ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ କାର ଉପରକୁ ପଥର ମାରି ୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି ା ଏହି ଘଟଣାରେ ସମ୍ପୃକ୍ତ କାରର ଡ୍ରାଇଭରଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି ା ସେମାନଙ୍କଠାରୁ ୮୩ ହଜାର ୮ ଶହ ଟଙ୍କା, ଲୁଟ୍‌ରେ ବ୍ୟବହୃତ ଏକ ବଜାଜ ଏଭେଞ୍ଜର ବାଇକ (ଓଡି୦୩ ଏନ୍‌ ୫୭୩୨) ଓ ୭ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି ା ଗିରଫ ଅଭିଯୁକ୍ତ ହେଲେ କାର ଡ୍ରାଇଭର କ୍ରିଷ୍ଣା ଓରଫ୍‌ ପ୍ରମୋଦ କୁମାର ସେଠ୍‌ (୨୭), ଗାନ୍ଧୀନଗରପଡାର ରବି ସାହୁ (୨୬), ଆଶୁତୋଷ ମନହୀରା (୩୦), ରେଲୱେ ଷ୍ଟେସନ ମହାଦେବନଗରର ରାଜୀବ ପାତ୍ର (୨୫), ଜୁନ୍‌ହାଡିହିର ଶିବ ଜାଲ (୨୮) ଓ ଭୁର୍ଷିପାଲିର ପିଛାଲୁ ଓରଫ୍‌ ସୁବାସ ବାଗ (୨୪) ା
ବଲାଙ୍ଗୀର ପ୍ୟାଲେସଲାଇନ୍‌ରେ ରହୁଥିବା ଲୋକନାଥ ମେହେର ଗତ ୨୨ ତାରିଖ ଦିନ ଜରାସିଂହା ସମବାୟ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ ଏକ କାରରେ ବଲାଙ୍ଗୀରସ୍ଥିତ ଘରକୁ ଫେରୁଥିଲେ ା ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସିନଖମନ ଢ଼ାବା ନିକଟରେ ଦୁଇଜଣ ଯୁବକ ବାଇକରେ ଆସି କାର ଉପରକୁ ପଥର ମାଡ କରି ଅଟକାଇ ଥିଲେ ା ଅନ୍ୟ ୩ ଜଣ ଯୁବକ କାର ପାଖରେ ରହିଥିଲେ ା ପଥର ମାଡ ପରେ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ ଗାଡି ଅଟକାଇ ଦେବାରୁ ଦୁଇ ଲୁଟେରା କାରର କାଚ ଭାଙ୍ଗି ଭିତରେ ୪ ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଥିଲେ ା ଏନେଇ ଲୋକନାଥ ମେହେର ସଦର ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଏକ ମାମଲା (ନଂ.୨୭/୨୦୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ା ଲୁଟ୍‌ ଘଟଣା ପରଠାରୁ ପୋଲିସ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ଙ୍କୁ ପଚରାଉଚରା କରିଥିଲା ା ୨୨ ତାରିଖ ଦିନ ଲୋକନାଥ ଜରାସିଂହା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଧରି କାରରେ ବସିବା ପରେ ଡ୍ରାଇଭର କ୍ରିଷ୍ଣା ଅନ୍ୟତମ ଅଭିଯୁକ୍ତ ରବି ସାହୁଙ୍କୁ ମୋବାଇଲ ଫୋନ୍‌ରେ ସୂଚନା ଦେଇଥିଲେ। ଏହାପରେ ରବି ସାହୁ ଓ ଆଶୁତୋଷ ମନହୀରା ଅନ୍ୟ ୩ ସହଯୋଗୀଙ୍କ ମିଶି ଲୁଟ୍‌ ଯୋଜନା କରିଥିଲେ ା ଦୁଇଟି ବାଇକ୍‌ରେ ସେମାନେ ସିନଖମନ ଛକ ନିକଟରେ ଛପି ରହିଥିଲେ ଓ ଲୋକନାଥ ବସିଥିବା କାର ଆସିବା ପରେ ଯୋଜନା ମୁତାବକ ପଥର ମାଡ କରିଥିଲେ ା କାର ଡ୍ରାଇଭର କ୍ରିଷ୍ଣା କାରକୁ ଅଟକାଇ ଦେଇଥିଲେ ା ଏହାପରେ ଅଭିଯୁକ୍ତମାନେ ଲୋକନାଥଙ୍କ ତଣ୍ଟିକୁ ଚାପି ଦେଇ ୪ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଧରି ଚମ୍ପଟ ହୋଇଯାଇଥିଲେ ା ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତରେ ସଦର ଥାନା ଆଇଆଇସି ତୋଫାନ୍‌ ବାଗ ଓ ଅନ୍ୟ ପୋଲିସ କର୍ମଚାରୀ ୬ ଅଭିଯୁକ୍ତକୁ ଗିରଫ କରିଥିଲେ ା ଏନେଇ ଶନିବାର ସଦର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଡିସନାଲ ଏସପି ମନୋରଞ୍ଜନ ପ୍ରଧାନ ଓ ଏସଡିପିଓ ବାରିକ ଉପରୋକ୍ତ ସୂଚନା ଦେଇଥିଲେ ା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ା ୨୯ ସେପ୍ଟେମ୍ବର ୨୦୧୭ ମସିହାରେ ସୁରେନ୍ଦ୍ର ମାହାର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ପଣ୍ଡରାପିଟାଠାରେ ମୃତଦେହରେ ନିଅଁା ଲଗାଇ ପୋଡି ଦିଆଯାଇଥିଲା ା ଏହି ଘଟଣାରେ ସେତେବେଳେ ପ୍ରକାଶ ବାହଦୂର ବନ୍‌ସିତ୍‌ ଗିରଫ ହୋଇଥିଲେ ା ତେବେ ମୃତଦେହ ନେବାରେ ଏବଂ ପୋଡିବାରେ ସହଯୋଗ କରିଥିବା ଅଭିଯୁକ୍ତ ଫେରାର ହୋଇଯାଇଥିଲା ା ଗିରଫ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ ସେହି ଫେରାର ଅଭିଯୁକ୍ତ ଥିଲା ବୋଲି ଏସଡିପିଓ ବାରିକ ଆଜିର ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ବନ୍ୟାରେ ଉଜୁଡ଼ିଲା ଧାନ ଫସଲ

ଡେରାବିଶ,୨ା୧୦ (ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଡେରାବିଶ ବ୍ଲକରେ ବହୁ ଧାନ ଫସଲ ନଷ୍ଟ ହୋଇଛି। ଯେଉଁଠି ଧାନଗଛ ଭଲ ଥିଲା ଏବେ...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ବତ ଆସର: ‘ସାହିତ୍ୟ ସମାଜର ଦର୍ପଣ’

ଢେଙ୍କାନାଳ ଅଫିସ, ୫।୮:  ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା।...

ବାଲେଶ୍ୱରରୁ ଚାଲି ଚାଲି ଛତିଶଗଡ଼ ଯାଉଛନ୍ତି ୨୫ ଶ୍ରମିକ: ଅଛନ୍ତି ଛୋଟ ପିଲା, ମହିଳା

ଚୌଦ୍ୱାର,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ୨୫ ଶ୍ରମିକ ଚାଲିଚାଲି ଛତିଶଗଡ଼ ଯାଉଛନ୍ତି। ପ୍ରାୟ ଏକ ସପ୍ତାହ ହେବ ସେମାନେ ବାଲେଶ୍ବରରୁ ବାହାରି...

ଏମ୍‌କେସିଜି କରୋନା ୱାର୍ଡରେ ଅଛନ୍ତି ୭ ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ , ୩୧।୩: କରୋନା (କୋଭିଡ-୧୯)ଭାଇରସ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାରଙ୍କ...

ବଜ୍ରପାତରେ ଜଳିଗଲା ଗୁହାଳ, ନଡ଼ିଆ ଗଛ

ବନ୍ତ,୭।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଅଣିଜୋ ଗ୍ରାମରେ ରବିବାର ସନ୍ଧ୍ୟାରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଗୁହାଳ ଜଳିଯିବା ସହ ଏକ ବାଛୁରୀର ମୃତ୍ୟୁ ଘଟିଛି।...

ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୪।୪: ଚିକିତ୍ସାରେ ଅବହେଲା ଯୋଗୁ ଫୁଲବାଣୀ ଜିଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସହ...

ଦେବ ସ୍ନାନ ପୂର୍ଣ୍ଣିମା: ଭକ୍ତ ବିରହରେ ଭଗବାନ

ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ବିଭିନ୍ନ ପୀଠରେ କଡ଼ା କଟକଣା ପୂର୍ବକ ପାଳିତ ହେଉଛି। କଟକ ଜିଲା ବ୍ରହ୍ମକ୍ଷେତ୍ର ଜିଗ୍ନିପୁର...

ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ...

Advertisement
Archives

Model This Week