ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍‌ ଡାଉନ୍‌କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ

ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଫଳରେ କମ୍‌ ସଂଖ୍ୟକ ଲୋକଙ୍କୁ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ମେକ୍ସିକୋର ଅକାପୁଲ୍କୋ ସମୁଦ୍ର କୂଳରେ ଲୋକଙ୍କୁ ଦେଖିବାକୁ ମିଳୁନି। ବେଳାଭୂମିରେ ଆଉ ଅଧିକ ବର୍ଜ୍ୟ ପଦାର୍ଥ ଦେଖିବାକୁ ମିଳୁନି। ଏବେ ଏହି ସମୁଦ୍ରକୂଳର ଫଟୋ ଏବଂ ଭିଡ଼ିଓ ସୋସିଆଲ‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସମୁଦ୍ର ଜୁଆରରୁ ରାତି ଅନ୍ଧାରରେ ନୀଳ ଆଲୋକ ବିଚ୍ଛୁରିତ ହେଉଥିବା ଦେଖିବାକୁ ମିଳୁଛି। ଗତ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ପରିବେଶ୍‌ବିତ୍‌ ସୂଚନା ଦେଇଛନ୍ତି। ସମୁଦ୍ର ପାଣିରେ ଥିବା ଏକ ପ୍ରଜାତିର ପ୍ଲାଙ୍କଟନ ଅନ୍ଧାରରେ ଆଲୋକ ବିଛୁରିତ କରିଥାନ୍ତି। ଏହାକୁ ବାୟୋ ଲୁମିନୋସେଣ୍ଟ୍‌ କୁହାଯାଇଥାଏ। ବେଳାଭୂମିରେ ନୀଳ ଆଲୋକ ବିଚ୍ଛୁରିତ ହେଉଥିବା ଖବର ପ୍ରଚାରିତ ହେବାପରେ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଥିଲା। କେତେକ ଲୋକ ଲକ୍‌ ଡାଉନ୍‌କୁ ଖାତିର ନ କରି ଏଠାରେରେ ପହଞ୍ଚିଥିଲେ। ଏହାର ଫଟୋ ଏବଂ ଭିଡ଼ିଓ ସେମାନେ ସୋସିଆଲ୍‌ ମିଡ଼ିଆରେ ଅପ୍‌ ଲୋଡ୍‌ କରିଥିଲେ। ଏହି ଘଟଣା ଗତ ସୋମବାର ଘଟିଥିତ୍ବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌, ଆଇଫେଲ୍‌ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ

ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍‌ଓ୍ବେ ଆର୍କ ବ୍ରିଜ୍‌ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍‌ଓ୍ବେ ବ୍ରିଜ୍‌ ପ୍ୟାରିସର...

ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା...

ପୁରୁଣା ଏକ ଟଙ୍କିଆ ନୋଟ୍‌ କରିବ ଲକ୍ଷପତି, ଅନ୍‌ଲାଇନ୍‌ ବିକ୍ରି ସୁଯୋଗ …

ନୂଆଦିଲ୍ଲୀ,୨୩।୬: ପୁରୁଣା ଏକ ଟଙ୍କିଆ ନୋଟ୍‌ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ଏଭଳି ପୁରୁଣା ନୋଟ୍‌ ଏବଂ କଏନ୍‌...

ଭାରତରେ ଆମେରିକା ନୌସେନା ଜାହାଜ

ନୂଆଦିଲ୍ଲୀ,୭।୮: ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସାମରିକ ସହଯୋଗ ବୃଦ୍ଧିର ସ୍ବରୂପ ଆମେରିକା ନୌସେନାର ଏକ ଜାହାଜ ମରାମତି ଓ ଆନୁଷଙ୍ଗିକ ସେବା ନିମନ୍ତେ ପ୍ରଥମ...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧୀ ଟୁଇଟ୍‌: ବନ୍ଦ ହେଲା ୨ଶହ ଆକାଉଣ୍ଟ

କରାଚି,୨୦।୮: ପାକିସ୍ତାନ ଲାଗାତର ଭାବେ ଭାରତ ବିରୋଧୀ ଟୁଇଟ୍‌ କରୁଥିବାରୁ ଏହାକୁ ନେଇ ଭାରତୀୟ ପ୍ରଶାସନ ଅଭିଯୋଗ ଆଣିଥିଲା। ଫଳରେ ମାଇାକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ...

ବିବାହର ଦିନକୁ ପୂର୍ବରୁ ଏମିତି କଲେ ଭାବି ସ୍ବାମୀ, ଜେଲ ପଠାଇଲେ ଭାବି ସ୍ତ୍ରୀ

ଲୋକେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ କିଛି ବି କରିପାରନ୍ତି। ସେମିତି କିଛି କରିଛନ୍ତି ଆମେରିକାର ଟେକ୍ସାସ୍‌ରେ ରହୁଥିବା ଜଣେ ବ୍ୟକ୍ତି। ନିଜ...

ବାଇଡେନ୍‌ଙ୍କୁ ତାଲିବାନର ନାଲି ଆଖି…

କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି...

Advertisement
Archives

Model This Week