ପୁଞ୍ଜିଲାଲଙ୍କ ଅଡୁଆ ବଢ଼ିଲା

କଟକ ଅଫିସ,୧୮ା୧: ବଲାଙ୍ଗୀର ଜିଲା ପାଟଣାଗଡ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଇଁ ଅଡୁଆ ବଢିଛି। ପୁଞ୍ଜିଲାଲଙ୍କ ଜାମିନ ପାଇଁ ତାଙ୍କ ଓକିଲ ହାଇକୋର୍ଟ ଆସିଛନ୍ତି। ବିଚାରପତି ଜଷ୍ଟିସ ଅକ୍ଷୟ କୁମାର ମିଶ୍ର ଏହି ଜାମିନ ଆବେଦନର ଶୁଣାଣି ପାଇଁ ଶୁକ୍ରବାର ମନା କରିଦେଇଛନ୍ତି। ଏଥିପୂର୍ବରୁ ପୁଞ୍ଜିଲାଲଙ୍କ ଓକିଲ ନିୟମିତ ଜାମିନ ପାଇଁ ହାଇକୋର୍ଟ ଆସିଥିଲେ। ମାତ୍ର ଜାମିନ ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ପୁଞ୍ଜିଲାଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ଜାମିନ ଆବେଦନର ଶୁଣାଣି ପ୍ରଥମେ ଯେଉଁ କୋର୍ଟରେ ହୋଇଥିଲା ଉକ୍ତ କୋର୍ଟରେ ଏହାର ପୁନର୍ବାର ଶୁଣାଣି ପାଇଁ ଜଷ୍ଟିସ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ଏହି ସମ୍ବେଦନଶୀଳ ଘଟଣା ୨୦୧୮ ଫେବୃୟାରୀ ୨୩ ତାରିଖରେ ଘଟିଥିଲା। ପାଟଣାଗଡ଼ ଅଞ୍ଚଳର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଏକ ପାର୍ସଲ ଆସିଥିଲା। ଏହି ପାର୍ସଲ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଓ ତାଙ୍କ ଜେଜେମା’ ଜେମାମଣିଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ରିମା ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘନୀଭୂତ ହେଉଛି ବାତ୍ୟା ମାଣ୍ଡୋସ୍‌

ଭୁବନେଶ୍ୱର,୯।୧୨(ବ୍ୟୁରୋ):ସାମୁଦ୍ରିକ ଝଡ଼ ମାଣ୍ଡୋସ ଘନୀଭୂତ ହେଉଛି। ଏହା ଘଣ୍ଟା ପ୍ରତି ୧୨ କିମି ବେଗରେ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଶୁକ୍ରବାର ସକାଳ ସୁଦ୍ଧା...

ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ପୂର୍ବ ପରି ରହିବ କୋଭିଡ୍‌ କଟକଣା

ସମ୍ବଲପୁର,୯।୩(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ୍‌ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା।...

‘ଯୋଗ୍ୟଙ୍କୁ ଆବାସ ନ ମିଳିବା ଯାଏ ଆନ୍ଦୋଳନ’

ଧାମନଗର, ୨୫।୧ (ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦରେ ମଙ୍ଗଳବାର ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।...

ସଙ୍ଗରୋଧକାରୀଙ୍କୁ ପ୍ରାର୍ଥନା, ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନଶିକ୍ଷକ

ମାଲକାନଗିରି,୬ା୫ (ଡି.ଏନ୍‌.ଏ.): ଶ୍ରମିକଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବା ପରେ ମାଲକାନଗିରି ଜିଲାକୁ ପ୍ରତ୍ୟେହ ହଜାର ହଜାର ଶ୍ରମିକ...

ସରକାରୀ ସ୍କୁଲ, ଅଙ୍ଗନଓ୍ବାଡି ଗୃହ ମରାମତି କରିବ ପଞ୍ଚାୟତ

ଭୁବନେଶ୍ୱର,୬-୯(ବ୍ୟୁରୋ):ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଅଙ୍ଗନଓ୍ବାଡି ଗୃହ ମରାମତି ଓ ରକ୍ଷଣାବେକ୍ଷଣ କରିବ ଗ୍ରାମପଞ୍ଚାୟତ। ଏ ନେଇ ଏକ ନିର୍ଦ୍ଦେଶନାମା...

ସ୍କୁଲ-କଲେଜକୁ ମିଳିବ ଜମି ପଟ୍ଟା

ଭୁବନେଶ୍ୱର,୪।୨(ବ୍ୟୁରୋ): ସ୍କୁଲ, କଲେଜଗୁଡ଼ିକୁ ଜମି ପଟ୍ଟା ଯୋଗାଇ ଦିଆଯିବ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ୫ ମଧ୍ୟରେ ଏଗୁଡ଼ିକୁ ପଟ୍ଟା ମିଳିବ।...

୧୦ଦିନରେ ଭାଙ୍ଗିଗଲା ମିନି ଷ୍ଟାଡିୟମ ଗ୍ୟାଲେରି

କଟକ ଅଫିସ୍‌/ବାଙ୍କୀ(ସ୍ବ.ପ୍ର.),୨।୪:  କଟକ ଜିଲା ବାଙ୍କୀ ଉପଖଣ୍ଡସ୍ଥିତ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ ଉଦ୍‌ଘାଟିତ ହୋଇଥିବା ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର...

ସମିତି ସଭ୍ୟ ଉପନିର୍ବାଚନ: ବାଜି ମାରିଲା ଭାଜପା

ଚାନ୍ଦବାଲି,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତରେ ସମିତି ସଭ୍ୟ ଉପନିର୍ବାଚନର ଅଙ୍କକଷା ଶେଷ ହୋଇଛି। ଭାଜପା ସମର୍ଥିତ ସମିତି ସଭ୍ୟ ଭାବେ ସବିତା...

Advertisement
Archives

Model This Week