ପୂର୍ବତନ ବିଧାୟକଙ୍କ ପରଲୋକ

ଆସିକା,୯ା୧(ଡି.ଏନ୍‌.ଏ.): ଆସିକାର ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‌ ତଥା ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ (୯୩)ର ବୁଧବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନିଜ ପୁଅଙ୍କ ବାସଭବନରେ ରହୁଥିଲେ। ଗତ ସପ୍ତାହରେ ତାଙ୍କର ହୃଦ୍‌ଘାତ ହେବାରୁ ଏକ ଘରୋଇ ହସ୍ପିପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ପାଖରେ ସ୍ତ୍ରୀ, ୩ ପୁଅ ନାରାୟଣ, ଜଗନ୍ନାଥ, ରାମକୃଷ୍ଣ, ଝିଅ ଗୀତାଞ୍ଜଳି ପାଢୀ, ଜ୍ୱାଇଁ ସବ୍ୟସାଚୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ା ଅପରାହ୍ନରେ ମରଶରୀରକୁ ପୁରୀ ନିଆଯାଇ ସ୍ବର୍ଗଦ୍ୱାରଠାରେ ସତ୍କାର କରାଯାଇଛି ା
ରାଧାଗୋବିନ୍ଦ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଥିଲେ। ୧୯୮୦ରୁ ୧୯୮୫ ଏବଂ ୧୯୮୫ରୁ ୧୯୯୦ ଦୁଇଥର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ ା ଦୀର୍ଘଦିନ ଧରି ସେ ଜିଲା କଂଗ୍ରେସର ସଭାପତି ମଧ୍ୟ ରହିଥିଲେ। ଜଣେ ସମବାୟବିତ୍‌ ଭାବେ ତାଙ୍କର ଖ୍ୟାତି ରହିଥିଲା ା ପୂର୍ବରୁ ବିଭିନ୍ନ ସମୟରେ ସେ ରାଜ୍ୟ ସମବାୟ ୟୁନିଅନର ଉପସଭାପତି, ଗଞ୍ଜାମ ଜିଲା ସମବାୟ ୟୁନିଅନର ସଭାପତି ଓ ରାଜ୍ୟ ସମବାୟ ଭୂ-ଉନ୍ନୟନ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେଶନର ଉପସଭାପତି ଓ ଭୂ-ଦାନ ଯଜ୍ଞ ସମିତିର ସଦସ୍ୟ ରହିଥିଲେ। ସେହିପରି ଆସିକାର ଭୂ-ଉନ୍ନୟନ ବ୍ୟାଙ୍କ, ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଓ ଆସିକା ଅର୍ବାନ ବ୍ୟାଙ୍କର ସଭାପତି, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ସଦସ୍ୟ ମଧ୍ୟ ରହିଥିଲେ ା ୧୯୯୫ରୁ ସେ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ା
ପୂର୍ବତନ ବିଧାୟକ ରାଧାଗୋବିନ୍ଦଙ୍କ ମୃତ୍ୟୁରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ଜେନା ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା...

ଛତ୍ରପୁର ଏନ୍‌ଏସିକୁ ମିଳିଲା ୧.୫୪ କୋଟି

ଛତ୍ରପୁର,୨୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୧ କୋଟି ୫୪ ଲକ୍ଷ ୨୮ ହଜାର...

ବ୍ୟବହାର ହୋଇପାରୁନି ସ୍କୁଲ ଶୌଚାଳୟ

ଗୋପାଳପୁର,୧୫।୨(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରତି ବିଦ୍ୟାଳୟରେ ଶୌଚାଳୟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଶିକ୍ଷୟିତ୍ରୀ...

ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍‌

ବେଗୁନିଆପଡ଼ା, ୧୩ା୮ (ଡି.ଏନ.ଏ.) -ପୁଣି ବନ୍ଧୁକ ଦେଖାଇ ଲୁଟ। ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସୋମବାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା...

ସୁସ୍ଥ ହେଲେ ଓଡ୍ରାଫ୍‌ର ୧୩ କର୍ମଚାରୀ

ଛତ୍ରପୁର,୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍‌ ଓଡ଼ିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ...

ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ମୃତବ୍ୟକ୍ତି

ପାରଳାଖେମୁଣ୍ଡି, ୨୭ା୨(ଡି.ଏନ୍‌.ଏ):ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ଜଣେ ମୃତବ୍ୟକ୍ତି। ସେ ହେଲେ ଗଜପତି ଜିଲା ପାରଳାଖେମୁଣ୍ଡିର ସ୍ବର୍ଗତ ରାମନାଥ ମିଶ୍ର। ୨୦୧୯ ସାଧାରଣ...

ଯନ୍ତ୍ରୀଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ

ବେଗୁନିଆପଡ଼ା,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ବାଧ୍ୟ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି...

ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ...

Advertisement
Archives

Model This Week