Advertisement

ପ୍ରୋତ୍ସାହନ ମିଳୁନି, ସଙ୍କଟରେ ଖପର କାରିଗର

ଜାମଟିକ୍ରା, ୧ା୭(ଡି.ଏନ.ଏ) ପଶ୍ଚିମ ଓଡିଶାରେ ଖପର ଘର ସଂଖ୍ୟା ଅଧିକ। ଏଥିପାଇଁ ଲୋକମାନେ ବର୍ଷା ଋତୁ ଆସିବା ପୂର୍ବରୁ ଖପର କିଣି ଛାତ ସଜାଡନ୍ତି। ଏହାକୁ ଦୃଷ୍ଟିରେ ରଖି କୁମ୍ଭାର ସମ୍ପ୍ରଦାୟର ଲୋକମାନେ ଖପର ତିଆରି କରୁଥିବାରୁ ତାକୁ କିଣିବା ପାଇଁ କାରିଗରଙ୍କ ପାଖରେ ଲୋକଙ୍କ ଭିଡ ଜମୁଛି। ବରଗଡ ଜିଲା ଅତାବିରା ବ୍ଲକ ଲଚିଦା ପଞ୍ଚାୟତର କତାବଗା ଗ୍ରାମରେ ଏହା ଦେଖିବାକୁ ମିଳିଛି। ଏଠାରେ କୁମ୍ଭାର ସମ୍ପ୍ରଦାୟର କାରିଗର ନିକଟରେ ଥିବା ଜମରୁ ମାଟି ଆଣି ଖପର ତିଆରି କରୁଛନ୍ତି। ଆଶାନୁରୂପ ଲାଭ ନ ଥିଲେ ମଧ୍ୟ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ଏହି ଗାଁର ପ୍ରାୟ ୧୦ଟି ପରିବାର।
ସାଧାରଣତଃ ୧୨-୧୪ ଓ ୧୬ ଇଞ୍ଚ ମାପର ଖପର ପ୍ରସ୍ତୁତ କରାଯାଇଥାଏ। ଏକ ହଜାର ଖପର ପ୍ରସ୍ତୁତି ପାଇଁ ମାଟି ସଂଗ୍ରହରୁ ବିକ୍ରି ପର୍ଯ୍ୟନ୍ତ ୧୦ଦିନ ଲାଗିଥାଏ। ଏକ ହଜାର ଖପର ଦୁଇ ହଜାର ଟଙ୍କାରେ ବିକ୍ରି ହେଉଛି। ଏଥିପାଇଁ ୨ଜଣଙ୍କ ଶ୍ରମଦାନର ଆବଶ୍ୟକତା ପଡେ। ମାଟି ସଂଗ୍ରହ, ମାଟିକୁ ପାଣିରେ ବତୁରାଇବା, ଖପର ପୋଡିବା ପାଇଁ ଆବଶ୍ୟକ ଜାଳେଣି ସଂଗ୍ରହ, ଗଢ଼ିବା ପରେ କଞ୍ଚା ମାଟିର ଖପରକୁ ଖରାରେ ଶୁଖାଇବା ପାଇଁ ଚାରିଦିନ ଲାଗିଥାଏ। ଏହାପରେ ତଳେ ଝାଟି, କାଠି ବିଛାଇ ତା ଉପରେ ଖପରକୁ ରଖି ପାଳ ଘୋଡାଯାଏ। ଏହାକୁ ପୋଡିବା ପରେ ବିକ୍ରି ଯୋଗ୍ୟ ଖପର ପ୍ରସ୍ତୁତ ହୋଇଥାଏ। ଶେଷରେ ଏହାକୁ ସମତୁଲ କରାଯାଇ ଥାକ ଥାକ କରି ରଖି ବିକ୍ରି ସକାଶେ ସଜାଇ ଦିଆଯାଇଥାଏ। ଖପର ନିର୍ମାଣ ପାଇଁ କାଠ ତିଆରି ଏକ ଚକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚକର ମଝି ଅଂଶରେ ବତୁରା ମାଟିର ଠେଲାକୁ ରଖି ଚକ୍ରାକାରରେ ଘୂରାଯାଏ ଓ ଖପର ନିର୍ମାଣ କରାଯାଇଥାଏ । କୁମ୍ଭାର ପରିବାରର ସଦସ୍ୟମାନେ ଏଥିପାଇଁ ବହୁ କଷ୍ଟ କରିଥାନ୍ତି। ଏଥିରୁ ଦୈନିକ ମୁଣ୍ଡ ପିଛା ୯୦ରୁ ୧୦୦ ଟଙ୍କା ମାତ୍ର ରୋଜଗାର ହୋଇଥାଏ। ଏତେ କମ୍‌ ରୋଜଗାରରେ ପରିବାର ଚଳାଇବା କଣ୍ଟସାଧ୍ୟ ବୋଲି କତାବଗାର ମନୋଜ ରଣା କହନ୍ତି। ଏବେ ସମସ୍ତେ ପକ୍କାଘର ନିର୍ମାଣ କରୁଛନ୍ତି। ଆଉ ଖପର ଘରକୁ ପସନ୍ଦ କରୁନାହାନ୍ତି। ଫଳରେ ଆମ ବେପାର ଟିକେ ମାନ୍ଦା ପଡିଛି ବୋଲି କୁଲୁଣ୍ଡା ଗ୍ରାମର ଖପର କାରିଗର ଚକାମନ ରଣା କହନ୍ତି। ସରକାରୀସ୍ତରରେ ଖପର କାରିଗରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଏହି କୌଳିକ ବୃତ୍ତି ଆଗକୁ ବଢ଼ିପାରନ୍ତା ବୋଲି ପ୍ରଦୀପ ରଣା କୁହନ୍ତି। ସରକାରଙ୍କ ତରଫରୁ ଋଣ ପ୍ରଦାନ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବା ସହ ଆବଶ୍ୟକ ବୈଷୟିକ ତାଲିମ ପ୍ରଦାନ କରାଯାଇପାରିଲେ କୁମ୍ଭାର ସମ୍ପ୍ରଦାୟର ଆର୍ଥିକ ପ୍ରଗତି ହୋଇ ପାରନ୍ତା ବୋଲି ସାମାଜିକ କର୍ମୀ ତଥା ବୃଦ୍ଧିଜୀବୀ ସୀତାରାମ ବନଛୁର ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ

ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି...

ସହର ଉପକଣ୍ଠରେ ମାଟି ମାଫିଆ ସକ୍ରିୟ

ସମ୍ବଲପୁର,୭ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର, ସଦର, ରେଙ୍ଗାଲି ଓ ଯୁଯୁମୁରା ତହସିଲ ଅଞ୍ଚଳରେ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସରକାରୀ, ଜଙ୍ଗଲ କିସମ ଓ ଘରୋଇ...

ଟ୍ରାନ୍ସଫର୍ମର ପୋଡି ୧୫ଦିନ ହେଲା ଜଳଯୋଗାଣ ବନ୍ଦ

ଜହ୍ନାପଙ୍କ,୧୯।୭(ଡି.ଏନ.ଏ.)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଟ୍ରାନ୍ସଫର୍ମର ପୋଡିଯିବାରୁ ୧୫ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି । ଫଳରେ ଲୋକମାନେ ପାଣି ପାଇଁ...

ଭୋକିଲା ପେଟରେ ପୂଜାର୍ଚ୍ଚନା କରିବା କାଠିକର ପାଠ ହେବ

ସମ୍ବଲପୁର, ୨୮।୪ (ବ୍ୟୁରୋ)- କରୋନା ଭୂତାଣୁକୁ ନେଇ କଟକଣା ଯୋଗୁ ସମ୍ବଲପୁରର ଇଷ୍ଟଦେବୀ ସମଲେଇଙ୍କ ଦର୍ଶନ ମାର୍ଚ୍ଚ ୧୯ ତାରିଖରୁ ବନ୍ଦ ରହିଛି। ହେଲେ ଦେବୀଙ୍କ...

ନାବାଳିକାଙ୍କୁ ବଳାତ୍କାର କରି ପୂର୍ବତନ ସରପଞ୍ଚ ଗିରଫ

ନାକଟିଦେଉଳ,୨୩ା୪(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ନାକଟିଦେଉଳ ପୋଲିସ ଏହି ବ୍ଲକ ଅନ୍ତର୍ଗତ ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା(୫୪)ଙ୍କୁ ଗିରଫ କରିଛି।...

ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ...

ଛାତ୍ରୀଛାତ୍ର ପିଉଛନ୍ତି ନଳକୂପର ଗୋଳିଆ ପାଣି

ଲାଠୋର, ୨୩ା୬(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏଠାରେ ୧୩୮ଜଣ ଛାତ୍ରୀଛାତ୍ର...

ନେଗେଟିଭ ଆସିଲା କୋଭିଡ ରିପୋର୍ଟ: ବିଧାନସଭା ଯିବେ ରେଙ୍ଗାଲି ବିଧାୟକ

ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାୟକ କୋଭିଡ ପଜିଟିଭ ଥିବାରୁ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ। ହେଲେ ଗୁରୁବାର...

Advertisement
Archives

Model This Week