ପ୍ରଶାସନ ପକ୍ଷରୁ ଚାଉଳ ମିଲ୍‌ ଉପରେ ଅତର୍କିତ ଚଢ଼ାଉ, ମିଲର୍‌ଙ୍କୁ ତାଗିଦ

ପୁରୁଷୋତ୍ତମପୁର, ୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଉଳ ମିଲ ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ସହକାରୀ ଜିଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁ, ପୁରୁଷୋତ୍ତମ ପୁର ଯୋଗାଣ ନିରିକ୍ଷକ ପିତାମ୍ବର ସେଠୀ ମଙ୍ଗଳବାର ସନ୍ଧ୍ୟାରେ ଅତର୍କିତ ଭାବେ ଚଢାଉ କରି ମିଲ୍‌ରେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି। ଚାଷୀଙ୍କଠାରୁ ସମବାୟ ସମିତି ମଣ୍ଡି ମାଧ୍ୟମରେ ମିଲରମାନେ ଧାନକୁ କିଣୁଥିବାବେଳେ ଉକ୍ତ ପରିମାଣର ଧାନ ମିଲ୍‌ରେ ରହିଛି ନା ମଣ୍ଡି ବଦଳରେ ଚାଷୀଙ୍କଠାରୁ ମିଲର ଠକି ଧାନ କିଣୁଛନ୍ତି ତାହା ଅଧିକାରୀମାନେ ଖାନତଲାସି କରିଥିଲେ। ଏହି ସମୟରେ ଗୋଟିଏ ମିଲରେ କିଛି ଅଧିକ ଧାନ ଥିବାର ଦେଖାଯାଇଥିଲା। ଏଥିନେଇ ମିଲରଙ୍କୁ ତାଗଦ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏହି ଚଢାଉକୁ ନେଇ ମିଲର ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଅଭାବି ଧାନ ବିକ୍ରିର ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ ଏଭଳି ଚଢାଉ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ସୁରକ୍ଷାରେ ଅବହେଳା

ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ...

ଏନ୍‌ଟିପିସିର ଯୋଜନାବଦ୍ଧ ଚକ୍ରାନ୍ତ

ତାଳଚେର,୨୪ା୩ (ନି.ପ୍ର.) – ଶ୍ରମିକମାନେ କାମକୁ ନ ଆସିବାରୁ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ସମସ୍ତ ୟୁନିଟ୍‌ ବନ୍ଦ କରାଯିବାକୁ ନେଇ ଶ୍ରମିକ ମହଲରେ...

୬ ହୋଟେଲ ସିଲ୍‌ କଲା ପ୍ରଶାସନ

ବାସୁଦେବପୁର,୧୬ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ କୋଭିଡ୍‌-୧୯ ଆଇନର ଉଲ୍ଲଂଘନ କରି ଚାଲିଥିବା ୬ଟି ହୋଟେଲକୁ ବୁଧବାର ପ୍ରଶାସନ ସିଲ୍‌ କରିଛି। ଏହି ହୋଟେଲଗୁଡ଼ିକରେ ଲୋକଙ୍କୁ...

ବାପ ପୁଅଙ୍କ ଆକ୍ରମଣରେ ଚାଲିଗଲା ପଡ଼ୋଶୀଙ୍କ ଜୀବନ

ପୋଲସରା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ...

୨ ଜଣଙ୍କୁ ଚାପିଦେଲା ଟ୍ରକ୍‌, ଜଣେ ଗୁରୁତର

କେନ୍ଦୁଝର,୯ା୨(ସ୍ବ.ପ୍ର.): ଚମ୍ପୁଆ ଥାନା ରଘୁଆଳ ସାହିରେ ଏନ୍‌ଏଚ୍‌ ୭୨୦ରେ ଏକ ବାଇକ୍‌ ଉପରେ ଅଜଣା ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ...

ରାହୁରେଖା ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ,୯। ୮: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ...

ସୁନ୍ଦରଗଡ଼ ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ସ୍ପଷ୍ଟୀକରଣ ରଖିଲେ ଜିଲାପାଳ

ସୁନ୍ଦରଗଡ଼,୧୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଇ ଲାଞ୍ଚ ମଗାଯାଉଛି। ଏହା ମାଧ୍ୟମରେ ଦାମୀ ଉପହାର, ମୋବାଇଲ ଦେବାକୁ...

ସମ୍ବଲପୁରରେ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ହେବ ଶିକ୍ଷାର ହବ୍‌’

ସମ୍ବଲପୁର,୨।୧ (ବ୍ୟୁରୋ)- ବୁର୍ଲା ନିକଟ ବସନ୍ତପୁରରେ ସମ୍ବଲପୁର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ନିର୍ମାଣର ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week