ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ସଫା କଲେ ନାଳ

ବନ୍ତ,୨୯।୭(ଡି.ଏନ୍‌.ଏ.): ପ୍ରଶାସନ ଉପରୁ ଭରସା ତୁଟାଇ ଶେଷରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମବାସୀଙ୍କ ସମେତ ଜାଗୁଳାଇ ୟୁଥ୍‌ କ୍ଲବର ସଭ୍ୟମାନେ ମିଳିତ ଭାବେ ପୋତି ହୋଇ ପଡ଼ିଥିବା ଏକ ନାଳକୁ ସଫା କରିଛନ୍ତି।
ଗତ ୩ ବର୍ଷ ଧରି ପଧାନପଡା ବାହାଳୀରୁ ବିଞ୍ଝା-ଦୋଳପଦୀ ବାହାଳୀ ପର୍ଯ୍ୟନ୍ତ ପଶ୍ଚିମରୁ ପୂର୍ବକୁ ଲମ୍ବିଥିବା ଜଳ ନିଷ୍କାସନ ନାଳଟି ପୋତି ହୋଇପଡ଼ିଥିବାରୁ ଉକ୍ତ ଅଞ୍ଚଳର ପ୍ରାୟ ୩ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ଫସଲ ହାନି ହୋଇଆସୁଛି। ଏନେଇ ବିଭିନ୍ନ ସମୟରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଶେଷରେ ଗ୍ରାମବାସୀ, ୟୁଥ୍‌ କ୍ଲବର ସଦସ୍ୟମାନେ ଅକ୍ଳାନ୍ତ ପରିଶ୍ରମ କରି ପୋତି ହୋଇପଡ଼ିଥିବା ଏହି ନାଳର ପୁନରୁଦ୍ଧାର କରିଛନ୍ତି ା ଏହି ସଫେଇ କାର୍ଯ୍ୟ ୪ ଦିନ ଧରି ଚାଲିଥିବା ବେଳେ ପ୍ରାୟ ୫୦ରୁ ୬୦ ଜଣ ଲୋକ ନିୟୋଜିତ ହୋଇଥିଲେ। ଏଥିପାଇଁ ହୋଇଥିବା ଖର୍ଚ୍ଚ ଗ୍ରାମବାସୀ ବହନ କରିଥିଲେ। ଏହି ସଫେଇ କାର୍ଯ୍ୟ ଅସ୍ଥାୟୀ ଭାବେ କରାଯାଇଥିବା ବେଳେ ସ୍ଥାୟୀ ସମାଧାନ ନିମନ୍ତେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା ସେହିପରି ଉକ୍ତ ନାଳ ଉପରେ ଯାତାୟାତ କରିବା ପାଇଁ ପୋଲର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି ା ଏ ସମ୍ପର୍କରେ ଭଦ୍ରକ ଡ୍ରେନେଜ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଶଙ୍କର୍ଷଣ ମଣ୍ଡଳଙ୍କୁ ପଚାରିବାରୁ ବର୍ତ୍ତମାନ ନାଳରେ ପାଣି ଥିବାରୁ କାମ ଠିକ୍‌ ଭାବେ ହୋଇପାରିବ ନାହିଁ ା ଆସନ୍ତା ସିଜିନ୍‌ରେ କାର୍ଯ୍ୟ କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ...

ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର,୭।୨(ବ୍ୟୁରୋ): ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ...

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଜି ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ

ବଲାଙ୍ଗୀର ଅଫିସ,୧୬।୭: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ଭୁବନେଶ୍ୱରରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯିବ। ବଲାଙ୍ଗୀର ଜିଲା ଓକିଲ ସଂଘ...

ମହାନଦୀରେ ଭାସି ଯାଇ ନାବାଳକ ମୃତ, ଏବେ ବି ୨ ନିଖୋଜ

କଟକ ଅଫିସ,୧୦।୪: ମହାନଦୀ ଯୋବ୍ରାଠାରେ ଗାଧୋଇବା ବେଳେ ୩ଜଣ ନାବାଳକ ରବିବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ...

କେନାଲ କଂକ୍ରିଟ ରାସ୍ତା ନିମ୍ନମାନର ଅଭିଯୋଗ

ଖଇରା, ୧୪ା୨(ଡି.ଏନ.ଏ.) ଭଦ୍ରକ କେନାଲ ଡିଭିଜନ ତଥା ଖଇରା ସବ୍‌ଡିଭିଜନ ଅନ୍ତର୍ଗତ ଗୋପାଳପୁର ମାଇନରର ଗର୍ସଙ୍ଗ ନିକଟରେ କେନାଲ ପାର୍ଶ୍ୱରେ ଚାଲିଥିବା କଂକ୍ରିଟ ରୋଡ କାମ...

ଅନୁଦାନ ହାତେଇବାକୁ ଅଭିନବ ଉଦ୍ୟମ

ଭଦ୍ରକ ଅଫିସ, ୨୦।୯ – ଦୃଷ୍ଟିହୀନ, ମୁକ, ବଧିର ସ୍କୁଲରେ ସରକାରୀ ଅନୁଦାନ ହାତେଇବା ପାଇଁ ସୁସ୍ଥ ପିଲାଙ୍କୁ ରଖି ଅଭିନବ ଉପାୟରେ ଚାଲିଥିଲା ଶିକ୍ଷାନୁଷ୍ଠାନ।...

ଖୁବଶୀଘ୍ର କ୍ଷୟକ୍ଷତି ଆକଳନ : ଶୁକ୍ରବାର ସୁଦ୍ଧା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାରେ ଅମ୍ଫନ୍‌ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ଚାଳଘର, ଆଜବେଷ୍ଟ ଘର ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭୂଇଁରେ...

କରୋନାକୁ ନେଇ ଆରମ୍ଭ ହେଲାଣି ବୟାନବାଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ କିଛିଦିନ ହେବ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର ଧରିବାକୁ ଯାଉଥିବା ଦେଖିବାକୁ ମିଳିଛି। କରୋନା ଏବେ ରାଜନୈତିକ ଲଢ଼େଇର ମୁଖ୍ୟ...

Advertisement
Archives

Model This Week