ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର ଅଫିସ,୨୩ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷାର ବର୍ଷେ ବିତିବା ପରେ ମଧ୍ୟ ଫଳ ପ୍ରକାଶ ପାଇ ନ ଥିବା ଛାତ୍ରୀଛାତ୍ରମାନେ କହିଛନ୍ତି ା ଏନେଇ ସୋମବାର ବିଭିନ୍ନ କଲେଜ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଯୋଗ ପ୍ରକାରେ, ମାର୍ଚ୍ଚ ୨୦୧୮ରୁ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପରୀକ୍ଷା ଶେଷ ହୋଇଛି। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଏଯାଏ ଫଳ ପ୍ରକାଶ ପାଇ ନାହିଁ ା
ଫଳରେ ସ୍ନାତକୋତ୍ତର ପାଠ୍ୟକ୍ରମ ଓ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ସମସ୍ୟା ସୃଷ୍ଟି ହେଉଥିବା ଛାତ୍ରୀଛାତ୍ରମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ା ନିକଟରେ ହୋଇଥିବା ସ୍ନାତକୋତ୍ତରରେ ନାମଲେଖା ପ୍ରବେଶିକା ପରୀକ୍ଷା ଦେଇଥିଲେ ମଧ୍ୟ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ଫଳ ପ୍ରକାଶ ପାଇ ନ ଥିବାରୁ ଅନ୍‌ଲାଇନ୍‌ରେ ମାର୍କଲିଷ୍ଟ ଅପଲୋଡ କରିପାରୁ ନ ଥିବା ସେମାନେ କହିଛନ୍ତି ା ତୁରନ୍ତ ଫଳ ପ୍ରକାଶ ଦିଗରେ ପଦକ୍ଷେପ ନେବା ସହ ବିଶ୍ୱବିଦ୍ୟାଳୟ ପିଜି ନାମଲେଖା ପାଇଁ ଅନ୍‌ଲାଇନ୍‌ ଡିଗ୍ରୀ ମାର୍କସିଟଗୁଡିକର ଅପଲୋଡିଂ ସମୟସୀମା ବୃଦ୍ଧି କରିବାକୁ ଛାତ୍ରୀଛାତ୍ରମାନେ ନିବେଦନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ପପୁ ପ୍ରଧାନ, ସୁଧୀର କୁମାର ପ୍ରଧାନଙ୍କ ସମେତ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା...

ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଆନ୍ଦୋଳନ: ଭାଜପା

ଭୁବନେଶ୍ବର, ୧୬ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏଠାରେ ବାଜିମାତ୍‌ କରିବାକୁ ବିଜେଡି ଏବଂ ଭାଜପା ଚାଷୀ ପ୍ରସଙ୍ଗକୁ ଢାଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ...

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର...

ବଢ଼ିବ ଯୁକ୍ତ୩ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୪।୮(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ୩ରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଚଳିତବର୍ଷ ଯୁକ୍ତ୨ ପାସ୍‌ ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ...

ପୋଡ଼ି ହୋଇ ମହିଳା ଗୁରୁତର; ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ, ଶାଶୁ ଗିରଫ

ଆସିକା,୪ା୧୧(ଡି.ଏନ୍‌.ଏ.)-ଆସିକା ଥାନା ଦେବଭୂମୀ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳା ପୋଡି ହୋଇ ଗୁରୁତର ହୋଇଥିଲେ। ସେହେଲେ ସେହି ଗ୍ରାମର ଟୁକୁନା ଚୌଧୁରୀଙ୍କ ସ୍ତ୍ରୀ ମାମାଲି।...

ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ରବିବାରଠାରୁ ୩୧ ତାରିଖ...

୨ ଆଇଏଏସ୍‌ ଅଫିସରଙ୍କୁ ହକି ବିଶ୍ୱକପ୍‌ ଦାୟିତ୍ୱ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ହକି ବିଶ୍ୱକପ୍‌ ପରିଚାଳନା ପାଇଁ ୨ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଉଭୟଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଭୂପେନ୍ଦ୍ର ସିଂହ...

ଦଖଲ କରିନେଲେଣି ଦଲାଲ

ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ) ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି...

Advertisement
Archives

Model This Week