ନିର୍ମାଣାଧୀନ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଜୀବନ ଗଲା

ପରଜଙ୍ଗ, ୮।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମ୍ୟ ନିର୍ମାଣ ବିଭାଗ (ଆରଡି) ପକ୍ଷରୁ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ରୋଡ୍‌ ଗ୍ରାମର କାଳିନ୍ଦୀ ନାଏକ। ଡ୍ରେନ୍‌ କାର୍ଯ୍ୟ ଚାଲୁ ରହିଥିବା ବେଳେ କୌଣସି ସତର୍କ ସୂଚନା ଫଳକ କିମ୍ବା ସୁରକ୍ଷା ବାଡ଼ ଲଗାଯାଇ ନ ଥିଲା। ତେଣୁ କାଳିନ୍ଦୀ ଡ୍ରେନ୍‌ରେ ପଡ଼ି ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ପରିବାର ଲୋକଙ୍କ କହିବା କଥା, ଶୁକ୍ରବାର କାଳିନ୍ଦୀ କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରି ନ ଥିଲେ। ଶନିବାର କେତେଜଣ ଲୋକ ନାଳରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘରକୁ ଫେରୁଥିବାବେଳେ ନାଳରେ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ବର୍ଷା ହେଉଥିବାରୁ ଏ କଥା ଜଣାପଡ଼ି ନ ଥିଲା। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଏହି ଦୁର୍ଘଟଣା ଘଟିଥିବା ମୃତ କାଳିନ୍ଦୀଙ୍କ ଭାଇ ମାଧବ ନାଏକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ନଂ. ୪୯/୨୦, ଦଫା ୩୦୪ (ଏ)ରେ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
ଆର୍‌ଡି ବିଭାଗ ଅଧୀନରେ ୫ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଡ୍ରେନ୍‌ କାମ ଚାଲିଛି। ଠିକାଦାର ରଞ୍ଜିତ ପାଣିଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ହେଲେ ସେ ପେଟି କଣ୍ଟ୍ରାକ୍ଟରଙ୍କ ଜରିଆରେ କାମ କରୁଛନ୍ତି। ତେଣୁ ଲୋକଙ୍କ ସୁରକ୍ଷାକୁ ବିପନ୍ନ କରି ମନଇଚ୍ଛା କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଡ୍ରେନ୍‌ ନିର୍ମାଣସ୍ଥଳରେ ସୁରକ୍ଷା ବାଡ଼ ଦିଆଯାଇ ନ ଥିବା ଯନ୍ତ୍ରୀ ହେମନ୍ତ ଜେନା ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବଜ୍ୟୋତି ସାହୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ି ବଢ଼ାଇଲା ବିପତ୍ତି

ଭୁବନ, ୩୦।୮(ଡି.ଏନ.ଏ.) କରୋନା ମହାମାରୀ ଦୋହଲାଇ ଦେଇଥିଲା ଆର୍ଥିକ ମେରୁଦଣ୍ଡ। କିଛି ନ ହେଲେ ବର୍ଷକର ଦାନା ଯୋଗାଡ଼ କରିବାକୁ ଜମି ମୁହାଁ ହୋଇଥିଲେ ଚାଷୀ।...

ଲକଡାଉନ ନ ମାନି ୧୦ ଗିରଫ

ଢେଙ୍କାନାଳ ଅଫିସ୍, ୨୫ା୩- ସାରା ଦେଶରେ ଲକଡାଉନ ଜାରିଥିବାବେଳେ ଅନେକ ଲୋକେ ଏହାକୁ ନ ମାନି ବାହାରକୁ ବାହାରୁଥିବା  ଦେଖାଯାଉଛି। ଏହି ନିୟମ ନ ପାଳିବା...

ବର୍ଷା ହେଲେ ବଢୁଛି ଦୁଃଖ

ଢେଙ୍କାନାଳ ଅଫିସ, ୭।୮ – ଲଘୁଚାପଜନିତ ଲଗାଣବର୍ଷାରେ ପ୍ରଭାବିତ ହୋଇଛି ଢେଙ୍କାନାଳ ସହରର ଜୀବନଯାତ୍ରା। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପୌରାଞ୍ଚଳର ଟାଉନପ୍ଲାନିଂ ଅଞ୍ଚଳ...

ଭଙ୍ଗାଗଲା ବଇଣ୍ଡା ରାଧାକୃଷ୍ଣ ମନ୍ଦିର

ବଇଣ୍ଡା,୧୨।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିରକୁ ଶନିବାର ଠିକାସଂସ୍ଥା ପକ୍ଷରୁ ଭଙ୍ଗାଯାଇଛି। ୫୫ ନଂ. ଜାତୀୟ ରଜପଥ ସମ୍ପ୍ରସାରଣରେ ଉକ୍ତ ମନ୍ଦିର ଉଚ୍ଛେଦ...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀଙ୍କ ପ୍ରଚାର

କାମାକ୍ଷାନଗର,୧୦ା୨(ଡି.ଏନ.ଏ)  ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର ମଙ୍ଗ ଧରିଛନ୍ତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ବୁଧବାର...

ପୋଲିସ ଗାଡ଼ି ଧରି ଯୁବକ ଛୁ

ଢେଙ୍କାନାଳ ଅଫିସ, ୧୬।୯: ସନ୍ଦେହଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ...

ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍‌’

ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍‌’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ...

ଜନ ଶୁଣାଣିରେ ୧୯୧ ଅଭିଯୋଗ

ପରଜଙ୍ଗ,୧୪।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ୍‌ ୧୯୧ ଅଭିଯୋଗ...

Advertisement
Archives

Model This Week