Posted inଜାତୀୟ

ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଅଞ୍ଚଳବାସୀଙ୍କୁ ଏକ ଗୋପନୀୟ ଚୁକ୍ତିନାମା ସମ୍ପର୍କରେ ଅବଗତ କରାଯାଇନାହିଁ, ଯାହା ସମ୍ପୃକ୍ତ ଭୂଖଣ୍ଡର ରାଜନୈତିକ ରୂପରେଖ ଓ ଶାସନକୁ ନିର୍ଦ୍ଧାରିତ କରିଆସିଛି।
ପିଓକେ ଏବଂ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନର ନିର୍ବାସିତ ନେତାଙ୍କ କହିବା ହେଲା, ଇସ୍‌ଲାମାବାଦ ସେମାନଙ୍କ ସହ ବିଶ୍ୱାସଘାତ କରିଆସିଛି। କାରଣ ୧୯୪୯ ଏପ୍ରିଲ ୨୮ରେ ଇସ୍‌ଲାମାବାଦ ସହ ଏହି ଅଞ୍ଚଳର ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। ଗୋପନୀୟ ଭାବେ ହୋଇଥିବା ଏହି ଚୁକ୍ତିରେ ପିଓକେର ପ୍ରତିଷ୍ଠାତା ରାଷ୍ଟ୍ରପତି ସର୍ଦ୍ଦାର ଇବ୍ରାହିମ୍‌ ଖାନ୍‌, ଜମ୍ମୁ-କଶ୍ମୀର ମୁସ୍‌ଲିମ୍‌ ଲିଗ୍‌ କନ୍‌ଫରେନ୍ସ ମୁଖ୍ୟ ଚୌଧରୀ ଗୁଲାମ ଅବ୍ବାସ ଓ ପାକିସ୍ତାନ ସରକାରଙ୍କ ପ୍ରମୁଖ ପ୍ରତିନିଧି ମୁସ୍ତାକ୍‌ ଗୁର୍ମାନିଙ୍କ ଜାଲ୍‌ ଦସ୍ତଖତ କରାଯାଇଥିଲା। ଏହାକୁ ଭିତ୍ତିକରି ପାକିସ୍ତାନ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନକୁ ଜବରଦଖଲ କରିବାରେ ସକ୍ଷମ ହୋଇଥିଲା। ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନର ପ୍ରମୁଖ ରାଜନୈତିକ ଦଳ ୟୁନାଇଟେଡ୍‌ କଶ୍ମୀର ପିପୁଲ୍ସ ନ୍ୟାଶନାଲ ପାର୍ଟି (ୟୁକେପିଏନ୍‌ପି) ମୁଖପାତ୍ର ତଥା ନିର୍ବାସିତ ନେତା ନାସିର ଅଜିଜ୍‌ ଖାନ୍‌ ଏହା ପ୍ରଘଟ କରିଛନ୍ତି। ନାସିରଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର୍‌-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ ଖୋଜୁଥିବାରୁ ଅନେକ ବର୍ଷ ହେଲା ସେ ଓ ତାଙ୍କ ଦଳର ମୁଖ୍ୟ ଶୌକତ କଶ୍ମୀରୀ ସୁଇଜରଲାଣ୍ଡ ରାଜଧାନୀ ବର୍ନରେ ରହୁଛନ୍ତି। ନାସିର କହିଛନ୍ତି, ପିଓକେର ଏକ ବଡ଼ ଅଂଶ ବାଲ୍‌ତିସ୍ତାନରେ ସ୍ଥିତି ଅତ୍ୟନ୍ତ ଦୟନୀୟ ଅଛି। ସୁନାଖଣି ସମେତ ପ୍ରାକୃତିକ ସମ୍ପଦଗୁଡ଼ିକୁ ଇସ୍‌ଲାମାବାଦ ସହାୟତାରେ ଚାଇନା କମ୍ପାନୀଗୁଡ଼ିକ ଲୁଟିବାରେ ଲାଗିଛନ୍ତି। ଏହି ଲୁଣ୍ଠନ ବିରୋଧରେ ସ୍ବର ଉତ୍ତୋଳନ କଲେ ଆଇଏସ୍‌ଆଇ ସେଠାକାର ଅଧିବାସୀଙ୍କୁ ଅପହରଣ କରି ନିର୍ଯାତନା ଦେଉଛି। ଆତଙ୍କବାଦ ନିରୋଧୀ ଆଇନ ବଳରେ ଲୋକଙ୍କୁ ଘରୁ ବାହାରିବାକୁ ଦିଆଯାଉନାହିଁ। ଏକଦା ଚନ୍ଦ୍ର ଦେଖାଇବାର ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ ସେମାନଙ୍କୁ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚତ୍ତ କରୁଛି ବୋଲି ଏକ ନ୍ୟୁଜ୍‌ ଏଜେନ୍ସିକୁ ଫୋନ୍‌ରେ ସାକ୍ଷାତ୍‌କାର ଦେଇ ନାସିର କହିଛନ୍ତି। ପିଓକେର ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ୍‌ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ। ପଞ୍ଜାବ ପ୍ରଦେଶର ପୂର୍ବତନ ଗଭର୍ନର ତାସୀରଙ୍କ ବାପା ମହମ୍ମଦ ଦିନ୍‌ ତାସୀର ଜାଲିଆତି କରି ଇବ୍ରାହିମ୍‌ଙ୍କ ଦସ୍ତଖତ ଦେଇଥିବା ୟୁକେପିଏନ୍‌ପି ନେତାମାନଙ୍କୁ ଅବଗତ କରାଇଥିଲେ ବୋଲି ନାସିର କହିଛନ୍ତି। ଉକ୍ତ ଦସ୍ତାବିଜକୁ ପାକିସ୍ତାନ ଅନେକ ବର୍ଷ ଧରି ଲୁଚାଇ ରଖିଥିଲା। ୧୯୯୦ ଦଶକରେ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ପ୍ରସଙ୍ଗରେ ପିଓକେ ହାଇକୋର୍ଟର ରାୟ ସମୟରେ ପ୍ରଥମଥର ପାଇଁ ଚୁକ୍ତିନାମା ସାମ୍ନାକୁ ଆସିଥିଲା।

ଦକ୍ଷିଣ ଏସିଆର ଦରିଦ୍ରତମ ଅଞ୍ଚଳ


୩୨ ବରଫ ଆଚ୍ଛାଦିତ ପର୍ବତ, ଆକାଶକୁ ମୁଣ୍ଡଟେକି ଦଣ୍ଡାୟମାନ ହିମବାହ, ସବୁଜ ଉପତ୍ୟକା ଓ ହ୍ରଦର ଭୂଖଣ୍ଡ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ହେଉଛି ବିଶ୍ୱର ଅନ୍ୟତମ ମନୋରମ ପ୍ରଦେଶ। ସୁନା, ରୁପା ଓ ୟୁରାନିୟମ୍‌ ଭଳି ମୂଲ୍ୟବାନ ଧାତୁରେ ଭରା ଏହି ଅଞ୍ଚଳକୁ ପାକିସ୍ତାନ ୭ ଦଶନ୍ଧି ଧରି ବେଆଇନ ଭାବେ ଦଖଲ କରି ରଖିଛି। ଏକଦା ଆର୍ଥିକ ଦୃଷ୍ଟିରୁ ବେଶ ସ୍ବଚ୍ଛଳ ଥିବା ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ସମଗ୍ର ଦକ୍ଷିଣ ଏସିଆର ଦରିଦ୍ରତମ ଓ ପଛୁଆ ଅଞ୍ଚଳରେ ପରିଣତ ହୋଇଛି ବୋଲି ‘ପାକିସ୍ତାନ ଅଧିକୃତ କଶ୍ମୀର- ରାଜନୀତି, ଦଳ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ଏକ ପୁସ୍ତକରେ ଉଲ୍ଲେଖ କରାଯାଇଛି। ସୁରିନ୍ଦର କୁମାର ଶର୍ମା, ୟାକୁବ୍‌ ଉଲ୍‌ ହାସନ ଓ ଅଶୋକ ବେହୁରିଆ ହେଉଛନ୍ତି ଏହି ପୁସ୍ତକର ରଚୟିତା। ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ହେଉଛି ପିଓକେର ଏକ ଅଂଶ, ଯାହାକି ଜମ୍ମୁ-କଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ। ଗିଲ୍‌ଗିଟ୍‌ ଏହାର ରାଜଧାନୀ ଓ ସ୍କାର୍ଦ୍ଦୁ ସବୁଠୁ ବଡ଼ ସହର।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri