ପ୍ରାଣାୟାମ କରନ୍ତୁ ସଂକ୍ରମିତ’

ନୂଆଦିଲ୍ଲୀ,୨୫ା୪: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଦିଲ୍ଲୀର ପ୍ରଥମ ବ୍ୟକ୍ତି ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି। କରୋନାରୁ ସୁସ୍ଥ ହେବାରେ ଏହା ବେଶ ଉପଯୋଗୀ ବୋଲି ଦିଲ୍ଲୀର ସମ୍ପୃକ୍ତ ବ୍ୟବସାୟୀ ରୋହିତ ଦତ୍ତ ଦାବି କରିଛନ୍ତି। ଚିକିତ୍ସା ସମୟରେ ସେ ଯୋଗ କରୁଥିଲେ ବୋଲି ପ୍ରକାଶ କରିଛନ୍ତି। ଏହି ସମୟରେ ନିଃଶ୍ୱାସ ପ୍ରଶ୍ୱାସରେ ନିୟନ୍ତ୍ରଣ ଅଭ୍ୟାସ କରୋନାରୁ ମୁକ୍ତି ପାଇବା ଦିଗରେ ବହୁତ ପ୍ରଭାବଶାଳୀ ବୋଲି ୪୫ ବର୍ଷୀୟ ରୋହିତ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି। ଏଥିସହ ପ୍ରାଣାୟାମ ଚିନ୍ତାସ୍ତର ହ୍ରାସ କରିବାରେ ମଧ୍ୟ ଉପଯୋଗୀ ବୋଲି ସେ ପ୍ରକାଶ କରିଛନ୍ତି।
ଫେବୃୟାରୀ ୨୪ରେ ରୋହିତ ୟୁରୋପରୁ ଫେରିବା ପରେ ତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାକୁ ନିଆଯାଇ କରୋନା ଟେଷ୍ଟ କରାଯାଇଥିଲା। କରୋନା ପଜିଟିଭ ଆସିବା ପରେ ସେ ଚିନ୍ତାରେ ପଡ଼ିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମନରେ ସକରାତ୍ମକ ଚିନ୍ତାଧାରା ଆଣିବାକୁ ଚେଷ୍ଟା କରିଥିଲେ। ତେଣୁ ଆକ୍ରାନ୍ତମାନେ ଭୟଭୀତ ନ ହୋଇ ଡାକ୍ତରଙ୍କ ଉପରେ ବିଶ୍ୱାସ ରଖିବା ସହ ପଜିଟିଭ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣକୁ ସେ ନିନ୍ଦା କରିବା ସହ ଏପରି ନ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା କୋହଳ ପରେ ଚାଇନାରେ କରୋନା ଆତଙ୍କ…

ବେଜିଂ,୧୧।୧୨ : ଚାଇନାରେ କରୋନା କଟକଣା କୋହଳ ପରେ ପୁଣି ଥରେ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଉଦବେଗଜନକ ହାରରେ ବୃଦ୍ଧି...

ଭାରତର ଏହି ରାଜ୍ୟରେ ପାଳନ କରାଯାଏ ନାହିଁ ଦୀପାବଳି

ଭାରତର ଅନେକ ରାଜ୍ୟରେ ଆଲୋକର ପର୍ବ ଦୀପାବଳି ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଦୀପାବଳି...

ମମତାଙ୍କ ବୈଠକକୁ ଯିବେନି କେସିଆର

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ବାନାର୍ଜୀ ବୁଧବାର ଏକ ବୈଠକ ଡାକିଛନ୍ତି। ହେଲେ ସେହି ବୈଠକରେ ତେଲେଙ୍ଗାନା...

ଆଜି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଭୋଗ ଲଗାନ୍ତୁ, ମିଳିବ ମହାବରଦାନ

ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ବହୁ ଧୂମ୍‌ଧାମ୍‌ ପାଳନ କରାଯାଉଛି। ପ୍ରଭୁ ଗଣେଶଙ୍କ ଆବାହନ ଲାଗି ଚାରିଆଡେ ଭିଡ ଜମିଛି। ତେବେ ରାଶି ଅନୁସାରେ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌ : ଆଜି ୩୪୯ ପଜିଟିଭ୍ ‌ଚିହ୍ନଟ , ୬ ମୃତ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ...

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ...

ଘରେ ରହି ପରୀକ୍ଷା ଦେବେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର: ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି…

ରାୟପୁର,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କିଛି ଦିନ ପାଇଁ ଘୁଞ୍ଚାଇ...

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ୩ କମାଣ୍ଡୋ ହଟିଲେ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଫେବୃଆରୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ଉଲ୍ଲଂଘନ ନେଇ ବୁଧବାର କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ...

Advertisement
Archives

Model This Week