ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ଓଡ଼ିଶା। ଖୁବ୍‌ଶୀଘ୍ର ରାଜ୍ୟର ଗୋଟିଏ କିମ୍ବା ଦୁଇଟିି ପର୍ଯ୍ୟଟନସ୍ଥଳୀକୁ ମିଳିବ ଆଦର୍ଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା। ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାରୁ ପୁରୀ ଏବଂ କୋଣାର୍କ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବାର ସମସ୍ତ ଯୋଗ୍ୟତାକୁ ପୂରଣ କରୁଛି। କେହି ଚାହିଁଲେ ମଧ୍ୟ ଏହି ଦୁଇଟି ସ୍ଥାନକୁ ଆଇକନିକ୍‌ ଟ୍ୟାଗ୍‌ ପାଇବାରୁ ବାଦ୍‌ ଦେଇପାରିବେ ନାହିଁ। ଓଡ଼ିଶା ପକ୍ଷରୁ ଆମକୁ ପର୍ଯ୍ୟଟନସ୍ଥଳୀ ସମ୍ପର୍କିତ ଠିକ୍‌ ଏବଂ ନିର୍ଦ୍ଦିଷ୍ଟ ତଥ୍ୟ ମିଳି ନ ଥିବାରୁ ଦୁର୍ଭାଗ୍ୟଜନକଭାବେ ଏହି ଦୁଇଟି ସ୍ଥାନ ତାଲିକାରୁ ବାଦ୍‌ ପଡ଼ିଥିଲା। ତେବେ ଖୁବ୍‌ଶୀଘ୍ର ଓଡ଼ିଶାକୁ ଆଇକନିକ୍‌ ହେରିଟେଜ୍‌ ଷ୍ଟାଟସ୍‌ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପଟେଲ କହିଛନ୍ତି।
୧୯ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନ ସଚିବ ଏବଂ ବରିଷ୍ଠ ପର୍ଯ୍ୟଟନ ଅଧିକାରୀଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଦେଶର ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରିବା ଲାଗି ମାନସମନ୍ଥନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପଟେଲ କହିଲେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତଭାବେ ପର୍ଯ୍ୟଟନର ବିକାଶ ଦିଗରେ କାର୍ଯ୍ୟ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇଁ କାମ କରିବା ଜରୁରୀ। ବିଦେଶୀଙ୍କ ମନରେ ଭାରତକୁ ନେଇ ଯେଉଁ ନକରାତ୍ମକ ଧାରଣା ରହିଛି ତାହା ଜାଣିବା ଲାଗି ରାଜ୍ୟ ସରକାରମାନେ ଏକ ସର୍ଭେ କରନ୍ତୁ। ଏଥିସହ ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯେପରି ଦୁଇଗୁଣା ବୃଦ୍ଧିପାଇବ ସେହି ଲକ୍ଷ୍ୟ ନେଇ କାମ କରିବାକୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପଟେଲ କହିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଆଡ୍‌ଭେଞ୍ଚର୍‌ ଟୁରିଜିମ୍‌ର ବିକାଶ, ବ୍ରେଡ୍‌ ଆଣ୍ଡ୍‌ ବ୍ରେକ୍‌ଫାଷ୍ଟ ଏବଂ ହୋମ୍‌ ଷ୍ଟେ’ ଯୋଜନାର ଗାଇଡ୍‌ଲାଇନ, ସ୍ବେଦେଶ ଦର୍ଶନ ଓ ପ୍ରସାଦ ଯୋଜନାର ଉପଯୋଗିତା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ ‘ଇନ୍‌କ୍ରେଡିବଲ୍‌ ଇଣ୍ଡିଆ’ ଓ୍ବେବ୍‌ସାଇଟର ହିନ୍ଦୀ ଭର୍ସନ ଲୋକାର୍ପଣ କରାଯାଇଥିବାବେଳେ ଆସନ୍ତା ମାସରେ ଚାଇନିଜ୍‌, ଆରବିକ୍‌ ଓ ସ୍ପାନିଶ୍‌ ଭର୍ସନରେ ଏହି ଓ୍ବେବ୍‌ସାଇଟ୍‌ ଲୋକାର୍ପିତ ହେବ ବୋଲି ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଦେଶର ୧୭ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଏହି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନ ଥିଲା। ଏହାକୁ ନେଇ ବିରୋଧ ହେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri