ପ୍ରାକୃତିକ ବିପର୍ଯ୍ୟୟ ଓ ମହିଳା

ଜ୍ୟୋତି ରୟ ଚୌଧୁରୀ, ପ୍ରାର୍ଥନା ଅଗ୍ରଓ୍ବାଲ ଗୋଏଲ

ପ୍ରତିବର୍ଷ ଭାରତକୁ ଦୁଃଖ ଦେଉଥିବା ଅନେକ ପ୍ରାକୃତିକ ବିପର୍ପ୍ୟୟ ମଧ୍ୟରେ ବନ୍ୟା ସର୍ବାଗ୍ରେ ରହିଛି। ପାଖାପାଖି ୪ କୋଟି ହେକ୍ଟର ଜମି ବନ୍ୟାପ୍ରବଣ । ତାପମାତ୍ରା ବୃଦ୍ଧି ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ଓ ଗମ୍ଭୀରତା ବୃଦ୍ଧି କରୁଥିବାବେଳେ ଭାରତରେ ବନ୍ୟା ସବୁଠୁ ପ୍ରଳୟଙ୍କରୀ ପାଲଟିଛି। ତୁଳନାମତ୍କ ଭାବେ ବାତ୍ୟାର ତୀବ୍ରତା ମଧ୍ୟ ବୃଦ୍ଧି ପାଇଛି। ବନ୍ୟାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟୁଛି, ଭାରତରେ ଏବଂ ଏସିଆରେ ଏହା ସବୁଠୁ ବେଶି। ବନ୍ୟା ଯୋଗୁ ଆର୍ଥିକ କ୍ଷତି ୨୦୧୩ରେ ୧.୪ ବିଲିୟନ ଡଲାର ଥିବାବେଳେ ୨୦୨୦ରେ ଏହା ୧୧.୫ ବିଲିୟନରେ ପହଞ୍ଚିଛି। ଏହି ବୃଦ୍ଧି ଅନେକ ଗ୍ରାମୀଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି, ଯେଉଁମାନେ ମୋଟ ଜନସଂଖ୍ୟାର ୬୫%। ବିଶେଷକରି ଅଧିକ ସଂଖ୍ୟକ ମହିଳା ଏହାର ପୀଡ଼ା ଭୋଗିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତର ମହିଳାମାନେ ଅତ୍ୟଧିକ ପ୍ରଭାବିତ ହେବାର ଅନେକ କାରଣ ଅଛି। କୃଷିକ୍ଷେତ୍ରର ଶ୍ରମଶକ୍ତିର ସିଂହଭାଗ ହେଉଛନ୍ତି ମହିଳା। ୨୦୨୧-୨୨ରେ କାମକରିବା ପାଇଁ ଯୋଗ୍ୟ ୫୭.୩% ମହିଳା କୃଷିରେ କାର୍ଯ୍ୟରତ ଥିଲେ ଏବଂ ଏହା ତୁଳନାରେ ପୁରୁଷ ଥିଲେ ୩୪.୪%। ରୋଜଗାର କ୍ଷେତ୍ରରେ ଅଣ କୃଷି ସେକ୍ଟରଗୁଡ଼ିକରେ ଏକ ଢାଞ୍ଚାଗତ ପରିବର୍ତ୍ତନ ସତ୍ତ୍ୱେ ଅନେକ ଗ୍ରାମୀଣ ମହିଳା ଏହିସବୁ ସୁଯୋଗରୁ ଲାଭ ଉଠାଇବାରେ ସକ୍ଷମ ହୋଇନାହାନ୍ତି। ସୀମତ ସମ୍ବଳ ଓ ଗତିଶୀଳତାରେ କଟକଣା ଯୋଗୁ ଏହା ହୋଇପାରିନାହିଁ। ପରିବାରର ଫାର୍ମରେ କୃଷି ଶ୍ରମିକ ଭାବେ କାମକରି ସେମାନେ ବନ୍ୟା ଏବଂ ଅନ୍ୟ ଚରମ ପାଗ ଯୋଗୁ ସୃଷ୍ଟି ହେଉଥିବା ଆର୍ଥିକ ଅସ୍ଥିରତା ଜନିତ କ୍ଷତିର ସମ୍ମୁଖୀନ ହେଉଛନ୍ତି। ପରିବାରର ଦାୟିତ୍ୱ ସହ ପାରମ୍ପରିକ ସାଂସ୍କୃତିକ ପ୍ରଥା ଏବଂ ପୁରୁଷପ୍ରଧାନ ସାମାଜିକ ନୀତିଗୁଡ଼ିକର କଟକଣା ସବୁ ମହିଳାମାନଙ୍କୁ ଅଣକୃଷି କ୍ଷେତ୍ରର ରୋଜଗାର ସମେତ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାରେ ବାଧା ସୃଷ୍ଟି କରୁଛି। ଏଥିପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନେ ବନ୍ୟାରେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ବନ୍ୟାରେ ସେମାନଙ୍କର ଅଧିକ ମୃତ୍ୟୁ ହେଉଛି ଏବଂ ରିଲିଫ ବ୍ୟବସ୍ଥାରେ କମ୍‌ ସୁବିଧା ପାଉଛନ୍ତି। ଏହାସହ ସେମାନଙ୍କ ଜୀବନ ଜୀବିକା ପ୍ରତି ହଠାତ୍‌ ବିପଦ ଦେଖାଦେଉଛି। ଯେକୌଣସି ଏକ ପ୍ରାକୃତିକ ବିପର୍ଯ୍ୟୟରେ ମହିଳାମାନଙ୍କ ପ୍ରତି ଅଧିକ ହିଂସାର ଆଶଙ୍କା ରହୁଛି। ଏକ ବୈଶ୍ୱିକ ବ୍ୟବସ୍ଥାଗତ ସମୀକ୍ଷାରୁ ଜଣାପଡ଼ିଛି ଯେ, ସାରା ବିଶ୍ୱରେ ଏଭଳି ପରିସ୍ଥିତିରେ ବଳାକତ୍ାର, ଯୌନ ନିର୍ଯାତନା ଏବଂ ମାନବ ଚାଲାଣ ବୃଦ୍ଧି ପାଇଛି। ୨୦୦୫ର ପ୍ରଳୟଙ୍କରୀ ଝଡ଼ କାର୍ଟିନା ପରବର୍ତ୍ତୀ ମାସଗୁଡ଼ିକରେ ଦକ୍ଷିଣ ମିସିସିପିରେ ଇଣ୍ଟିମେଟ ପାର୍ଟନର ଭାଓଲେନ୍ସ ବା ଅନ୍ତରଙ୍ଗ ସମ୍ପର୍କ ହିଂସା (ଆଇପିଭି)ରେ ଅଧିକ ପ୍ରତିଶତ ମହିଳା ଶିକାର ହୋଇଥିଲେ। ଏହା ୩୩.୬%ରୁ ବୃଦ୍ଧି ପାଇ ୪୫.୨%ରେ ପହଞ୍ଚିଥିଲା । ଅସ୍ଥାୟୀ ଗଣ ଆଶ୍ରୟସ୍ଥଳଗୁଡ଼ିକରେ ଥିବା କମ୍‌ ଆୟ ବର୍ଗର ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ନିଜକୁ ତଥା ସେମାନଙ୍କ ପିଲାମାନଙ୍କ ପାଇଁ ଆଶ୍ରୟସ୍ଥଳୀକୁ ଅସୁରକ୍ଷିତ ମଣିଥିଲେ। ସେହିପରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ୨୦୦୪ ସୁନାମି ପରେ ଭାରତରେ ୪ଟି ରାଜ୍ୟରେ ଆଇପିଭି ବୃଦ୍ଧି ପାଇଛି। ତାମିଲନାଡ଼ୁରେ ଶାରୀରିକ ଏବଂ ଯୌନ ହିଂସା ଯଥାକ୍ରମେ ୬୧% ଓ ୨୩୨% ବୃଦ୍ଧି ପାଇଥିବାବେଳେ କର୍ନାଟକରେ ଭାବଗତ ହିଂସା ୧୨୨% ବଢ଼ିଛି। ଅଧିକନ୍ତୁ ,୨୦୧୦ରୁ ୨୦୧୯ ମଧ୍ୟରେ ବନ୍ୟା ବିହାରରେ ଅଧା ମିଲିୟନ ଘରକୁ କ୍ଷତି କରିଥିଲା। ଫଳରେ ଲୋକମାନଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ଯିବାକୁ ପଡ଼ିଥିଲା, ଯେଉଁଠି ମହିଳାମାନେ ବାଚନିକ ଓ ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ।
ମହିଳାଙ୍କ ପ୍ରତି ହେଉଥିବା ହିଂସାର ମୂଳ କାରଣ ରହିଛି ସାମାଜିକ ଓ ବ୍ୟବସ୍ଥାଗତ ସମସ୍ୟାରେ। ମହିଳାଙ୍କ ନିମ୍ନ ସାମାଜିକ ଅର୍ଥନୈତିକ ସ୍ଥିତି, ସଂସାଧନ ଆବଣ୍ଟନରେ ଲିଙ୍ଗଗତ ଭେଦଭାବ, ଅସୁରକ୍ଷିତ ପରିବେଶ ଏବଂ ସହାୟତା ସେବାର ସୀମିତ ଉପଲବ୍ଧ ହିଁ ହିଂସାର କାରଣ ହେଉଛି। ଏହିସବୁ ସମସ୍ୟା ପ୍ରାକୃତିକ ବିପର୍ଯ୍ୟୟରେ ବଢିବାର ସମ୍ଭାବନା ଅଧିକ। ପୂର୍ବ ଅପେକ୍ଷା ମହିଳାମାନଙ୍କୁ ଅଧିକ ବାଧା ଦିଆଯାଉଛି। ସାମାଜିକ ତଥା ସାଂସ୍କୃତିକ ପ୍ରତିବନ୍ଧକ ଅଣ-କୃଷି ନିଯୁକ୍ତି କ୍ଷେତ୍ରକୁ ମହିଳାମାନେ ପ୍ରବେଶ କରିବାରେ ବାଧକ ସାଜୁଛି। ସେମାନଙ୍କୁ ମଧ୍ୟ ଅର୍ଥନୈତିକ ନିଷ୍ପତ୍ତି ନେବାରେ ବାଧା ଦେଉଛି। ବିପର୍ଯ୍ୟୟ କେବଳ ଆଇପିଭି ବୃଦ୍ଧି କରେ ନାହିଁ ବରଂ ଜନସମୁଦାୟକୁ ଅସୁରକ୍ଷିତ କରିଥାଏ। ମୁଖ୍ୟତଃ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେତୁ କିଶୋରୀ ବାଳିକାମାନେ ବିପର୍ଯ୍ୟୟରେ ଯୌନ ନିର୍ଯାତନା ଓ ଶୋଷଣର ଶିକାର ହେବା ଆଶଙ୍କା ଅଧିକ। ବିସ୍ଥାପିତ ଲୋକଙ୍କୁ ସେବା ଦେଉଥିବା ଅସ୍ଥାୟୀ ଶିବିରଗୁଡ଼ିକ ପ୍ରାୟତଃ ଅପରାଧରେ ପରିପୂର୍ଣ୍ଣ। ପୁରୁଷମାନେ ଖାଦ୍ୟ, ଜଳ, ଆଶ୍ରୟସ୍ଥଳ ଭଳି ମୌଳିକ ଆବଶ୍ୟକତା ବଦଳରେ ଯୌନ ଅନୁଗ୍ରହ ଖୋଜନ୍ତି ଏବଂ ମହିଳାମାନେ ବହୁସମୟରେ ବଳାତ୍କାର ଓ ଯୌନ ଶୋଷଣର ଶିକାର ହୁଅନ୍ତି।
ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକର ଦୀର୍ଘକାଳୀନ ପ୍ରଭାବ ସମାନ ଭାବରେ ବିନାଶକାରୀ। ବିପର୍ଯ୍ୟୟ ଦ୍ୱାରା ସୃଷ୍ଟି ହୋଇଥିବା ଆର୍ଥିକ କ୍ଷତି ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ବଞ୍ଚିତ ମହିଳାଙ୍କ ପାଇଁ ନକାରାତ୍ମକ ଅଭିବୃଦ୍ଧିର ପରିବେଶ ସୃଷ୍ଟି କରିପାରେ। ପ୍ରାକୃତିକ ବିପର୍ଯ୍ୟୟ ଯେମିତି ଭାରତୀୟ ମହିଳାଙ୍କ ଅତ୍ୟଧିକ କ୍ଷତି ନ କରିବ ସେଥପାଇଁ ସରକାର ଲିଙ୍ଗଭିତ୍ତିକ ହିଂସା ରୋକିବା ଲାଗି ଆଇନ ପ୍ରଣୟନ କରିବା ଉଚିତ। ମଦ ନିଷେଧ ଓ ପୋଲିସର ପ୍ରତିକ୍ରିୟାଶୀଳତାକୁ ଦୃଢ କରିବାକୁ ହେବ। ପୋଲିସ ଷ୍ଟେଶନରେ ମହିଳା ଅଧିକାରୀଙ୍କୁ ଅଧିକ ନିଯୁକ୍ତ କରିବାକୁ ପଡ଼ିବ। ମହିଳାଙ୍କୁ ଅଧିକ ଅର୍ଥନୈତିକ ସ୍ବାଧୀନତା ସୁନିଶ୍ଚିତ କରିବା ଜରୁରୀ । ଏହାସହ ନୀତି ନିର୍ଦ୍ଧାରକମାନେ ଅନ୍ୟ ଭାଗୀଦାରିଙ୍କ ସହ କାର୍ଯ୍ୟ କରି ମହିଳାମାନେ କିଭଳି ଦୁଗ୍ଧ ଶିଳ୍ପ ତଥା ଅନ୍ୟାନ୍ୟ କୃଷି ସହ ଜଡ଼ିତ କ୍ଷେତ୍ରଗୁଡିକରେ ବିକଳ୍ପ ନିଯୁକ୍ତି ସୁଯୋଗ ପାଇପାରିବେ ତାହା ନିଶ୍ଚିତ କରିପାରିବେ। ତେବେ ଅଧିକାରୀମାନେ ଆଶ୍ରୟସ୍ଥଳୀ ଚଳାଇବାରେ ସାହାଯ୍ୟ କରିବା ପାଇଁ ମହିଳାମାନଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ବିପର୍ଯ୍ୟୟ ଯୋଜନାରେ ସାମିଲ କରିବା ଉଚିତ।
ଅନ୍ତର୍ଜାତୀୟ ଉଦ୍ଧାର କମିଟି ସ୍ଥାନୀୟ ସରକାର, ଏନ୍‌ଜିଓ ଏବଂ ବ୍ୟକ୍ତିବିଶେଷ ବିଶେଷକରି ମହିଳାମାନଙ୍କ ସହ ଏକାଠି କାମ କରିବା ଦରକାର। ପ୍ରାକୃତିକ ବିପର୍ଯ୍ୟୟ ପୁନରୁଦ୍ଧାର ସମୟରେ ଲିଙ୍ଗଭିତ୍ତିକ ଭେଦଭାବ ଏବଂ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ରଣନୀତି ବିକାଶ କରିବା ଆବଶ୍ୟକ। ପ୍ରଭାବିତ ମହିଳାଙ୍କୁ ଯଦିଓ ରିଲିଫ ପାଣ୍ଠି ସିଧାସଳଖ ଯୋଗାଇଦିଆଯାଉଛି ସରକାର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ଦକ୍ଷତା ବିକାଶ ଉପରେ ଧ୍ୟାନଦେଇ ସେମାନଙ୍କୁ ସଶକ୍ତ କରିପାରିବେ। ଲିବ୍ୟାରେ ସାମ୍ପ୍ରତିକ ବିଧ୍ୱଂସକ ବନ୍ୟାରେ ଅନେକ ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଚରମ ପାଣିପାଗ ଦ୍ୱାରା ସୃଷ୍ଟି ହେଉଥିବା ବିଶ୍ୱ ବିପଦକୁ ଏହା ଦର୍ଶାଉଛି। ଭାରତ ଏବଂ ଅନ୍ୟ ଦେଶଗୁଡ଼ିକରେ ଏଭଳି ବିପର୍ଯ୍ୟୟର ପ୍ରାରମ୍ଭିକ କ୍ଷତିକୁ ସୀମିତ ରଖିବା ଓ ବିସ୍ଥାପନ ଏବଂ ସ୍ଥାନାନ୍ତର ବିପଦକୁ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯିବା ଦରକାର। ସମାଜରେ ପୂର୍ବରୁ ରହିଆସିଥିବା ଲିଙ୍ଗଗତ ଅସମାନତା ଏବଂ ହିଂସା ଦୂରକରିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ବିପର୍ଯ୍ୟୟର ଜଟିଳ ସ୍ଥିତିକୁ ସାମ୍ନାକରି ମହିଳାମାନେ ପୂର୍ବ ସ୍ଥିତିକୁ ଫେରିବା ଲାଗି ସକ୍ଷମ ହୋଇଥିବାରୁ ସମାଜ ମଧ୍ୟ ସେଭଳି ଅଧିକ ସକ୍ଷମ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri