ପାପୀ ଗାଁବାସୀକର ଅଭିଯୋଗ: ମାସ୍‌କେ ଦୁଇଦିନ୍‌ ଖୁଲୁଛେ ଉପ ସ୍ବାସ୍ଥ୍ୟକେନ୍ଦ୍ର

ବିନିକା, ୨୬।୧୨ (ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ର ତଥା ଏଏନ୍‌ଏମ୍‌ ସେଣ୍ଟର ତିଆର ହେଲାଦିନୁ ଅବେବସ୍‌ତା ଘେରରେ ରହିଛେ। ଦେଖ୍‌ଭାଲ ଅଭାବୁ କେନ୍ଦ୍ରଟା ଲଟାବୁଟା ଢାପି ହେଇ ଭୁତକୁଠି ପାଲଟିଗଲାନ। କେନ୍ଦ୍ରରେ ନିୟୋଜିତ ଏଏନ୍‌ଏମ୍‌କଁର ମନ୍‌ଇଛା କାମ୍‌ ଲାଗି ଲୋକ୍‌ ସ୍ବାସ୍ଥ୍ୟସେବା, ସ୍ବାସ୍ଥ୍ୟ ଜନିତ ଉଚିତ୍‌ ପରାମଶରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ।
ଗଁାବାସୀକର ଅଭିଯୋଗ ଅନ୍‌ସାରେ ଏଏନ୍‌ଏମ୍‌ ସେଣ୍ଟର ଖୁଲ୍‌ଲା ଦିନୁ ଫିମାସ ଟୀକାକରନ୍‌ ଦିନ୍‌ମାନକେ ଖୁଲା ରହୁଛେ। ବାକି ଦିନ୍‌ମାନକେ ଗେଟ୍‌ରେ ତାଲା ଝୁଲୁଛେ। ଝନେ ଏଏନ୍‌ଏମ୍‌ ନିଜର କେନ୍ଦ୍ର ଅଧୀନରେ ଥିବାର ସବୁ ଆଶା କରମୀମାନକର ସଂଗେ ଗଁାର ସ୍ବାସ୍ଥ୍ୟ ବିଷେରେ ଆର ଅଙ୍ଗନଓ୍ବାଡି କରମୀମାନକର ସଂଗେ ପରିମଲ ବାବ୍‌ଦେ ସାପ୍‌ତାହିକ ସମୀକ୍ଷା କରବାର କଥା। ଇତାର ବାହାରେ ଗଁାର ସ୍ବାସ୍ଥ୍ୟ ଆର ପରିମଲ ବେବସ୍‌ତାର ତଦାରଖ କରବାର କଥା। ହେଲେ ପାପୀ ଗଁାରେ ଇ ସବୁ ଦେଖ୍‌ବାକେ ନାଇଁ ମିଲବାର। ଇଆଡ଼େ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍‌ଏମ୍‌କଁର ରହିବାର ଲାଗି ସବୁପରକାର ବେବସ୍‌ତା ରହିଛେ। ହେଲେ କରମୀ ଝନ୍‌କ କେନ୍ଦ୍ରରେ ନାଇଁ ରହିବାର। କେନ୍ଦ୍ରରେ କେହି ନାଇଁ ରହିବାର ଲାଗି ଚାରହିକୁତି ଲଟାବୁଟା ହେଇ ଗୁଟେ ଅସ୍‌କୁରା ପରିବେଶ ସୁରୁଷ୍‌ଟି ହେଇଛେ। କେନ୍ଦ୍ରର ନାମ ଫଲକରୁ ଲେଖା ଯାକ ବି ମେଟି ଗଲାନ। ସ୍ବାସ୍ଥ୍ୟ ବିଭାଗର ଖାମ୍‌ଖିଆଲି ମନ୍‌ଭାବ ଲାଗି ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ରଟା ଦିନୁଦିନ୍‌କେ ଭୁତକୁଠି ପାଲଟିଯାଉଛେ ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପାପୀ ଗଁାର ସୁଧୀର ପାତ୍ର ଆର ବିଶିକେସନ ଧରୁଆ କହିଛନ୍‌ ଯେ, କେନ୍ଦ୍ରଟା ଖୁଲ୍‌ଲା ଦିନୁ ଖାଲି ଟୀକାକରନ୍‌ ଦିନ୍‌ମାନ୍‌କେ ଖୁଲା ରହୁଛେ, ବାକି ଦିନ୍‌ମାନକେ ବଁଦ୍‌ ରହୁଛେ। କେନ୍ଦ୍ରରେ ଏଏନ୍‌ଏମ୍‌କଁର ରହିବାର ସୁବିଧା ଅଛେ, ହେଲେ ସେ ଇଠାନେ ନାଇଁ ରହିବାର। ଯେନ୍‌ଥିରଲାଗି ଅଂଚଲରେ ସ୍ବାସ୍ଥ୍ୟସେବା ପରଭାବିତ ହେଉଛେ। ଇ ବାବ୍‌ଦେ ମତାମତ ଲାଗି କେନ୍ଦ୍ରରେ ନିୟୋଜିତ ମହିଲା ସ୍ବାସ୍ଥ୍ୟ କରମୀ ସୁଚିତ୍ରା ଡୁଙ୍ଗଡୁଙ୍ଗକୁଁ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍‌ଭବ ନାଇଁ ହେଇପାରି। ସେନ୍‌ତା ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଦିଲୀପ ପଣ୍ଡାକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀକୁଁ କହୁନ୍‌। ସେ ସମସିଆ ବାବ୍‌ଦେ ଲେଖିକରି ଦେଲେ ଆମେ ପଦକ୍ଷେପ ନେମୁ ବଲି ସେ କହିଥିଲେ। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଜୟନାରାୟଣ ପଧାନକୁଁ ପଚ୍‌ରାଲାରୁ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ କରମୀକଁର ରହିବାର ଲାଗି ସବୁ ବେବସ୍‌ତା ରହିଛେ। ହେଲେ କ୍ୱାର୍ଟର୍ସରେ ବିଦ୍ୟୁତ୍‌ ସଂଯୋଗ ନାଇଁ ହେଇ। କେନ୍ଦ୍ରରେ କେହି ନାଇଁ ରହିବାର ଲାଗି ପରିବେଶଟା ବି ଅସ୍‌କୁରା ହେଇଛେ। ଯେତେ ଜଲ୍‌ଦି ହେବା ଇ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ…

ପଟ୍ଟାଙ୍ଗି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ, ନନ୍ଦପୁର ବ୍ଲକ ଘେରିଲା ବିଜେଡି

ନନ୍ଦପୁର/ପାଡୁଆ,୩ା୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ନିର୍ବାଚନ ପରଠୁ ଶିତଳାବସ୍ଥାରେ ଥିବା ବିଜୁ ଜନତା ଦଳ ବୁଧବାର ଶକ୍ତି ପ୍ରଦର୍ଶନ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri