ନିୟମ ଭାଙ୍ଗୁଛନ୍ତି ସରକାରୀ କାମରେ ନିୟୋଜିତ ଶ୍ରମିକ

ସମ୍ବଲପୁର, ୧୬।୪ (ବ୍ୟୁରୋ)-କରୋନା କଟକଣା ଓ ଏହାର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ପ୍ରତିଷେଧକ ପାଇଁ ସାମାଜିକ ଦୂରତ୍ୱ ଏକ ପ୍ରମୁଖ ମାଧ୍ୟମ ବୋଲି ସରକାର ଘୋଷଣା କରି ପାଳନ କରିବାକୁ ସମସ୍ତଙ୍କୁ କଡା ନିର୍ଦ୍ଦେଶ ଦିଆଯାଉଛି। ହେଲେ ସମ୍ବଲପୁର ଜିଲାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଖୋଦ୍‌ ସରକାରୀ କାମରେ ନିୟୋଜିତ ଶ୍ରମିକମାନେ ସାମାଜିକ ଦୂରତ୍ୱ ପାଳନ କରୁ ନ ଥିବା ଦେଖିବାକୁ ମିଳିଛି । ଜିଲା ସଦର ଡାକ୍ତରଖାନାରେ ନିର୍ମାଣାଧୀନ କୋଭିଡ- ୧୯ ମେଡିକାଲରେ ନିୟୋଜିତ ଥିବା ଶ୍ରମିକମାନଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି। ଗୁରୁବାର ଏକ ପିକଅପ୍‌ ଭ୍ୟାନରେ ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଶ୍ରମିକ ଟ୍ରଲିରେ ବସି ଧନୁପାଲି କ୍ୟାମ୍ପକୁ ଯାଉଥିଲେ। ଏହି ସମୟରେ ଲକ୍ଷ୍ମୀଟକିଜ ଟ୍ରାଫିକ ଛକରେ ଏସଡିପିଓ ତପନ କୁମାର ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ପିକଅପ୍‌କୁ ଅଟକାଇଥିଲେ । ଗାଡି ଚାଳକ କୋଭିଡ- ୧୯ରେ ମେଡିକାଲ କାମରେ ନିୟୋଜିତ ଥିବା ଗାଡିର ପାସ୍‌ ଦେଖାଇଥିଲେ । ହେଲେ ପୋଲିସ ଏକାସଙ୍ଗରେ ଏତେ ଶ୍ରମିକମାନଙ୍କୁ ନେବା ଆଣିବା ନିୟମ ବାହାରେ ବୋଲି କହି ସାମାଜିକ ଦୂରତ୍ୱ ନିୟମ ପାଳନ କରାଯାଉ ନାହିଁ ବୋଲି କହିଥିଲା। ପ୍ରାୟ ୫ଜଣ ଶ୍ରମିକଙ୍କୁ ଗାଡିରେ ଯିବାକୁ କହି ଅନ୍ୟ ଶ୍ରମିକଙ୍କୁ ଓହ୍ଲାଇ ଦେଇଥିଲା। ଫଳରେ କିଛି ସମୟ ପରେ ପୁଣି ପିକଅପ୍‌ ଆସି ସେହି ଶ୍ରମିକମାନଙ୍କୁ ନେଇ କ୍ୟାମ୍ପକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ସ୍ବାଭିମାନ ଅଞ୍ଚଳବାସୀ ପାଇଲେ ମୋବାଇଲ ସେବା

ଚିତ୍ରକୋଣ୍ଡା,୭ା୯(ଡି.ଏନ୍‌.ଏ.): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୮ଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗା ଧୂଳିପୁଟ ଓ...

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି ଆରମ୍ଭ

ପୁରୀ ଅଫିସ,୮।୧୦: ମୂଳାଷ୍ଟମୀଠାରୁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଆରମ୍ଭ ହେବା ସହ ଦୁର୍ଗାମାଧବ ଉପାସନା ଚାଲିଛି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କ୍ରସର ମାଲିକ

ଖୋର୍ଦ୍ଧା ଅଫିସ,୨୦ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚାଲିଥିବା କ୍ରସର ଶିଳ୍ପସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ୯ ଦିନରେ ୯୦ଟି କ୍ରସର...

ବିଦ୍ୟୁତ୍‌ ଫାଶରେ କୁଟୁରା, ଗୟଳ ଶିକାର

ବନ୍ତଳା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅଧୀନରେ ସୋମବାର ଓ ମଙ୍ଗଳବାର ୧୧ କେଭି ତାରରେ ହୁକ ପକାଇ ଏକ କୁଟୁରା...

‘ଦଳଗତ ପ୍ରୟାସ ଜାରି ରଖ’

ଢେଙ୍କାନାଳ ଅଫିସ, ୨୮।୨ – ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର...

କରୋନା ମୁକାବିଲା ପ୍ରସ୍ତୁତି ପରଖିଲେ ବାଗ୍‌ଚୀ

ପୁରୀ ଅଫିସ,୩୦ା୩: ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରବିବାର ପୁରୀ ଗସ୍ତରେ ଆସିଥିଲେ। କରୋନା ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ...

ନାବାଳକଙ୍କୁ ପିଟିପିଟି ହତ୍ୟା: ୪ କୋର୍ଟ ଚାଲାଣ

ବଡ଼ବିଲ,୧୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ାସ୍ଥିତ ମୁଣ୍ଡାସାହିରେ ଜଣେ ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରି...

ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ...

Advertisement
Archives

Model This Week