ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)ରେ ୪୦ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଜିଲାପାଳ ବଲୱନ୍ତ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି । ଜିଲାପାଳ ସିଂ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ମୁକାବିଲା ଲାଗି ବିଭିନ୍ନ ବିଭାଗର ଅଧିକାରୀମାନେ କାମ ଜାରି ରଖିଛନ୍ତି। ସେହିପରି ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଠାରେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଲକ୍ଷଣ ସାମାନ୍ୟ ଥିଲେ ତାଙ୍କୁ କୋଭିଡ ହେଲ୍‌ଥ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ହେଲ୍‌ଥ ସେଣ୍ଟରରେ ଅମ୍ଳଜାନ ସିଲିଣ୍ଡର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ ରଖାଯାଇଛି। ୪୫ ଡାକ୍ତର, ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ଏହି ସମୟରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ପ୍ରୋବେଶନ ଅଧିକାରୀ ମୟୂର ସୂର୍ଯ୍ୟବଂଶୀ, ଉପଜିଲାପାଳ ଭବତାରଣ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ହେଲ୍‌ଥ ସେଣ୍ଟର ବୁଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମରାଓପେଟାରେ ଜୁଆଆଡ୍ଡା ଉପରେ ଚଢ଼ାଉ: ୨ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଗିରଫ, ୭ ଲକ୍ଷ ୬୮ ହଜାର,୧୬ମୋବାଇଲଜବତ

ବ୍ରହ୍ମପୁର ଅଫିସ ,୧୧।୧୦: ଗଞ୍ଜାମ ଜିଲା ଟାଉନ ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭିମାରାଓପେଟାରେ ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ...

ମାନବାଧିକାର ଉଲ୍ଲଂଘନକାରୀ ଏଠି ପଦବୀର ମାଲିକ : କଂଗ୍ରେସ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ତଥା ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ଦେଶରେ ବିଭିନ୍ନ ନ୍ୟାୟିକ ଓ ଅର୍ଦ୍ଧନ୍ୟାୟିକ ପ୍ରତିଷ୍ଠାନ କାର୍ଯ୍ୟକରୁଛି। କିନ୍ତୁ...

୪ ଶହ ବର୍ଷରେ କଲ୍ୟାଣୀନଗରୀ ଦୁର୍ଗାପୂଜା

ଧାମନଗର, ୫।୧୦ (ଡି.ଏନ.ଏ.) – ରଙ୍ଗିନ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ମଣ୍ଡପରେ ମା’ଙ୍କୁ ଆରାଧନା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶାରଦୀୟ ଦୁର୍ଗାପୂଜା ପାଇଁ...

ତହସିଲ, ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା

ଗଞ୍ଜାମ,୨୧ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା...

କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ

କଣ୍ଟାମାଳ,୨୫ା୩(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ୬ଟି ପଦବୀ ଥିବା ଏହି ଡାକ୍ତରଖାନାରେ ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି।...

ନାକ୍‌ ମାନ୍ୟତା ପାଇନାହାନ୍ତି ରାଜ୍ୟର ୮୪% ଶିକ୍ଷାନୁଷ୍ଠାନ: ବିପୁଳ ଆର୍ଥିକ ଅନୁଦାନ ହରାଉଛି ରାଜ୍ୟ

ଭୁବନେଶ୍ୱର,୨୧।୬: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି।...

ଧନୀଙ୍କ ପସନ୍ଦ ଦୁବାଇ

ଭୁବନେଶ୍ୱର,୧୮ା୭(ବ୍ୟୁରୋ):ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ପ୍ରମୁଖ ସହର ଦୁବାଇର ଦୃଢ଼ ଆର୍ଥିକ ବ୍ୟବସ୍ଥା, ଉଚ୍ଚତମ ଅଟ୍ଟାଳିକା, ଉନ୍ନତମାନର ଅନ୍ତଃରାଷ୍ଟ୍ରୀୟ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ସୌନ୍ଦର୍ଯ୍ୟଭରା...

ଅଷ୍ଟ୍ରେଲୀୟ ଫୁଟବଲର କୋଭିଡ-୧୯ ଆକ୍ରାନ୍ତ

ସିଡନୀ,୨୮।୩ (ଏ.ପି.):  ଅଷ୍ଟ୍ରେଲିଆର ଜଣେ ଏ-ଲିଗ୍‌ ଫୁଟବଲର କାରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ପେସାଦାର ଫୁଟବଲ ଭାବା ସେ ଏହି ଭାଇରସ୍‌ ଦ୍ୱାରା...

Advertisement
Archives

Model This Week