ନିଦ ଔଷଧ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ

ନିଦ ଔଷଧ ସେବନକାରୀଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ନିଦ ହେବାକୁ ପାୱାର୍‌ଫୁଲ୍‌ ଔଷଧ ସେବନ କରୁଛନ୍ତି, ସେମାନଙ୍କଠାରେ ଆଲଝେମିୟର୍‌ ଆଶଙ୍କା ଅନେକ ଗୁଣ ବଢ଼ିଯାଏ। ଗବେଷକଙ୍କ ଅନୁସାରେ, ଯେଉଁମାନେ ନିଦ ହେବାକୁ ସାମାନ୍ୟ ମାତ୍ରାଠୁ ଉଚ୍ଚ ମାତ୍ରାର ଔଷଧ ସେବନ କରନ୍ତି, ସେମାନଙ୍କ ମସ୍ତିଷ୍କ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ମସ୍ତିଷ୍କର କାର୍ଯ୍ୟପ୍ରଣାଳୀରେ ବାଧା ସୃଷ୍ଟି ହୁଏ। ଯଦ୍ଦ୍ବାରା ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଏ। ୟୁନିଭରସିଟି ଅଫ୍‌ ଇଷ୍ଟର୍ଣ୍ଣ ଫିନ୍‌ଲ୍ୟାଣ୍ଡ୍‌ରେ ହୋଇଥିବା ଏହି ଗବେଷଣାରେ ବ୍ରିଟେନ୍‌ ଏବଂ ଆମେରିକାର ଲୋକମାନେ ସାମିଲ ଥିଲେ। ଗବେଷକ ଦାବି କରିଛନ୍ତି, ବ୍ରିଟେନ୍‌ର ୨୬,୦୦,୦ ଲୋକ ଏବଂ ଆମେରିକାର ୧୦ କୋଟି ଲୋକ ବେଞ୍ଜୋସ୍‌ ଏବଂ ଜେଡ୍‌ ଡ୍ରଗ୍‌ ମାସକୁ ଅତିକମ୍‌ରେ ଥରେ ସେବନ କରିଥାନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ଅନେକ ଅଛନ୍ତି, ଯେଉଁମାନେ ଏହି ଔଷଧକୁ ମାସକୁ ଚାରିଥର ସେବନ କରିବାରେ ଅଭ୍ୟସ୍ତ। ଏହି ଔଷଧର ବ୍ୟବହାର ଦ୍ୱାରା ମସ୍ତିଷ୍କର ସକ୍ରିୟତା ହ୍ରାସ ପାଇଥାଏ। ଏହା ଧୀରେ ଧୀରେ ଆଲ୍‌ଝେମିୟର୍‌ ଭଳି ରୋଗର ସୃଷ୍ଟି କରିଥାଏ। ତେଣୁ ଏଭଳି ଔଷଧ ସେବନ ପୂର୍ବରୁ ଡାକ୍ତରୀ ପରାମର୍ଶ ଜରୁରୀ। ମାତ୍ରା କମ୍‌ ରହିବା ମଧ୍ୟ ଠିକ୍‌ ହେବ। ଯଦିଓ ଏହି ଔଷଧ ଅନିଦ୍ରା ଏବଂ ଅବସାଦରୁ ମୁକ୍ତି ଦେଇଥାଏ, କିନ୍ତୁ ଏହାର କୁପ୍ରଭାବ ଅସମୟରେ ମୃତ୍ୟୁକୁ ଡାକିଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ କାରଣରୁ ଦୁର୍ବଳ ହୁଏ ଦାନ୍ତ

ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ...

ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’...

ଡେଙ୍ଗୁରୁ ଦୂରେଇ ରଖେ ଏହି ଘରୋଇ ଚିକିତ୍ସା…

ଖରାଦିନେ ମଶା ବଂଶ ବୃଦ୍ଧି ପାଇବା ଯୋଗୁ ଡେଙ୍ଗୁ, ଚିକେନଗୁନିଆ ଆଦି ରୋଗ ହେବାର ଆଶଙ୍କା ରହିଥାଏ। ତେବେ କେତେକ ଘରୋଇ ଚିକିତ୍ସା ଦ୍ୱାରା ଏସବୁ...

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ...

ସୋସିଆଲ ମିଡିଆରେ ଆପଣଙ୍କ ସାଥୀ ଏହି ୫ କାମ କରୁଥିଲେ ହୋଇଯାଆନ୍ତୁ ସତର୍କ, ଘଟିପାରେ ଏଭଳି କିଛି..

ମହାମାରୀ କରୋନା ଯୋଗୁ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ସମୟ ବିତାଇବା ପାଇଁ ଇଣ୍ଟରନେଟ୍‌ ବରଦାନ ପାଲଟିଛି। ତେବେ,...

ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ...

ଏମାନଙ୍କୁ କେବେବି ଭୁଲ୍‌ରେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନ ସହ ଜଡିତ ଅନେକ କଥା ବିଷୟରେ କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

କଫି ଓ ଚା’ ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। କଫିରେ ଥିବା କାଫିନ୍‌ ଓ ଚା’ରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ରେଡ୍‌ ବ୍ଲଡ୍‌...

Coronavirus Update


Archives

Model This Week

Why Dharitri