ବକେୟା ସ୍ପେକ୍ଟ୍ରମ ଫି ଦେବାରେ ଆର୍‌କମ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨୮-୪: ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌) ପୁଣି ଥରେ ଟେଲିକମ୍‌ ବିଭାଗ(ଡିଓଟି)କୁ ବକେୟା ୪୯୨ କୋଟି ଟଙ୍କା ଫି ଦେବାରେ ବିଫଳ ହୋଇଛି। ଜଣେ  ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ କ୍ରମାଗତ ତୃତୀୟଥର ବକେୟା ଦେବାରେ ଅସମର୍ଥ ହୋଇଛି। ଋଣରେ ବୁଡ଼ିଯିବା ପରେ ଦେବାଳିଆ ଅଦାଲତରେ ଆବେଦନ ଦେଇଥିବା ଆର୍‌କମ୍‌ ପକ୍ଷରୁ କୁହାଯାଇଛି ଯେ, ଏନ୍‌ସିଏଲ୍‌ଏଟିଙ୍କ ଏକ ନିର୍ଦ୍ଦେଶ କାରଣରୁ ଏହା ବକେୟା ଦେବ ନାହିଁ। ଡିଓଟି ଅଧିକାରୀ କହିଛନ୍ତି ଯେ, ଆର୍‌କମ୍‌କୁ କାରଣ ଦର୍ଶାଅ ନୋଟିସ ଜାରି ଅଥବା ଅପରେଟର ଠାରୁ ସ୍ପେକ୍ଟ୍ରମ ପ୍ରତ୍ୟାହାର କରିବା ପୂର୍ବରୁ ଟ୍ରିବ୍ୟୁନାଲଙ୍କ ଆଦେଶକୁ ଅପେକ୍ଷା କରାଯାଉଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଆସନ୍ତା ୩୦ରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରିବେ। ସେହି ଦିନ ଟ୍ରିବ୍ୟୁନାଲ ଆର୍‌କମ୍‌ ଦ୍ୱାରା ଆଗତ ଦେବାଳିଆ ଆବେଦନର ମଧ୍ୟ ଶୁଣାଣି କରିବେ। ସୂଚନାଥାଉ କି, ୪୯୨ କୋଟି ଟଙ୍କାର ବକେୟା ସ୍ପେକ୍ଟ୍ରମ ଫି ଦେବାକୁ ଆର୍‌କମ୍‌କୁ ଚଳିତ ମାସ ୧୯ତାରିଖ ଶେଷ ଦିନ ଥିଲା, ଯେଉଁଥିରେ ୧୦ ଦିନର ଗ୍ରେସ୍‌ ପିରିୟଡ ସାମିଲ କରାଯାଇଥିଲା। ପୂର୍ବରୁ ଆର୍‌କମ୍‌ ଏପ୍ରିଲ ୫ରେ ୨୮୧ କୋଟି ଟଙ୍କା ଏବଂ ୧୩ରେ ୨୧ କୋଟି ଟଙ୍କା ସ୍ପେକ୍ଟ୍ରମ ଫି ଦେବାରେ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବିରୋଧ ସତ୍ତ୍ୱେ ଆପଲ୍ ଭାରତର ଫକ୍ସକନ୍ ପ୍ଲାଣ୍ଟରେ କରିବ ବଡ଼ ନିବେଶ

ନୂଆଦିଲ୍ଲୀ,୨୩ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧ ସତ୍ତ୍ୱେ, ଆପଲ୍ ଭାରତରେ ତା’ର ଯୋଗାଣ ଶୃଙ୍ଖଳାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ଆପଲ୍‌ର...

୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନ ୬.୨% କୁ ବୃଦ୍ଧି କଲା ମୋର୍ଗାନ ଷ୍ଟାନଲି

ନୂଆଦିଲ୍ଲୀ, ୨୨।୫: ବିଶ୍ୱ ଆର୍ଥିକ ସେବା ସଂସ୍ଥା ମୋର୍ଗାନ ଷ୍ଟାନଲେ ବୁଧବାର ଭାରତୀୟ ଅର୍ଥନୀତି ପାଇଁ ଏହାର ବୃଦ୍ଧି ପୂର୍ବାନୁମାନକୁ ସାମାନ୍ୟ ବୃଦ୍ଧି କରି ୨୦୨୬...

ଭାରତର ତୈଳ ଚାହିଦା ଆଗାମୀ ଦଶନ୍ଧିରେ ୪ ପ୍ରତିଶତ ବୃଦ୍ଧି ପାଇବ

ନୂଆଦିଲ୍ଲୀ, ୨୨।୫: ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସ ରିପୋର୍ଟ ଅନୁଯାୟୀ, ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତର ତୈଳ ଚାହିଦା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ,...

ବମ୍ପର ପିଆଜ ଉତ୍ପାଦନ ପରେ ଦର ହ୍ରାସ: ଗ୍ରାହକ ଖୁସି, କ୍ଷତିରେ ଚାଷୀ

ମୁମ୍ବାଇ,୨୧।୫: ମହାରାଷ୍ଟ୍ରର ପାଇକାରୀ ଓ ଖୁଚୁରା ବଜାରରେ ବମ୍ପର ଫସଲ ଓ ହଠାତ୍ ଅତ୍ୟଧିକ ଯୋଗାଣ ଯୋଗୁଁ ପିଆଜର ଦର ତୀବ୍ର ଭାବେ ହ୍ରାସ ପାଇଛି,...

ଗୁଗଲ ଆଣିଲା Veo 3: AI ସାହାଯ୍ୟରେ ସୃଷ୍ଟି କରିହେବ ବାସ୍ତବିକ ଅଡିଓ ସହିତ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୧।୫: ଗୁଗଲ ଭିଓ ୩ ଉନ୍ମୋଚନ କରିଛି, ଏକ ଉନ୍ନତ ଏଆଇ-ଚାଳିତ ଭିଡିଓ ସୃଷ୍ଟି ଉପକରଣ ଯାହା କେବଳ ଦୃଶ୍ୟ ସୃଷ୍ଟି କରୁନାହିଁ ବରଂ ଅଡିଓକୁ...

ତୁର୍କୀ ବିରୋଧରେ ବଡ଼ ଆକ୍ସନ ନେଲେ ଭାରତୀୟ, ମାଳଦ୍ୱୀପ ପରି ହୋଇଯିବ ବରବାଦ…

ନୂଆଦିଲ୍ଲୀ,୧୭।୫: ତୁର୍କୀ ଆଜିକାଲି ଭାରତରେ ଖବରର ଶିରୋନାମାରେ ଅଛି ଏବଂ ଏହାର କାରଣ ହେଉଛି ଏହାର ଭାରତ ବିରୋଧୀ ମନୋଭାବ। ସମ୍ପ୍ରତି ତୁର୍କୀ ଭାରତ ବିପକ୍ଷରେ...

ଗାଡ଼ିର ଚାଲାଣ କାଟିଦେଲା କି କ୍ୟାମେରା? ଘରେ ବସି ଏଭଳି କରିପାରିବେ ଯାଞ୍ଚ… 

ନୂଆଦିଲ୍ଲୀ,୧୬।୫: ଆଜିକାଲି ସବୁକିଛି ଡିଜିଟାଲ ହୋଇଗଲାଣି। ଟ୍ରାଫିକ ଚାଲାଣ ମଧ୍ୟ ଅନ୍‌ଲାଇନ୍‌ରେ ଆସୁଛି। ରାସ୍ତାରେ ଲାଗିଥିବା ହାଇଟେକ କ୍ୟାମେରାଗୁଡ଼ିକ କେତେବେଳେ ଗାଡ଼ିର ଫଟୋ ଉଠାଇ ଦିଅନ୍ତି ...

ବିଶ୍ୱର “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ” ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି: ଜାତିସଂଘ

ନୂଆଦିଲ୍ଲୀ,୧୬।୫: ଜାତିସଂଘର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅର୍ଥନୀତି ଏକ “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ”ରେ ରହିଥିବା ବେଳେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri