ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ଉଲୁଣ୍ଡା, ୧୭ା୬(ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରଠାରେ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ସୋମବାର ସମ୍ପନ୍ନ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁସାରେ ସକାଳ ୫ଟାରେ ଦ୍ୱାରଫିଟା, ୫ା୩୦ଟାରେ ଦ୍ୱାରପାଳ ପୂଜା ଓ ସୂର୍ଯ୍ୟପୂଜା, ୬ଟାରେ ମଙ୍ଗଳଆଳତୀ, ୭ଟାରେ ଖେଚୁଡି ଭୋଗ ଓ ବେଶ, ୮ା୩୦ରେ ମଙ୍ଗଳାରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ପରେ ପୂର୍ବାହ୍ନ ୯ଟାରେ ଗୋଟିପହଣ୍ଡି ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସ୍ନାନମଣ୍ଡପରେ ଅଧିଷ୍ଠିତ କରାଯାଇ ପୂଜାନୀତି ଓ ହୋମ ସମ୍ପନ୍ନ କରାଯାଇଥିଲା। ସେହିପରି ପୂର୍ବାହ୍ନ ୧୧.୩୦ରେ ପୂଣ୍ୟତୋୟା ମହାନଦୀର ବଡାଲି ଘାଟରୁ ଅଣାଯାଇଥିବା ୧୦୮ ପୂର୍ଣ୍ଣକୁମ୍ଭ ଜଳ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କୁ ୩୫, ଶ୍ରୀବଳଭଦ୍ରଙ୍କୁ ୩୩, ମାତା ସୁଭଦ୍ରାଙ୍କୁ ୨୨ ଏବଂ ସୁଦର୍ଶନ ଠାକୁରଙ୍କୁ ୧୮ କୁମ୍ଭ ରୌପ୍ୟ କୁମ୍ଭରେ ସ୍ନାନ କରାଯାଇଥିଲା। ମୂଖ୍ୟପୂଜକ ବିଶେଶ୍ୱର ପାଢୀ ଓ ଗୁନାକର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଯଜ୍ଞ ଆଚାର୍ଯ୍ୟ ଭାବେ ଦେବାର୍ଚ୍ଚନ ଦାଶ, କର୍ତ୍ତା ଗଡତ୍ୟା ଚମରା ଅମାତ ନୀତିକାନ୍ତି ସମ୍ପାଦନ କରିଥିଲେ। ଅପରାହ୍ନ ୧ଟାରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗଜାନନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ସମୟରେ ଠାକୁରମାନଙ୍କୁ ଅଣସର ଗୃହରେ ବିଜେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର

ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ  ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି।...

ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା

ସମ୍ବଲପୁର,୮ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନି ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ହେଲେ ଏଥିରେ ବ୍ୟାପକ ଅନମିୟତା...

ଡୁଙ୍ଗୁରିପାଲି ହେବ ୧ନଂ ବ୍ଲକ

ଡୁଙ୍ଗୁରିପାଲି, ୯ା୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ରବିବାର ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଡିଓ ସହଦେବ...

ଲେଠ୍‌ରଉଛେ ନାରାୟଣ ସାଗର ମାଏଟ୍‌ କାମ୍‌

ଲୋଇସିଂହା,୧୮।୪(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହାର ନାରାୟଣ ସାଗରର ମାଏଟ୍‌ କାମ୍‌ ଚାଲିଛେ। ହେଲେ ପଁକ୍‌ ଉଧାର କାମ୍‌ ଧିରେସୁସ୍‌ତେ ଚାଲିଥିବାର ଅଭିଯୋଗ ହେଉଛେ। ଆଗ୍‌କେ ବର୍ଷା...

ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗାଁର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଆଁ ଲାଗି ପୁଡ଼ିଯାଇଛେ। ସେଥି ତାକର...

ଘର ଭାଙ୍ଗି ଧାନ ଖାଇଲା ହାତୀ

ଅମରପାଲି, ୨୫।୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଜାଲୋଏ ସେକ୍ସନ୍‌ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଞ୍ଚାୟତର ରିଝାଇପାଲି ଗ୍ରାମରେ ହାତୀ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି...

ମଣ୍ଡିରୁ ଧାନ ଉଠାଇବା ଦାବି: କୁଟ୍ରୁଛକଠାରେ ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୁଟ୍ରୁ ପ୍ୟାକ୍ସ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ । ତୁରୁନ୍ତ ମଣ୍ଡିରୁ ଧାନ ଉଠାଇବା...

ଚାଷ ଜମି ଫାଟି ଆଁ କଲାଣି, ଗଜା ମରୁଡି ଆଶଙ୍କା

ବୌଦ୍ଧ,୨୨।୭(ସ୍ବ.ପ୍ର) ବୌଦ୍ଧ ଜିଲାରେ ବର୍ତ୍ତମାନ ବର୍ଷା ନ ଥିବାରୁ ଚାଷ ଜମି ଗୁଡିକ ଫାଟି ଆଁ କଲାଣି । ଏହାସହ ତଳି ଗୁଡିକ ମରିବାକୁ ବସିଲାଣି।...

Advertisement
Archives

Model This Week