ନିୟମ ଭିତରେ ରଥ ନିର୍ମାଣ

ଢେଙ୍କାନାଳ ଅଫିସ, ୨୦।୫ ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ ଆଗେଇ ଚାଲିଛି। ଲକ୍‌ଡାଉନ୍‌ ନିୟମକୁ ମାନି ରଥ ତିଆରି କରାଯାଉଛି। ମହାରଣା ସେବକ ଏବଂ କାରିଗରମାନେ ସାମାଜିକ ଦୂରତ୍ୱ ନିୟମ ଭିତରେ ମାସ୍କ ପିନ୍ଧି କାମ କରୁଛନ୍ତି।
ଜୁନ୍‌ ୨୩ ତାରିଖରେ ରଥଯାତ୍ରା। ଏଥିଲାଗି ଗତ ୧୫ ତାରିଖରୁ ରଥ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଶ୍ୱକର୍ମା ଏବଂ କାରିଗରମାନେ ଶ୍ରୀବଳରାମ ମନ୍ଦିର ନିକଟସ୍ଥ ଝୁଲଣ ଘରେ ସାମାଜିକ ଦୂରତା ରକ୍ଷା କରି କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। ଦୈନିକ ସେମାନଙ୍କ ପରୀକ୍ଷା କରାଯାଉଛି। ଦେବୋତ୍ତର ବିଭାଗ ପକ୍ଷରୁ ସେମାନଙ୍କ ଲାଗି ଖାଦ୍ୟପାନୀୟ ବ୍ୟବସ୍ଥା କରାଯାଇଛି। ରଥ ନିର୍ମାଣ ସରିବା ଯାଏ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ଏହି ସମୟ ମଧ୍ୟରେ କାହା ନିକଟରେ କରୋନା ଲକ୍ଷଣ ଦେଖାଦେଲେ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ଲାଗି ପଠାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ବିଶ୍ୱକର୍ମା ଅଶୋକ କୁମାର ମହାପାତ୍ରଙ୍କ ସହିତ ୪ଜଣ ମିସ୍ତ୍ରି, ୨ଜଣ ସହଯୋଗୀ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି। ଆସନ୍ତା ୨୨ ତାରିଖରୁ ଆଉ ୪ଜଣ ମିସ୍ତ୍ରି ଏବଂ ୨ଜଣ ସହଯୋଗୀ ଏଥିରେ ଯୋଗଦେବେ ବୋଲି ଦେବୋତ୍ତର ବିଭାଗ ପକ୍ଷରୂ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି।...

କୋଭିଡ୍‌ ନିୟମ ଉଲ୍ଲଂଘନ: ମାସ୍କ ନ ପିନ୍ଧିବାରୁ ୧୩ଜଣଙ୍କଠାରୁ ୨୬୦୦ ଫାଇନ ଆଦାୟ

ଜି. ଉଦୟଗିରି, ୧୪।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ପୋଲିସ ପକ୍ଷରୁ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି। ମଙ୍ଗଳବାର ୧୩ ଜଣ ବ୍ୟକ୍ତି ମାସ୍କ...

ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁରେ ଗତ ୧୯ ତାରିଖରେ ଗୁଣି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଏନ୍‌. ଭେଙ୍କଟରମଣଙ୍କୁ ପିଟି...

ହାତୀଦାନ୍ତ ଚାଲାଣବେଳେ ଧରିଲା ଏସଟିଏଫ୍‌

ପଦ୍ମପୁର,୧୪।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଏକ ହାତୀଦାନ୍ତ ଜବତ ହୋଇଛି। ଏହା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।...

ରେଳ ସଂଗ୍ରହାଳୟ ଲୋକାର୍ପିତ

ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ବାରିପଦାଠାରେ ବହୁ ପ୍ରତୀକ୍ଷିତ ଐତିହ୍ୟ ରେଳ ସଂଗ୍ରହାଳୟ ବୁଧବାର ଲୋକାର୍ପିତ ହୋଇଛି। ଦକ୍ଷିଣପୂର୍ବ ରେଲଓ୍ବେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ...

କରୋନା ମୁକାବିଲା ବୈଠକ: ଯୋଗଦେଲେ ବିଭିନ୍ନ ସମ୍ପ୍ରଦାୟ, ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୧୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କରୋନା ସଂକ୍ରମଣ ପ୍ରତିହତ ଏବଂ ଏହା ସଂକ୍ରମଣ ହେଲେ ପ୍ରଶାସନ ଏବଂ ଜନସାଧାରଣଙ୍କ ଦ୍ୱାରା କ’ଣ ସବୁ ପଦକ୍ଷେପ...

ବାବାଙ୍କ ପାଖେ ଲାଗିହେଲା ମକର ପୋଡ଼ପିଠା

ଆରଡି,୧୪।୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର କୋଭିଡ କଟକଣାରେ ମକର ସଂକ୍ରାନ୍ତି ଉପଲକ୍ଷେ ପୂଜାର୍ଚ୍ଚନା କରାଯାଇଥିଲା। ଭୋର ୫ଟାରେ ମନ୍ଦିର...

ରୋଗୀଙ୍କୁ ଛାଡ଼ି ପଳାଇଲେ

ଢେଙ୍କାନାଳ ଅଫିସ୍‌/ଭୁବନ(ଡି.ଏନ୍‌.ଏ.), ୩ା୧: ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଅଟୋରିକ୍ସାକୁ ଧକ୍କା ଦେଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଡ଼ିରେ ଛଟପଟ...

Advertisement
Archives

Model This Week