ପ୍ରବାସୀଙ୍କୁ ଅଧାବାଟରେ ଛାଡି ଚାଲିଗଲା ବସ୍‌

ଜୁନାଗଡ଼,୧୮।୫(ଡି.ଏନ୍‌.ଏ.): ଚେନ୍ନାଇରେ ଫସି ରହିଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୧ ଜଣ ଓ ଜୁନାଗଡ଼ ବ୍ଲକର ଜଣେ ପ୍ରବାସୀ ସୋମବାର ଏକ ବସ୍‌ ଭଡା କରି ଫେରୁଥିଲେ। ବସ୍‌ ଚାଳକ ରୁଟ୍‌ ପରମିଟ ସମୟ ସୀମା କମ୍‌ ଥିବା ଦର୍ଶାଇ କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣିଠାରେ ସେମାନଙ୍କୁ ଓହ୍ଲାଇ ଚାଲିଯାଇଥିଲା। ସେମାନେ ଚାଲିଚାଲି ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ। ପ୍ରାୟ ୫୦କିମି ଚାଲିବା ପରେ ସେମାନେ ସୋମବାର ମଧ୍ୟାହ୍ନରେ ଜୁନାଗଡ ହାତୀ ବ୍ରିଜ ନିକଟରେ ପହଞ୍ଚିଥିଲେ। ଖବର ପାଇ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା। ପରେ କେସିଙ୍ଗା ବ୍ଲକର ୩୧ ପ୍ରବାସୀଙ୍କୁ ଜୁନାଗଡ ସଂସ୍କୃତ ଭବନଠାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜୁନାଗଡ ବ୍ଲକର ଜଣେ ପ୍ରବାସୀଙ୍କୁ ଚାରଭାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଯନ୍ତ୍ରୀ ସଞ୍ଜୟ କୁମାର ମଲ୍ଲିକ,ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ କୁମାର ସାହୁ, ଜିଆରଏସ୍‌ ସଞ୍ଜୀବ ପଟ୍ଟନାୟକ, କଲିଙ୍ଗା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ...

ରେକର୍ଡ ନିଶାରେ ଦିବ୍ୟଜ୍ୟୋତି

କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୪।୭(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୯୧ ଜଣଥିବା ବେଳେ ଖୋର୍ଦ୍ଧାର୨୯, ଗଜପତିର ୨୬,...

କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ

ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ...

୧ ହଜାର ପିପିଇ କିଟ୍‌ ଦାନ କଲେ ବିଦ୍ୟା

ମୁମ୍ବାଇ,୨୫।୪: କରୋନା ଭାଇରସକୁ ହରାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ବିଲିଉଡ ସେଲିବ୍ରିଟିମାନେ। ଏବେ...

କାଶୀପୁରରେ କୁଆପଥର ବର୍ଷା

ଟିକିରି,୧୮ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଏହି ସମୟରେ ଗୋରଖପୁରଠାରୁ ମାରିଭଟା ପର୍ଯ୍ୟନ୍ତ କୁଆପଥର ସହ...

ଗଛପଡ଼ି ରାଇକିଆ-ଇନ୍ଦ୍ରଗଡ଼ ଯାତାୟାତ ବନ୍ଦ

ରାଇକିଆ,୨୨ା୪(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ଛପର ଉଡ଼ିଯାଇଛି।...

୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ୨ମାସ ରହିଲା: ଛାତ୍ରୀଛାତ୍ରଙ୍କୁ ମିଳିଲାନି ମାଗଣା ୟୁନିଫର୍ମ, ଜୋତା

ରସୁଲପୁର, ୨୬।୧ (ଡି.ଏନ୍‌.ଏ.): ଯାଜପୁର ଜିଲାରେ ରସୁଲପୁର ବ୍ଲକ ଏକ ଅଗ୍ରଣୀ ବ୍ଲକ ଭାବରେ ଖ୍ୟାତି ରହିଛି। ହେଲେ ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ଓ...

Advertisement
Archives

Model This Week