ପୋଲିସ୍‌ ପାଳୁଛି ‘ବାର୍ଥ ଡେ’

ଅମୃ଼ତସର: ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ପୋଲିସ୍‌ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି। ଠିକ୍‌ ଏମିତି ଏକ ଭିନ୍ନ ଉଦ୍ୟମ କରି ଏବେ ସମସ୍ତଙ୍କ ପ୍ରିୟ ହୋଇପାରିଛି ପଞ୍ଜାବ ପୋଲିସ୍‌। ପଞ୍ଜାବର ମନ୍‌ସା ଅଞ୍ଚଳରେ ପୋଲିସ୍‌ ଏବେ ସେହି ଅଞ୍ଚଳର ସମସ୍ତ ପିଲାଙ୍କର ପ୍ରଥମ ଜନ୍ମବାର୍ଷିକୀ ପାଳନ କରିବା ପାଇଁ ଆଶ୍ଚର୍ଯ୍ୟଜନକ ଉପହାର ଦେବା ଆରମ୍ଭ କରିଛି। ପୋଲିସର ଏଭଳି ଉଦ୍ୟମ ଲୋକଙ୍କ ମୁହଁରେ ହସ ଫୁଟାଇପାରିଛି ଓ ଲକ୍‌ଡାଉନ୍‌ ମାନିବା ପାଇଁ ଉତ୍ସାହିତ କରିଛି। ଏବେ ସବୁଆଡ଼େ ଲକ୍‌ଡାଉନ୍‌ ଚାଲିଥିବାରୁ କୌଣସି ସ୍ଥାନରେ କିଛି ଉତ୍ସବ ଆୟୋଜନ କରାଯାଇ ପାରୁନି। ତେଣୁ ପୋଲିସ୍‌ ଏ ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଛୋଟପିଲାଙ୍କୁ ନିଜ ନିଜର ପ୍ରଥମ ଜନ୍ମଉତ୍ସବ ପାଳନ କରିବା ପାଇଁ ସାହାଯ୍ୟ କରୁଛି। ଏଥିପାଇଁ ଏଭଳି ପିଲା ଥିବା ଘରକୁ ହଠାତ୍‌ ଏକ ଜନ୍ମଦିନ କେକ୍‌ ଧରି ପହଞ୍ଚି ଯାଉଛି। ଜଣେ ପୋଲିସ୍‌ କେକ୍‌ ବଢ଼ାଇ ଦେବାବେଳେ ଅନ୍ୟ ପୋଲିସମାନେ ‘ହାପି ବାର୍ଥ ଡେ’ ଗୀତ ଗାଇ ଅଭିନନ୍ଦନ ଜଣାଉଛନ୍ତି। ପୋଲିସର ଏଭଳି କାମକୁ ପଡ଼ିଶା ଘର ଲୋକେ ନିଜ ନିଜ ବାଲ୍‌କୋନିରେ ଛିଡ଼ାହୋଇ ଉପଭୋଗ କରୁଛନ୍ତି। ଏଭଳି କରିବା ଫଳରେ ଲୋକଙ୍କ ମନରେ ହଠାତ୍‌ ଏକ ଭିନ୍ନ ଖୁସି ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି ଚାହାନ୍ତି ନାହିଁ।...

‘ଅନୁପମା’ ଫେମ୍‌ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ

ମୁମ୍ବାଇ,୬।୪: ଟେଲି ଜଗତର ବେଶ୍‌ ପପୁଲାର ଶୋ’ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌...

କ୍ବାରାଣ୍ଟାଇନ୍‌ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ

ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ...

କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...

କୁକୁଡ଼ା ସହ ସମ୍ପର୍କ ରଖିଲେ ଯୁବକ, ସ୍ତ୍ରୀ କଲେ ଭିଡିଓ; ତାପରେ…

କୁକୁଡ଼ା ସହ ସମ୍ପର୍କ ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜଣେ ଯୁବକଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି...

କୋଣାର୍କ ଜଗନ୍ନାଥଙ୍କ ଦେବନୀତିରେ ସମସ୍ୟା

କୋଣାର୍କ,୨୦ା୪(ଡି.ଏନ୍‌.ଏ): କରୋନାଜନିତ ଲକ୍‌ଡାଉନ ହେତୁ କୋଣାର୍କସ୍ଥିତ ଜଗନ୍ନାଥ ମନ୍ଦିରର ଦେବନୀତିରେ ସମସ୍ୟା ସୃଷ୍ଟି ହେଉଛି। ଦର୍ଶନ ଉପରେ କଟକଣା ଯୋଗୁ ଭକ୍ତ ଆସୁ ନ ଥିବାରୁ...

ଜାଣନ୍ତି ଗାଡ଼ି ପାଣିରେ ନ ଚାଲି କାହିଁକି ପେଟ୍ରୋଲ, ଡିଜେଲରେ ଚାଲୁଛି

ଅନେକ ସମୟରେ ଆମ ମନକୁ ଏମିତି କିଛି ପ୍ରଶ୍ନ ଆସିଥାଏ, ଯାହାର ଉତ୍ତର ମଧ୍ୟ ଖୋଜି ପାଇବା କଷ୍ଟକର। ବେଳେବେଳେ ମନକୁ ପ୍ରଶ୍ନ ଆସେ ଗାଡ଼ିଗୁଡ଼ିକ...

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ...

Advertisement


Archives

Model This Week