୋକାନୀମାନେ ମଧ୍ୟ ଗ୍ରାହକଙ୍କୁ ସଚେତନ କରୁନାହାନ୍ତି। ଏପରି ପରିସ୍ଥିତିରେ କରୋନା ସଂକ୍ରମଣ ଭୟ ରହୁଛି। ପୂର୍ବରୁ ବଜାରରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ମୁତୟନ ରହୁଥିଲେ। ଏବେ କଟକଣା ସାମାନ୍ୟ କୋହଳ ପରେ ଏହାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏପରି ଅବ୍ୟବସ୍ଥା ହେଉଥିବା ଜଣାପଡ଼ିଛି।
ଏ ନେଇ ନିର୍ବାହୀ ଅଧିକାରୀ ଇଂ.ବିରଜା ପ୍ରସାଦ ରଥ କୁହନ୍ତି, ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ କେତେଜଣ ଲୋକ ମାନୁନାହାନ୍ତି। ଦୋକାନରେ ବ୍ୟବସାୟ ସମୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସୋମବାର ଦୋକାନୀଙ୍କୁ ସଚେତନ କରାଯାଇଛି। ନିୟମ ଭଙ୍ଗ କରି ବ୍ୟବସାୟ କରୁଥିବା ୧୨ ଦୋକାନରୁ ୨୪୦୦ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ୨ଟି ଦୋକାନରେ ତାଲା ପକାଯାଇଛି। ନିୟମ ନ ମାନିଲେ ଦୋକାନ ସିଲ୍‌ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri