ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି। ରିଲିଫ୍‌ ବଣ୍ଟନଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଓ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା ପ୍ରଶାସନ ଓ ବିଭିନ୍ନ ବିଭାଗ ଅଧିକାରୀ, ଯନ୍ତ୍ରୀ ଓ ଶ୍ରମିକ ସାମିଲ ହୋଇଛନ୍ତିି। ସେହିପରି ନଷ୍ଟ ହୋଇଥିତ୍ବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ  ନିର୍ଦ୍ଦେଶକ୍ରମେ ଗଞ୍ଜାମ, ରାୟଗଡା ଓ କନ୍ଧମାଳ ଜିଲାର ସହକାରୀ ଓ କନିଷ୍ଠ ଯନ୍ତ୍ରୀ ୧୦ ତାରିଖରୁ ଉକ୍ତ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲାର ଅଧୀକ୍ଷଣ ଯନ୍ତ୍ରୀ ଏସ୍‌. ଟୁଡୁଙ୍କ ସମେତ ବ୍ରହ୍ମପୁର ଗ୍ରାମ୍ୟ ଜଳ ଯୋଗାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଶଶାଙ୍କଶେଖର ପାଢୀ, ସମୀର ପଟ୍ଟନାୟକ, ଗୁରୁଦେବ ଗୌଡ, ସନ୍ତୋଷ ଦାଶ, ସଚ୍ଚିଦାନନ୍ଦ ବିଷୋୟୀ, ଅଶ୍ୱିନୀ କୁମାର ମଲ୍ଲ, ଋତେଶ ମିଶ୍ର ଓ ରବୀନ୍ଦ୍ର କୁମାର ନାୟକ, ସହାକାରୀ ଯନ୍ତ୍ରୀ କାଳୁ ଚରଣ ପାତ୍ର ଏହି କାର୍ଯ୍ୟରେ ସାମିଲ ହୋଇଥିବା ସୂଚନା ଦିଆଯାଇଛି। ପୁରୀ ଜିଲା କଣାସ, ପିପିଲି, ଡେଲାଙ୍ଗ, ଗୋପ, ଅସ୍ତରଙ୍ଗ, ପୁରୀ ସଦର, କୃଷ୍ଣ ପ୍ରସାଦ, ବ୍ରହ୍ମଗିରି ଓ ସତ୍ୟବାଦୀ ଅଞ୍ଚଳରେ ଏହି ଯନ୍ତ୍ରୀମାନେ ବିପନ୍ନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ସହ ନଷ୍ଟ ହୋଇଥିବା ପ୍ରକଳ୍ପଗୁଡିକୁ ସଜାଡିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଟ୍‌ଡାଉନ୍‌ରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କଲେ ତହସିଲଦାର

ଗଞ୍ଜାମ,୨୦।୬(ଡି.ଏନ୍‌.ଏ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜାର ଯାଏ ଉନ୍ନତିକରଣ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ କରୋନା ପାଇଁ...

ଅନ୍‌ଲକ୍‌ ପାଇଁ ଫିଟୁଛି ବାଟ: ଗଞ୍ଜାମରେ ୫୦୦ ତଳେ କରୋନା ଆକ୍ଟିଭ କେସ୍‌

ଛତ୍ରପୁର,୧୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମ୍‌ ହେବାରେ ଲାଗିଛି। ଏବେ ଗଞ୍ଜାମ ଗ୍ରୀନ୍‌ ଜୋନ୍‌ରେ ରହିଛି। ଜିଲାରେ ଏବେ ୫୦୦ ତଳେ...

ଗୋଲାପଲ୍ଲୀରେ ବୋମାମାଡ଼

ଛତ୍ରପୁର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋଲାପଲ୍ଲୀ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗ୍ରାମର ବି.ଉଦୟନାଥ...

ଓଡ଼ିଶା ବିଧାନସଭାରେ ରେକର୍ଡ: ସୂର୍ଯ୍ୟ ଗଞ୍ଜାମ ଜିଲାରୁ ପଞ୍ଚମ ବାଚସ୍ପତି

ବ୍ରହ୍ମପୁର ଅଫିସ,୩୦ା୫-ବିଜେଡିର ବରିଷ୍ଠ ନେତା ତଥା ଅତୀତର ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ସେଗ୍‌ମେଣ୍ଟରୁ ଲଗାତର ଭାବେ ସାତ ଥର ବିଧାୟକ ଏବଂ ବିଜୁ ପଟ୍ଟନାୟକ...

ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ।...

ସରକାରୀ ସହାୟତା ଦାବିକଲେ ଗାଡ଼ିଚାଳକ, ହେଲ୍‌ପର

ଦିଗପହଣ୍ଡି,୯ା୫(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମସ୍ତେ ପ୍ରଭାବିତ ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳରେ ଥିବା ଗାଡ଼ିଚାଳକ ଓ...

ବଢୁଛି ଋଷିକୁଲ୍ୟାର ଜଳସ୍ତର: ଆତଙ୍କିତ ଅବସ୍ଥାରେ ୩ ପଞ୍ଚାୟତବାସୀ

ଶେରଗଡ଼,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ତିନି ପଞ୍ଚାୟତ ପିତ୍ତଳ, ତହଁର, ବ୍ରାହ୍ମଣ ଦେଇ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ଏବେ ନଦୀର ଜଳସ୍ତର ବଢିବାରେ...

ପିଇବା ପାଣି ଅଭାବ: ବିଡିଓଙ୍କୁ ଜଣାଇଲେ ବସ୍ତିବାସୀ

ଧରାକୋଟ,୨୦ା୧(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଋଷିକୁଲ୍ୟା କେନାଲ ପାର୍ଶ୍ୱରେ ଥିବା କିଶୋରବିହାର ବସ୍ତିରେ ପିଇବା ପାଣିର ଅଭାବ ଦେଖାଦେଇଛି। କିଶୋର ବିହାର ଅଞ୍ଚଳରେ...

Advertisement
Archives

Model This Week