ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି। ରିଲିଫ୍‌ ବଣ୍ଟନଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଓ ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା ପ୍ରଶାସନ ଓ ବିଭିନ୍ନ ବିଭାଗ ଅଧିକାରୀ, ଯନ୍ତ୍ରୀ ଓ ଶ୍ରମିକ ସାମିଲ ହୋଇଛନ୍ତିି। ସେହିପରି ନଷ୍ଟ ହୋଇଥିତ୍ବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ  ନିର୍ଦ୍ଦେଶକ୍ରମେ ଗଞ୍ଜାମ, ରାୟଗଡା ଓ କନ୍ଧମାଳ ଜିଲାର ସହକାରୀ ଓ କନିଷ୍ଠ ଯନ୍ତ୍ରୀ ୧୦ ତାରିଖରୁ ଉକ୍ତ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲାର ଅଧୀକ୍ଷଣ ଯନ୍ତ୍ରୀ ଏସ୍‌. ଟୁଡୁଙ୍କ ସମେତ ବ୍ରହ୍ମପୁର ଗ୍ରାମ୍ୟ ଜଳ ଯୋଗାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଶଶାଙ୍କଶେଖର ପାଢୀ, ସମୀର ପଟ୍ଟନାୟକ, ଗୁରୁଦେବ ଗୌଡ, ସନ୍ତୋଷ ଦାଶ, ସଚ୍ଚିଦାନନ୍ଦ ବିଷୋୟୀ, ଅଶ୍ୱିନୀ କୁମାର ମଲ୍ଲ, ଋତେଶ ମିଶ୍ର ଓ ରବୀନ୍ଦ୍ର କୁମାର ନାୟକ, ସହାକାରୀ ଯନ୍ତ୍ରୀ କାଳୁ ଚରଣ ପାତ୍ର ଏହି କାର୍ଯ୍ୟରେ ସାମିଲ ହୋଇଥିବା ସୂଚନା ଦିଆଯାଇଛି। ପୁରୀ ଜିଲା କଣାସ, ପିପିଲି, ଡେଲାଙ୍ଗ, ଗୋପ, ଅସ୍ତରଙ୍ଗ, ପୁରୀ ସଦର, କୃଷ୍ଣ ପ୍ରସାଦ, ବ୍ରହ୍ମଗିରି ଓ ସତ୍ୟବାଦୀ ଅଞ୍ଚଳରେ ଏହି ଯନ୍ତ୍ରୀମାନେ ବିପନ୍ନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ସହ ନଷ୍ଟ ହୋଇଥିବା ପ୍ରକଳ୍ପଗୁଡିକୁ ସଜାଡିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର…

ଶହୀଦ ଭଗତ୍‌ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ସିମରନ ବ୍ଲକ ଟପ୍ପର

ଗଞ୍ଜାମ,୨୧।୫(ଅନାଥ ତରାଇ): +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକ ସ୍ଥିତ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗୌରବମୟ…

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

ବ୍ଲକ ସ୍ତରୀୟ ନାଟକ, ସୁବଳୟା ଖେଳ ପଡିଆରେ ଦୁଲୁକିବ କଳା ସଂସ୍କୃତିକ ମଞ୍ଚର…

ଗଞ୍ଜାମ,୨୦।୫(ବିଦ୍ୟାଧର ସାହୁ ): ୨୦୨୦ରେ ଗଠନ ହୋଇଥିବା ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଛଅ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri