ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୭।୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ। ଶୁକ୍ରବାର ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ ସଭାରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ରାଜୁ କହିଛନ୍ତି, ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ପିସିସି ସଭାପତି। ସେ ହିଁ ରହିବେ। ପିସିସି ସଭାପତି ପଦକୁ ନେଇ କୌଣସି କର୍ମୀ କିମ୍ବା ନେତୃବୃନ୍ଦ ବିଭ୍ରାନ୍ତ ହେବାର ଆବଶ୍ୟକତା ନାହିଁ। ଗୋଟିଏ ଗୋଷ୍ଠୀ ପିସିସି ସଭାପତିଙ୍କୁ ବଦଳାଇବା ଲାଗି ବାରମ୍ବାର ଦିଲ୍ଲୀ ଯାଉଥିବା ପ୍ରଶ୍ନରେ ରାଜୁ କହିଛନ୍ତି, ସେମାନଙ୍କ ଉପରେ ମଧ୍ୟ ଫୋକସ ରଖାଯାଇଛି। ଦଳୀୟ ନିଷ୍ପତ୍ତିକୁ ଯେଉଁମାନେ ଅବମାନନା କରିବେ ହାଇକମାଣ୍ଡ ନିଶ୍ଚିତ ରୂପେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜାତୀୟ ନେତୃତ୍ୱ ହେଉଛନ୍ତି ସୋନିଆ ଗାନ୍ଧୀ ଏବଂ ରାଜ୍ୟରେ ନିରଞ୍ଜନ ପଟ୍ଟନାୟକ। ଏଥିରେ କେହି ଦ୍ୱିମତ ହେବାର ନାହିଁ। ଏଠାରେ ଆମେ ନିରଞ୍ଜନଙ୍କ ନେତୃତ୍ୱରେ ହିଁ ସମସ୍ତେ କାମ କରିବା ବୋଲି ରାଜୁ ସ୍ପଷ୍ଟ କରିଛନ୍ତି।
ରାଜ୍ୟରେ ଦଳର ସ୍ଥିତି ଦୁର୍ବଳ ହେଉଥିବା ପ୍ରଶ୍ନରେ ସେ କହିଥିଲେ, ଗତ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଥିଲୁ। କିନ୍ତୁ ତାହା ହେଲା ନାହିଁ। ତେଣୁ ସଙ୍ଗଠନକୁ କିପରି ମଜବୁତ୍‌ କରାଯିବ ସେଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତି ବିଧାନସଭା କ୍ଷେତ୍ରକୁ ଯାଇ ନୂଆ ପିଢୀକୁ ଆଗକୁ ବଢାଇବା ଲାଗି ବାଟ ପ୍ରସ୍ତୁତ ହେବ। କଂଗ୍ରେସ ବିଚାରାଧାରାର ଲୋକଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ରାଜୁ କହିଛନ୍ତି। ସେହିପରି ଦେଶରେ ବିଭିନ୍ନ ସ୍ଥାନରେ ମହିଳା ଏବଂ ଯୁବତୀଙ୍କ ପ୍ରତି ଯେଉଁ ଅମାନବୀୟ କାଣ୍ଡ ଘଟୁଛି ତାହାକୁ ସେ ତୀବ୍ର ନିନ୍ଦା କରିଥିଲେ। ଏଭଳି ଘଟଣା ଉପରେ ରୋକ୍‌ ଲଗାଯିବବା ଦରକାର। କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏହି ଘଟଣା ଦେଖିବାକୁ ମିଳୁଛି। ଓଡ଼ିଶାରେ ବି ମହିଳାଙ୍କ ଉପରେ ଅତ୍ୟାଚାର ଅଧିକ ମାତ୍ରାରେ ହେଉଛି। ଏଥିରେ ଅଙ୍କୁଶ ଆଣିବାକୁ କଂଗ୍ରେସ ଦଳ କାମ କରିବ ବୋଲି ରାଜୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଆଇଙ୍କୁ ମାଡ଼ ମାରି ଜଣେ ଗିରଫ

ଢେଙ୍କିକୋଟ, ୩ା୬(ଡି.ଏନ୍‌.ଏ.) -ଘଟଗାଁ ତହସିଲ ଅଧୀନ ପିପିଳିଆ ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ପୋଲିସ...

ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜୁଥିବା ଦମ୍ପତି

ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା।...

ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିଶ

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ଏଣିକି ସରକାରୀ ସ୍କୁଲରେ ପିଲାମାନେ ପ୍ରଥମ ଶ୍ରେଣୀରୁ ଇଂଲିଶ ପାଠ ପଢ଼ିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୧୦୦ଟି ସେଣ୍ଟର ଅଫ୍‌ ଏକ୍ସିଲେନ୍ସ...

ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ ବନ୍ଦ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଘରୋଇ ହସ୍ପିଟାଲକୁ ମାଗଣାରେ କୋଭିଡ୍‌-୧୯ ଟିକା ଯୋଗାଣ ବନ୍ଦ ହେବ। ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଥିବ ତେବେ ସେଗୁଡ଼ିକୁ ତୁରନ୍ତ...

ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା: ସମସ୍ତ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ବେକରେ ଜାଭେଲିନ ପଶି ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଗୁରୁତର ଛାତ୍ର ସଦାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି...

ଗୋରୁ ଖାଉଛନ୍ତି ମୋ ଛତୁଆ

ଭୋଗରାଇ, ୧୩ା୩(ଡି.ଏନ.ଏ.): ରାଜ୍ୟ ସରକାର ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ସୁସ୍ବାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଛତୁଆ, ଲଡ଼ୁ ଓ ସୁଜି ଆଦି ସୁଷମ ଖାଦ୍ୟସାମଗ୍ରୀ...

ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଅଧାପନ୍ତରିଆ

ଛତିଆ, ୨୩।୪: (ଡି.ଏନ.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତ ଅମରାବତୀ ପାଟଣାର ଅମରାବତୀ ମଠ ପରିସରରେ ନିର୍ମିତ ଗ୍ରାମୀଣ ଉଦ୍ୟାନ ଅଧାପନ୍ତରିଆ ହୋଇ ପଡ଼ିରହିଛି।...

ମେଡିକାଲରୁ ଆଉ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୮ା୯: ଭଦ୍ରକ ଜିଲା ଚିକିତ୍ସାଳୟରୁ ଶନିବାର ଆଉ ୨ ଦଲାଲଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ରାଜ୍ୟ ସରକାର ମେଡିକାଲ ଓ...

Advertisement
Archives

Model This Week