ଭବାନୀପାଟଣା,୮।୬(ଡ.ଏନ୍.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍ବସ୍ କରାଇବା ଓ ଜନସାଧାରଣଙ୍କ ସମ୍ମୁଖରେ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିବା ଘଟଣାରେ ସମ୍ପୃକ୍ତ ବିଧାୟକ ଓ ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ବାଧ୍ୟହୋଇ ସାରା ରାଜ୍ୟର ଆଦିବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବେ ବୋଲି ଶୁକ୍ରବାର ଆଦିବାସୀ କଲ୍ୟାଣ ସଂଘ କଳାହାଣ୍ଡି ଶାଖା ତରଫରୁ ଚେତାବନୀ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ, ନିମ୍ନମାନର କାମକୁ ନେଇ ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ କୁମାର ମେହେର ସର୍ବସାଧାରଣଙ୍କ ସମ୍ମୁଖରେ ପାଟନାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଶବରଙ୍କୁ ଉଠ୍ବସ୍ କରାଇବା ସହିତ ଜାତିଆଣ ଆକ୍ଷେପକରି ଅଶ୍ଳୀଷ ଭାଷାରେ ଗାଳିଗୁଲଜ କରିବା ଏବଂ ବିଧାୟକ ମେହେରଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀଯନ୍ତ୍ରୀ ଲୋକନାଥ ମିଶ୍ର ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବରଙ୍କୁ ଗାଲରେ ଚାପୁଡା ମାରିଥିଲେ।
ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
ବନ୍ୟାର ଅନ୍ଧକାରରେ ଦୀପାବଳିର ଆଲୋକ ବାଣ୍ଟିଲେ ଜିଲାପାଳ, ବିପନ୍ନଙ୍କ ଘରେ ପହଞ୍ଚି…
ପୁରୁଷୋତ୍ତମପୁର,୮ା୧୧(ସବିତା ମିଶ୍ର): ବନ୍ୟା ଛଡ଼ାଇ ନେଇଛି ସର୍ବସ୍ବ, ହେଲେ ଛଡ଼ାଇ ପାରିନି ଦୀପାବଳିର ଆଲୋକ। ବନ୍ୟାର ଦୁଃଖରେ ବୁଡ଼ି ରହିଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବାକୁ ଗଞ୍ଜାମ…
ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…
ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ…
ଜେଲ ଗଲେ ବାଲିଆପାଳ ସବ୍ରେଜିଷ୍ଟ୍ରାର
ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ…
୪ ଦିନରେ ଗଲାଣି ୫ଜଣଙ୍କ ଜୀବନ
ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…
କୋର୍ଟରେ ଓକିଲ, ସିଏଏସ୍ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ
ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍ଏଫ୍ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…
ଶ୍ରମିକଙ୍କୁ ଛୁରାମାଡ଼, ସଙ୍କଟାପନ୍ନ ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର
କେସିଙ୍ଗା, ୮।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ରେଳ ମାଲଗୋଦାମ ନିକଟରେ ଗତକାଲି ରାତିରେ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ରୋଶନ ସେଠୀ (୨୩) ନାମକ ଜଣେ…
କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ
ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…
ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍ପି ପ୍ରତାପ
ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍ପି ପ୍ରତାପ ଚନ୍ଦ୍ର…

