ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧ ହ୍ରାସ ପାଇବ ବୋଲି ବୁଧବାର କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସଭାଗୃହ ପରିସରରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ଯୋଗଦେଇଥିବା ଗ୍ରାମବାସୀ ମତପ୍ରକାଶ କରିଛନ୍ତି। ପରମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସରପଞ୍ଚ ଅଶୋକ କୁମାର ପ୍ରଧାନ, ହଣ୍ଡପା ଥାନା ଆଇଆଇସି ଲବ ବୋଡ଼ା, ପ୍ରସନ୍ନ ପ୍ରଧାନ, ଚଗଲା ମାଝି, ସିଲୁ ନାୟକ, ଭିକାରୀ ମାଝି, ଲିଲି ସାହୁ, ମୋହନ ପ୍ରଧାନ, ଦାମୋଦର ପ୍ରଧାନ, ହିମାଂଶୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମରେ କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର...

ସୁଧାର ଆଣିପାରିବ ସଚେତନତା

ଛେଣ୍ଡିପଦା, ୨୩।୧୧ (ସ୍ବ.ପ୍ର.): ବଢ଼ୁଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି। ଖାଉଟିଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି ଲାଭଖୋର ବ୍ୟବସାୟୀ। ମାପ ଓଜନରେ ମଧ୍ୟ ଠକାଯାଉଛି ଗ୍ରାହକଙ୍କୁ। ଏପରି...

ସମିତି କବ୍‌ଜା ପାଇଁ ଛକାପଞ୍ଝା

ବଇଣ୍ଡା, ୭।୩(ଡି.ଏନ.ଏ.) – ସରିଛି ପଞ୍ଚାୟତ ନିର୍ବାଚନ ଭୋଟ। ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏବେ ସବୁ ଦଳର ଆଖି ଅଟକିଛି ବ୍ଲକ ଅଧ୍ୟକ୍ଷ ପଦବୀ...

ଟଙ୍କା ଭାଗବଣ୍ଟାକୁ ନେଇ ଭାଇକୁ ହତ୍ୟା କଲା ଭାଇ

ବଇଣ୍ଡା,୨୨।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ନିକଟସ୍ଥ ଦଳିତ ସାହିରେ ବୁଧବାର ମଝିଆଁ ଭାଇ ଗୁଣନିଧି ବେହେରା (୨୬)ଙ୍କୁ ତାଙ୍କ ସାନ ଭାଇ ଜେନାମଣି...

ଖୁଲୁଡି ହେବ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀ; ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୫ କୋଟି: ବିଧାୟକ

ପାଲଲହଡା,୨୯।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଝାରବେଡାସ୍ଥିତ ଖୁଲୁଡି ଗିରିଶ୍ୱର ମନ୍ଦିରର ବିକାଶ ପାଇଁ ଆଗାମୀ ୫ ବର୍ଷରେ ୫ କୋଟିରୁ ଊର୍ଦ୍ଧ୍ୱ...

ନଜର ରଖିବାକୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର, ହ୍ବାଟ୍ସଆପ୍‌ ଗ୍ରୁପ

ଅନୁଗୋଳ ଅଫିସ, ୩।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯାଇଥିବା ବେଳେ ଅଭିଯୋଗ ଶୁଣିବାକୁ ହ୍ବାଟ୍ସଆପ୍‌...

ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ...

ଅଭିଯୁକ୍ତଙ୍କୁ ୧୫ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୬।୩ – ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ସହ ଗର୍ଭବତୀ କରିବା ମାମଲାର ବିଚାର କରି ଅନୁଗୋଳ...

Advertisement
Archives

Model This Week