ବଂଶୀବାଦକ ଅଭିରାମ: ବଂଶୀର ସୁରକାର ସେ, କାରିଗର ବି

କଟକ ଅଫିସ,୧୧ା୬: ଖଣ୍ଡେ ବାଉଁଶରୁ ବଂଶୀ ତିଆରି କରିପାରନ୍ତି ଆଉ ସେଥିରେ ଅପୂର୍ବ ସୁର ବି ତୋଳି ଧରନ୍ତି ସେ। ଦେଶବିଦେଶରେ ବଂଶୀ ପାଇଁ ଖ୍ୟାତି ଅର୍ଜିଥିବା ଯେଉଁ ହାତଗଣତି ପ୍ରତିଭା ଓଡ଼ିଶାରେ ରହିଛନ୍ତି, ସେମାନଙ୍କ ଭିତରୁ ବଂଶୀବାଦକ ଅଭିରାମ ନନ୍ଦଙ୍କ ପ୍ରତିଭା ଅନନ୍ୟ। ବଂଶୀ ବଜାଇବା ସହ ବଂଶୀ ତିଆରି କରିବାରେ ମଧ୍ୟ ସେ ସିଦ୍ଧହସ୍ତ। ଅନେକ ଦେଶର କଳାକାର ଏବେ ବଂଶୀ ପାଇଁ ତାଙ୍କୁ ହିଁ ଲୋଡୁଛନ୍ତି।

ବଂଶୀବାଦନ କ୍ଷେତ୍ରରେ ଓଡ଼ିଶାର ଜଣେ ଅନନ୍ୟ ପ୍ରତିଭା ହେଲେ ଅଭିରାମ ନନ୍ଦ। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅନେକ ସୁପରହିଟ ଗୀତ ପଛରେ ଅଭିରାମଙ୍କ ଅବଦାନ ରହିଛି। କୌଣସି ଷ୍ଟୁଡ଼ିଓରେ ଗୀତ ପ୍ରସ୍ତୁତ କରାଯାଉଥିବା ବେଳେ ବଂଶୀର ସ୍ବର କଥା ଉଠିଲେ ଅଭିରାମଙ୍କୁ ଖୋଜାପଡ଼େ। ଆଧୁନିକ ହେଉ କି ଶାସ୍ତ୍ରୀୟ, ସୁନ୍ଦର ବଂଶୀ ବଜାଇ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ସଙ୍ଗୀତ ଦୁନିଆରେ ପରିଚୟ ପାଇଥିବା ଏହି କଳାକାର ବଂଶୀ ତିଆରି କରି ମଧ୍ୟ ଅନେକ ବିଦେଶୀ ରାଷ୍ଟ୍ରରେ ନାଁ କମାଇଲେଣି। ହଲାଣ୍ଡ, ଆମେରିକା, ରୁଷିଆ, ସ୍ବିଜରଲ୍ୟାଣ୍ଡ, ସ୍ପେନ, ଜର୍ମାନୀ ଭଳି ରାଷ୍ଟ୍ରର କଳାକାର ବଂଶୀ ପାଇଁ ତାଙ୍କ ପାଖକୁ ଆସନ୍ତି ବୋଲି ସେ କହିଛନ୍ତି। ବଂଶୀ ପାଇଁ ସେ ଆସାମରୁ ବାଉଁଶ ଆଣନ୍ତି। ସଙ୍ଗୀତର ସ୍କେଲ (ମାପ) ଅନୁଯାୟୀ ବଂଶୀ ମଧ୍ୟ ଭିନ୍ନଭିନ୍ନ। ୧୫୦୦ଟଙ୍କାରୁ ଆରମ୍ଭ କରି ୮ହଜାର ଟଙ୍କା ପର୍ଯ୍ୟନ୍ତ ବଂଶୀର ବଜାର ମୂଲ୍ୟ ରହିଛି। ଗୋଟିଏ ବଂଶୀ ତିଆରି କରିବା ପାଇଁ ଅତିକମ୍‌ରେ ଦୁଇ ଦିନ ଲାଗେ।
ପଟିଆରେ ରହୁଥିବା ଅଭିରାମଙ୍କ ଘର ହେଉଛି ଜଗତ୍‌ସିଂହପୁରର ତେରତଙ୍ଗ ଅଞ୍ଚଳ। ସେ ପ୍ରଖ୍ୟାତ ବଂଶୀବାଦକ ତଥା ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଶିଷ୍ୟ। ପ୍ରଥମେ ସେ ପ୍ରଫେସର ମୋହିନୀମୋହନ ପଟ୍ଟନାୟକଙ୍କଠାରୁ ଶିକ୍ଷା ହାସଲ କରିଥିଲେ। ୯୦ ଦଶକ ପ୍ରାରମ୍ଭରୁ ସେ ବଂଶୀବାଦନ ଶିକ୍ଷା ଆରମ୍ଭ କରିଥିଲେ ଓ ପରେ ଅଲ ଇଣ୍ଡିଆ ରେଡିଓ ସହ ସଂଶ୍ଲିଷ୍ଟ ହୋଇଥିଲେ। ଏବେ ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ ଗୀତରେ ସେ ବଂଶୀ ବଜାଇଛନ୍ତି। ଏହା ମଧ୍ୟରେ ଅନେକ ଚଳଚ୍ଚିତ୍ରର ଗୀତ ମଧ୍ୟ ରହିଛି। ଏହାଛଡ଼ା ୫୩ଟି ବିଦେଶୀ ରାଷ୍ଟ୍ର ବୁଲି ସାରିଲେଣି ଅଭିରାମ। କେବଳ ବଂଶୀ ବଜାଇବା ପାଇଁ ତାଙ୍କୁ ବିଦେଶରୁ ଆମନ୍ତ୍ରଣ ଆସୁଛି। ବିଦେଶୀ ଯୁବତୀଯୁବକ ମଧ୍ୟ ଅଭିରାମଙ୍କ ଛାତ୍ରୀଛାତ୍ର ପାଲଟି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri